ଏବେବି ପ୍ଲେଅଫ୍‌ ପାଇଁ ଅସ୍ପଷ୍ଟ ଚିତ୍ର: ଆଜିର ମ୍ୟାଚ୍‌ ହାରିବା ଟିମ୍‌ ପାଇଁ ମୁସ୍କିଲ ବଢ଼ିବ

ଆଇପିଏଲ୍‌ରେ ଆଜି ଏକ ହାଇ ଭୋଲଟେଜ୍ ମ୍ୟାଚ୍‌ ଖେଳାଯିବ। ଏହି ମ୍ୟାଚ୍‌ରେ ସାମ୍ନା ସାମ୍ନି ହେବେ କେକେଆର୍‌ ଓ ରାଜସ୍ଥାନ। ଉଭୟ ଟିମ୍‌ ପାଇଁ ଆଜିର ମ୍ୟାଚ୍‌ ବେଶ୍‌ ଗୁରୁତ୍ୱପୂର୍ଣ୍ଣ। କାରଣ କେକେଆର୍‌ ଓ ରାଜସ୍ଥାନ ଦଳ ଏବେ ସମାନ ଅଙ୍କ ସହ ପଏଣ୍ଟ ଟେବୁଲରେ ଯଥାକ୍ରମେ ତୃତୀୟ ଓ ଚତୁର୍ଥ ସ୍ଥାନରେ ରହିଛି। ପ୍ଲେଅଫ୍‌ ଖେଳିବା ପାଇଁ ହେଲେ ଉଭୟ ଟିମ୍‌ ଆଜିର ମ୍ୟାଚ୍‌ ଜିତିବାକୁ ଚେଷ୍ଟା କରିବେ। ଏବେ ସୁଦ୍ଧା ହାଇଦ୍ରାବାଦ ଓ ଚେନ୍ନାଇ […]

ipl-1461157225-800-1462826187-800 (1)

ipl-1461157225-800-1462826187-800 (1)

Rakesh Mallick
  • Published: Tuesday, 15 May 2018
  • Updated: 15 May 2018, 04:20 PM IST

Sports

Latest News

ଆଇପିଏଲ୍‌ରେ ଆଜି ଏକ ହାଇ ଭୋଲଟେଜ୍ ମ୍ୟାଚ୍‌ ଖେଳାଯିବ। ଏହି ମ୍ୟାଚ୍‌ରେ ସାମ୍ନା ସାମ୍ନି ହେବେ କେକେଆର୍‌ ଓ ରାଜସ୍ଥାନ। ଉଭୟ ଟିମ୍‌ ପାଇଁ ଆଜିର ମ୍ୟାଚ୍‌ ବେଶ୍‌ ଗୁରୁତ୍ୱପୂର୍ଣ୍ଣ। କାରଣ କେକେଆର୍‌ ଓ ରାଜସ୍ଥାନ ଦଳ ଏବେ ସମାନ ଅଙ୍କ ସହ ପଏଣ୍ଟ ଟେବୁଲରେ ଯଥାକ୍ରମେ ତୃତୀୟ ଓ ଚତୁର୍ଥ ସ୍ଥାନରେ ରହିଛି। ପ୍ଲେଅଫ୍‌ ଖେଳିବା ପାଇଁ ହେଲେ ଉଭୟ ଟିମ୍‌ ଆଜିର ମ୍ୟାଚ୍‌ ଜିତିବାକୁ ଚେଷ୍ଟା କରିବେ। ଏବେ ସୁଦ୍ଧା ହାଇଦ୍ରାବାଦ ଓ ଚେନ୍ନାଇ ଟିମ୍‌ ପ୍ଲେଅଫ୍‌ରେ ପହଞ୍ଚିଯାଇଥିବା ବେଳେ ଅନ୍ୟଦୁଇଟି କେଉଁ ଦଳ ପ୍ଲେଅଫ୍‌ ଖେଳିବ ଏହାକୁ ନେଇ କଳ୍ପନାଜଳ୍ପନା ଜୋର୍‌ ଧରିଛି। କାରଣ ଏପର୍ଯ୍ୟନ୍ତ ୩ଟି ଦଳ ୧୨ ଅଙ୍କ ସହ ସମାନ ସ୍ଥିତିରେ ଅଛନ୍ତି। ଏହି ଦଳ ଗୁଡ଼ିକ ହଲେ କେକେଆର୍‌, ରାଜସ୍ଥାନ ଓ ପଞ୍ଜାବ। ଅନ୍ୟପଟେ  ମୁମ୍ବାଇ ଓ ଆର୍‌ସିବି  ଟିମ୍ ମଧ୍ୟ ପ୍ଲେଅଫ୍‌ରୁ ସମ୍ପୂର୍ଣ୍ଣ ଭାବେ ବିଦା ହୋଇନାହାନ୍ତିଁ। ଏହି ଦୁଇଟି ଦଳ ୧୦ ଅଙ୍କ ସହ ପଏଣ୍ଟ ଟେବୁଲରେ ଯଥାକ୍ରମେ ଷଷ୍ଠ ଓ ସପ୍ତମ ସ୍ଥାନରେ ଅଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos