ଗେଲ୍‌ଙ୍କ ସହ ଫାଇଟିଂ ବେଳେ ଅଧାରୁ କାହିଁକି ପଡ଼ିଆ ଛାଡ଼ିଲେ ରସେଲ୍‌: ନିଜ ଓଭର ମଧ୍ୟ ଶେଷ କରିପାରିଲେନାହିଁ       

ଇଡେନ୍‌ ଗାର୍ଡେନ ଠାରେ ଖେଳାଯାଉଥିବା ଆଜିର ପ୍ରଥମ ମ୍ୟାଚ୍‌ରେ କେକେଆର୍‌ ବିପକ୍ଷରେ ଆକମଣାତ୍ମକ ଖେଳ ଆରମ୍ଭ କରିଛି ପଞ୍ଜାବ। ପଞ୍ଜାବ ପକ୍ଷରୁ ଦୁଇ ଓପନର୍‌ ଗେଲ୍‌ ଓ କେଏଲ୍‌ ରାହୁଲ ବିସ୍ଫୋରକ ଆରମ୍ଭ କରିଛନ୍ତି। ପୂର୍ବ ଦୁଇଟି ମ୍ୟାଚ୍ ପରି ଆଜିର ମ୍ୟାଚ୍‌ରେ ମଧ୍ୟ ଗେଲ୍‌ଙ୍କ ବ୍ୟାଟ୍‌ରୁ ଛକା ଚୌକାର ବର୍ଷା ଦେଖିବାକୁ ମିଳିଛି। ଦୁଇ ଓପନର୍‌ କେକେଆର୍‌ ବୋଲରଙ୍କୁ ନିର୍ଦ୍ଧୁମ ପ୍ରହାର କରିଥିଲେ। ବିଶେଷ କରି ଆନ୍ଦ୍ରେ ରସେଲ୍‌ଙ୍କୁ ଗେଲ୍‌ ନିର୍ଦ୍ଧୁମ ପିଟି ଥିଲେ। ରସେଲଙ୍କ […]

674337-chris-gayle-andre-russell-u

674337-chris-gayle-andre-russell-u

Rakesh Mallick
  • Published: Saturday, 21 April 2018
  • Updated: 21 April 2018, 07:01 PM IST

Sports

Latest News

ଇଡେନ୍‌ ଗାର୍ଡେନ ଠାରେ ଖେଳାଯାଉଥିବା ଆଜିର ପ୍ରଥମ ମ୍ୟାଚ୍‌ରେ କେକେଆର୍‌ ବିପକ୍ଷରେ ଆକମଣାତ୍ମକ ଖେଳ ଆରମ୍ଭ କରିଛି ପଞ୍ଜାବ। ପଞ୍ଜାବ ପକ୍ଷରୁ ଦୁଇ ଓପନର୍‌ ଗେଲ୍‌ ଓ କେଏଲ୍‌ ରାହୁଲ ବିସ୍ଫୋରକ ଆରମ୍ଭ କରିଛନ୍ତି। ପୂର୍ବ ଦୁଇଟି ମ୍ୟାଚ୍ ପରି ଆଜିର ମ୍ୟାଚ୍‌ରେ ମଧ୍ୟ ଗେଲ୍‌ଙ୍କ ବ୍ୟାଟ୍‌ରୁ ଛକା ଚୌକାର ବର୍ଷା ଦେଖିବାକୁ ମିଳିଛି। ଦୁଇ ଓପନର୍‌ କେକେଆର୍‌ ବୋଲରଙ୍କୁ ନିର୍ଦ୍ଧୁମ ପ୍ରହାର କରିଥିଲେ। ବିଶେଷ କରି ଆନ୍ଦ୍ରେ ରସେଲ୍‌ଙ୍କୁ ଗେଲ୍‌ ନିର୍ଦ୍ଧୁମ ପିଟି ଥିଲେ। ରସେଲଙ୍କ ପ୍ରତ୍ୟେକ ବଲ୍‌କୁ ବଡ୍‌ ସଟ ମାରିଚାଲିଥିଲେ ଗେଲ୍। ରସେଲ୍‌ ମାତ୍ର ୧.୫ ଓଭର ବୋଲିଂ କରି ୩୧ ରନ୍‌ ଖର୍ଚ୍ଚ କରିଥିଲେ। ତାଙ୍କ ମାଂସପେଷୀରେ ଜନ୍ତ୍ରଣା ହେବାରୁ ସେ ଅଧାରୁ ପଡ଼ିଆ ଛାଡ଼ି ଚାଲିଯାଇଥିଲେ। ରସେଲ ନିଜର ଦ୍ୱିତୀୟ ଓଭର ବୋଲିଂ କରୁଥିବା ବେଳେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଥିଲା। ଫଳରେ ରସେଲଙ୍କ ସ୍ଥାନରେ ନିତୀଶ ରାଣା ଶେଷ ବଲ୍‌ ବୋଲିଂ କରି ଓଭର ଶେଷ କରିଥିଲେ। ଶେଷ ଖବର ସୁଦ୍ଧା ପଞ୍ଜାବ ୮.୨ ଓଭରରେ ବିନା କୌଣସି ୱିକେଟ୍ ହରାଇ ୯୬ ରନ୍‌ ସଂଗ୍ରହ କରିଛି। ଏହି ସମୟରେ ମ୍ୟାଚ୍‌ରେ ବର୍ଷା ବାଧକ ସାଜିଛି। ଇଡେନ ଗାର୍ଡେନରେ ବର୍ଷା ହେବାରୁ ମ୍ୟାଚ୍‌ ବନ୍ଦ ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos