ଜୁନିୟର ହକି ବିଶ୍ୱକପ୍‌: ଇଣ୍ଡୋ-କାନାଡ଼ା ମ୍ୟାଚ୍‌ରେ ଦେଖିବାକୁ ମିଳିବ ଦେଶୀ ତଡ଼କା

hocky

ଲକ୍ଷ୍ନୌ: ଲକ୍ଷ୍ନୌରେ ଆଜି ଖେଳାଯିବାକୁ ଥିବା ଜୁନିୟର ହକି ବିଶ୍ୱକପ୍‌ ‘ପୁଲ-ଡି’ର ଏକ ମ୍ୟାଚ୍‌ରେ ଦେଶୀ ତଡ଼କା ଦେଖିବାକୁ ମିଳିବ। ଭାରତ ଓ କାନାଡା ମଧ୍ୟରେ ହେବାକୁ ଥିବା ଏହି ମ୍ୟାଚ୍‌ରେ ଦୁଇ ଦେଶର ଖେଳାଳିଙ୍କୁ ବିପୁଳ ସମର୍ଥନ ମିଳିବାକୁ ଯାଉଛି। କାରଣ ବିଶ୍ୱକପ୍‌ ଖେଳିବାକୁ ଆସିଥିବା ୧୮ ଜଣିଆ କାନାଡା ଟିମ୍‌ରେ ରହିଛନ୍ତି ୧୩ ଜଣ ଭାରତୀୟ ବଂଶୋଦ୍ଭବ ଖେଳାଳି। ଏହି ଖେଳାଳିମାନେ କାନାଡା ଜର୍ସିରେ ପଡିଆକୁ ଓହ୍ଲାଇବା ପରେ ଘରୋଇ ଦର୍ଶକଙ୍କ ସମର୍ଥନ ନିଶ୍ଚିତ ହାସଲ କରିବେ।

ଏମାନଙ୍କ ମଧ୍ୟରେ ସ୍ଥାନ ପାଇଥିବା U-19 ଟିମ୍‌ର ଫ୍ଲୋଏଡ ସମାକରିଅନହାସ ଏବଂ ଗଙ୍ଗା ସିଂହ ଭାରତରେ ଜନ୍ମ ହୋଇଛନ୍ତି।

ଅଜି କାନାଡା ବିପକ୍ଷ ମ୍ୟାଚ୍‌ରୁ ଭାରତ ତା’ର ବିଶ୍ୱକପ୍‌ ଅଭିଯାନ ଆରମ୍ଭ କରିବ। ପୁଲ୍‌-ଡିରେ ଭାରତ ଓ କାନାଡ଼ା ସହ ଦକ୍ଷିଣ ଆଫ୍ରିକା ଏବଂ ଇଂଲଣ୍ଡ ଅଛନ୍ତି।

Previous ArticleNext Article

Send this to a friend