ଶେଷ ବଲ୍‌ରେ ଦୀନେଶଙ୍କ ଛକା, ଫିକା ପଡ଼ିଗଲା ମିଆଁଦାଦଙ୍କ ୩୨ ବର୍ଷ ପୁରୁଣା ରେକର୍ଡ

ନୂଆଦିଲ୍ଲୀ: ନିଦହାସ୍‌ କପ୍ ଟି-ଟ୍ୱେଣ୍ଟିରେ ଚାମ୍ପିଅନ ହୋଇଛି ଟିମ୍ ଇଣ୍ଡି‌ଆ। ଫାଇନାଲରେ ବାଂଲାଦେଶକୁ ୪ ଓ୍ୱିକେଟରେ ହରାଇ ଏହି ବିଜୟ ହାସଲ କରିଛି ଦଳ। ବାଂଲାଦେଶ ଜିତିବା ସ୍ଥିତିରେ ଥିଲା। କିନ୍ତୁ ଦୀନେଶ କାର୍ତ୍ତିକ ବାଂଲାଦେଶକୁ ଚାମ୍ପିଅନ ହେବାକୁ ଦେଇ ନଥିଲେ। ସେ ମାତ୍ର ୮ଟି ବଲ୍‌ରୁ ୨୯ ରନ୍ କରି ବାଂଲାଦେଶର ଆଶା ଭାଙ୍ଗି ଦେଇଥିଲେ। ମ୍ୟାଚ୍‌ର ଶେଷ ବଲ୍‌ରେ ଛକ୍କା ମାରି ସେ ଭାରତକୁ ନିଦହାସ୍‌ ଟ୍ରଫି ଦେଇଥିଲେ। କୌଣସି ଟୁର୍ଣ୍ଣାମେଣ୍ଟର ଫାଇନାଲ୍ ମ୍ୟାଚ୍‌ରେ […]

8888777_1521428972_618x347

8888777_1521428972_618x347

Rakesh Mallick
  • Published: Monday, 19 March 2018
  • Updated: 19 March 2018, 12:42 PM IST

Sports

Latest News

ନୂଆଦିଲ୍ଲୀ: ନିଦହାସ୍‌ କପ୍ ଟି-ଟ୍ୱେଣ୍ଟିରେ ଚାମ୍ପିଅନ ହୋଇଛି ଟିମ୍ ଇଣ୍ଡି‌ଆ। ଫାଇନାଲରେ ବାଂଲାଦେଶକୁ ୪ ଓ୍ୱିକେଟରେ ହରାଇ ଏହି ବିଜୟ ହାସଲ କରିଛି ଦଳ। ବାଂଲାଦେଶ ଜିତିବା ସ୍ଥିତିରେ ଥିଲା। କିନ୍ତୁ ଦୀନେଶ କାର୍ତ୍ତିକ ବାଂଲାଦେଶକୁ ଚାମ୍ପିଅନ ହେବାକୁ ଦେଇ ନଥିଲେ। ସେ ମାତ୍ର ୮ଟି ବଲ୍‌ରୁ ୨୯ ରନ୍ କରି ବାଂଲାଦେଶର ଆଶା ଭାଙ୍ଗି ଦେଇଥିଲେ। ମ୍ୟାଚ୍‌ର ଶେଷ ବଲ୍‌ରେ ଛକ୍କା ମାରି ସେ ଭାରତକୁ ନିଦହାସ୍‌ ଟ୍ରଫି ଦେଇଥିଲେ।

କୌଣସି ଟୁର୍ଣ୍ଣାମେଣ୍ଟର ଫାଇନାଲ୍ ମ୍ୟାଚ୍‌ରେ ଶେଷ ବଲ୍‌ରେ ଛକା ମାରି ବିଜୟ ହାସଲ କରିବାରେ ଏହା ଥିଲା କ୍ରିକେଟ୍ ଇତିହାସରେ ଦ୍ୱିତୀୟ ଘଟଣା। ଏହା ପୂର୍ବରୁ ୧୯୮୬ରେ ଶାରଜାହରେ ପାକିସ୍ତାନର ପ୍ରସିଦ୍ଧ ବ୍ୟାଟ୍ସମ୍ୟାନ୍‌ ଜଭେଦ ମିଆଁଦାଦା ଭାରତ ବିପକ୍ଷରେ ଏହି କାରନାମା ଦେଖାଇଥିଲେ। ଆଉ ୩୨ ବର୍ଷ ପରେ ଗତକାଲି ଦୀନେଶ କାର୍ତ୍ତିକ ମିଆଁଦାଦଙ୍କ ଏହି ବହୁ ଚର୍ଚ୍ଚିତ ଛକାକୁ ଫିକା କରି ଦେଇଥିଲେ।

ଶାରଜାହର ସେହି ମ୍ୟାଚ୍‌ରେ ପାକିସ୍ତାନକୁ ମ୍ୟାଚ୍ ଜିତିବା ପାଇଁ ୪ ରନ୍ ଦରକାର ଥିଲା। ତେଣୁ ତାଙ୍କ ପାଖରେ ଦୁଇଟି ବିକଳ୍ପ ଥିଲ। ଶେଷ ବଲ୍‌ରେ ଚୌକା ଅବା ଛକା ମାରିବେ। ସେ ଚେତନ ଶର୍ମାଙ୍କ ଶେଷ ବଲ୍‌ରେ ଛକା ମାରି ଦଳକୁ ବିଜୟୀ କରାଇଥିଲେ। ଆଉ ଗତକାଲି ମ୍ୟାଚ୍‌ରେ ବିଜୟୀ ହେବା ପାଇଁ ଭାରତ ଶେଷ ବଲ୍‌ରେ ୫ ରନ୍ ଦରକାର କରୁଥିଲା। ତେଣୁ ଛକା ହିଁ ଦୀନେଶଙ୍କ ପାଇଁ ଏକ ମାତ୍ର ବିକଳ୍ପ ଥିଲା। ଆଉ ସେ ଏହାକୁ କରି ଦେଖାଇଥିଲେ।

 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos