୧୮ ନମ୍ବର ଜର୍ସି ପିନ୍ଧୁଥିବା କୋହଲିଙ୍କୁ ଏହି ରେକର୍ଡ଼ ପାଇଁ ୧୮ ପାଦ ଆବଶ୍ୟକ

ନୂଆଦିଲ୍ଲୀ: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଟି-ଟ୍ୱେଣ୍ଟି ସିରିଜ୍‌ର ଆଜି ଦ୍ୱିତୀୟ ମ୍ୟାଚ୍‌ ଖେଳାଯାଉଛି ।  ଏହି ମ୍ୟାଚ୍‌ରେ ଭାରତର ଅଧିନାୟକ ବିରାଟ କୋହଲି ନିଜ ନାମରେ ଆଉ ଏକ ରେକର୍ଡ଼ କରିପାରନ୍ତି। ଯଦି ଦ୍ୱିତୀୟ ଟି-ଟ୍ୱେଣ୍ଟି ମ୍ୟାଚ୍‌ରେ ବିରାଟ ୧୮ ରନ୍‌ କରିବେ ତେବେ ଏହି ରେକର୍ଡ଼ର ଅଧିକାରୀ ହାଇପାରିବେ ବିରାଟ।  ଏଥିସହ ଟି-ଟ୍ୱେଣ୍ଟି ଫର୍ମାଟରେ ସେ ୨ ହଜାର ରନ୍‌ କ୍ଲବରେ ପହଞ୍ଚିବାରେ ପ୍ରଥମ ଭାରତୀୟଭାବେ ବିଶ୍ୱର ତୃତୀୟ କ୍ରିକେଟର ହୋଇପାରିବେ। ୧୮ […]

kohli-richards

kohli-richards

Rakesh Mallick
  • Published: Wednesday, 21 February 2018
  • Updated: 21 February 2018, 07:20 PM IST

ନୂଆଦିଲ୍ଲୀ: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଟି-ଟ୍ୱେଣ୍ଟି ସିରିଜ୍‌ର ଆଜି ଦ୍ୱିତୀୟ ମ୍ୟାଚ୍‌ ଖେଳାଯାଉଛି ।  ଏହି ମ୍ୟାଚ୍‌ରେ ଭାରତର ଅଧିନାୟକ ବିରାଟ କୋହଲି ନିଜ ନାମରେ ଆଉ ଏକ ରେକର୍ଡ଼ କରିପାରନ୍ତି। ଯଦି ଦ୍ୱିତୀୟ ଟି-ଟ୍ୱେଣ୍ଟି ମ୍ୟାଚ୍‌ରେ ବିରାଟ ୧୮ ରନ୍‌ କରିବେ ତେବେ ଏହି ରେକର୍ଡ଼ର ଅଧିକାରୀ ହାଇପାରିବେ ବିରାଟ।  ଏଥିସହ ଟି-ଟ୍ୱେଣ୍ଟି ଫର୍ମାଟରେ ସେ ୨ ହଜାର ରନ୍‌ କ୍ଲବରେ ପହଞ୍ଚିବାରେ ପ୍ରଥମ ଭାରତୀୟଭାବେ ବିଶ୍ୱର ତୃତୀୟ କ୍ରିକେଟର ହୋଇପାରିବେ। ୧୮ ନମ୍ବର ଜର୍ସି ପିନ୍ଧୁଥିବା  ବିରାଟ ଏବେ ସୁଦ୍ଧା ଏହି ଫାର୍ମାଟରେ  ସର୍ବାଧିକ ରନ୍ କରିବାରେ ପ୍ରଥମ ଭାରତୀୟ କ୍ରିକେଟର  ହୋଇପାରିଛନ୍ତି। ବିରାଟ ତାଙ୍କ ଟି-ଟ୍ୱେଣ୍ଟି କ୍ୟାରିୟରରେ ୫୬ଟି ମ୍ୟାଚ୍‌ରେ ଅଦ୍ୟାବଧି ୧୯୮୨ ରନ୍‌ କରିପାରିଛନ୍ତି। ହେଲେ ଆନ୍ତର୍ଜାତୀୟସ୍ତରରେ ବିରାଟ ତୃତୀୟ ନମ୍ବରରେ ରହିଛନ୍ତି।  ଏହି ତାଲିକାରେ ନ୍ୟୁଜିଲାଣ୍ଡର ମାର୍ଟିନ୍‌ ଗୁପ୍ଟିଲ ପ୍ରଥମେ ରହିଛନ୍ତି। ଯିଏ ଅଦ୍ୟାବଧି ୭୪ଟି ମ୍ୟାଚ୍‌ ଖେଳି ୨୨୫୦ ରନ୍‌ କରିପାରିଛନ୍ତି। ଆଉ ଦ୍ୱିତୀୟ ସ୍ଥାନରେ ସେହି ନ୍ୟୁଜିଲାଣ୍ଡର ତାରକା ଅଛନ୍ତି। ସେ ହେଲେ ମ୍ୟାକ୍‌ କୁଲମ। ସେ ଏବେ ସୁଦ୍ଧା ୭୧ଟି ମ୍ୟାଚ୍‌ ଖେଳି ୨୧୪୦ ରନ୍‌ କରିପାରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos