କେ.ଏଲ ରାହୁଲଙ୍କ ନୂଆ ରେକର୍ଡ: ଯାହା ସଚିନ୍‌, ସେହୱାଗ୍‌ ଓ ଗାଭାସ୍କର କରିପାରିନାହଁନ୍ତି

ମୁମ୍ବାଇ: ଫୁଲ୍‌ ଫର୍ମରେ ଏବେ ଟିମ୍‌ ଇଣ୍ଡିଆର ଓପନର୍‌ ବ୍ୟାଟ୍ସମ୍ୟାନ୍‌ କେ.ଏଲ ରାହୁଲ। ରାହୁଲ ଟିମ୍‌ ଇଣ୍ଡଆର ଆଉ ଏକ ରନ୍‌ ମେସିନ୍‌ ଭାବେ ପରିଚିତ ହେବାକୁ ଯାଉଛନ୍ତି। ଶ୍ରୀଲଙ୍କର ପାଲିକେଲ ଟେଷ୍ଟରେ ଆଜି ରାହୁଲ ଆକର୍ଷଣୀୟ ଅର୍ଦ୍ଧଶତକ ହାସଲ କରିବା ପରେ ଏକ ନୂଆ ରେକର୍ଡର ଅଧିକାରୀ ହୋଇଛନ୍ତି। କେ.ଏଲ ରାହୁଲ ଟେଷ୍ଟ କ୍ରିକେଟ୍‌ରେ ଲଗାତର ୭ମ ଥର ୫୦ରୁ ଉର୍ଦ୍ଧ ରନ୍‌ କରିବାର ରେକର୍ଡ କରିଛନ୍ତି। ଯାହା ପ୍ରଥମ ଭାରତୀୟ ଭାବେ ସେ ଏହି […]

rahul1

rahul1

Rakesh Mallick
  • Published: Saturday, 12 August 2017
  • Updated: 12 August 2017, 04:37 PM IST

Sports

Latest News

ମୁମ୍ବାଇ: ଫୁଲ୍‌ ଫର୍ମରେ ଏବେ ଟିମ୍‌ ଇଣ୍ଡିଆର ଓପନର୍‌ ବ୍ୟାଟ୍ସମ୍ୟାନ୍‌ କେ.ଏଲ ରାହୁଲ। ରାହୁଲ ଟିମ୍‌ ଇଣ୍ଡଆର ଆଉ ଏକ ରନ୍‌ ମେସିନ୍‌ ଭାବେ ପରିଚିତ ହେବାକୁ ଯାଉଛନ୍ତି। ଶ୍ରୀଲଙ୍କର ପାଲିକେଲ ଟେଷ୍ଟରେ ଆଜି ରାହୁଲ ଆକର୍ଷଣୀୟ ଅର୍ଦ୍ଧଶତକ ହାସଲ କରିବା ପରେ ଏକ ନୂଆ ରେକର୍ଡର ଅଧିକାରୀ ହୋଇଛନ୍ତି। କେ.ଏଲ ରାହୁଲ ଟେଷ୍ଟ କ୍ରିକେଟ୍‌ରେ ଲଗାତର ୭ମ ଥର ୫୦ରୁ ଉର୍ଦ୍ଧ ରନ୍‌ କରିବାର ରେକର୍ଡ କରିଛନ୍ତି। ଯାହା ପ୍ରଥମ ଭାରତୀୟ ଭାବେ ସେ ଏହି ଗୌରବ ହାସଲ କରିଛନ୍ତି। ଏହା ପୂର୍ବରୁ ବିଶ୍ୱକ୍ରିକେଟ୍‌ର ମାତ୍ର ୫ଜଣ ଖେଳାଳି ଏହି ରେକର୍ଡର ଅଧିକାରୀ ହୋଇଛନ୍ତି। ଯଦି ଲଗାତର ରାହୁଲ ୮ମ ଥର ପାଇଁ ୫୦ରୁ ଉର୍ଦ୍ଧ ରନ କରିପାରୁଛନ୍ତି ତେବେ ଏହାପରେ ସେ ବିଶ୍ୱକ୍ରିକେଟ୍‌ର ଏକ ନୂଆ କୃତିତ୍ୱ ଅର୍ଜନ କରିବେ। ସେ ବିଶ୍ୱକ୍ରିକେଟ୍‌ର ଏକମାତ୍ର ଖେଳାଳିଭାବେ ୮ମ ଥର ୫୦ରୁ ଉର୍ଦ୍ଧ ରନ କରିବାର ଅଧିକାରୀ ହେଇଯିବେ। ରାହୁଲ ଅଷ୍ଟ୍ରେଲିଆ ବିପକ୍ଷରେ ବାଙ୍ଗାଲୁର ଟେଷ୍ଟରୁ ହିଁ ଲାଗାତର ୫୦ରୁ ଉର୍ଦ୍ଧ ରନ କରିଆସୁଛନ୍ତି। ଭାରତ ପକ୍ଷରୁ ସଚିନ, ସେହୱାଗ,ଗାଭାସ୍କର,କପିଲ ଦେବଙ୍କ ଭଳି ବହୁ ମହାନ ବ୍ୟାଟ୍ସମ୍ୟାନ୍‌ ପ୍ରତିନିଧିତ୍ୱ କରିଛନ୍ତି ତେବେ ଏହି ରେକର୍ଡ କୌଣସି ଭାରତୀୟ ଖେଳାଳି କରିପାରିନାହାଁନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos