କୋହଲିଙ୍କ ଶତକ, ଭାରତ ଜିତିଲା

ଭୁବନେଶ୍ୱର: ଡର୍ବାନ୍‌ରେ ଟିମ୍ ଇଣ୍ଡିଆର ବିଜୟ।  ଅଧିନାୟକ ବିରାଟ କୋହଲିଙ୍କ ଶତକ ବଳରେ ପ୍ରଥମ ଦିନିକିଆରେ ଦକ୍ଷିଣ ଆଫ୍ରିକାକୁ ୬ ଓ୍ୱିକେଟ୍‌ରେ ପରାସ୍ତ କରିଛି ଭାରତ। ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଥିବା ଦକ୍ଷିଣ ଆଫ୍ରିକା ନିର୍ଦ୍ଧାରିତ ୫୦ ଓଭରରେ ୮ ଓ୍ୱିକେଟ୍ ହରାଇ କରିଥିଲା ୨୬୯ ରନ୍।  ଅଧିନାୟକ ଫାଫ୍ ଡୁ ପ୍ଲେସି ୧୧୨ ବଲ୍‌ରେ ୧୧ ଚୌକା ଓ ୨ ଛକା ସହ ୧୨୦ ରନ୍ କରିଥିଲେ।  ତେବେ କୋହଲି ବାହିନୀ ଆଗରେ ଫିକା […]

virat

virat

Rakesh Mallick
  • Published: Friday, 02 February 2018
  • Updated: 02 February 2018, 08:04 AM IST

Sports

Latest News

ଭୁବନେଶ୍ୱର: ଡର୍ବାନ୍‌ରେ ଟିମ୍ ଇଣ୍ଡିଆର ବିଜୟ।  ଅଧିନାୟକ ବିରାଟ କୋହଲିଙ୍କ ଶତକ ବଳରେ ପ୍ରଥମ ଦିନିକିଆରେ ଦକ୍ଷିଣ ଆଫ୍ରିକାକୁ ୬ ଓ୍ୱିକେଟ୍‌ରେ ପରାସ୍ତ କରିଛି ଭାରତ।

ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଥିବା ଦକ୍ଷିଣ ଆଫ୍ରିକା ନିର୍ଦ୍ଧାରିତ ୫୦ ଓଭରରେ ୮ ଓ୍ୱିକେଟ୍ ହରାଇ କରିଥିଲା ୨୬୯ ରନ୍।  ଅଧିନାୟକ ଫାଫ୍ ଡୁ ପ୍ଲେସି ୧୧୨ ବଲ୍‌ରେ ୧୧ ଚୌକା ଓ ୨ ଛକା ସହ ୧୨୦ ରନ୍ କରିଥିଲେ।  ତେବେ କୋହଲି ବାହିନୀ ଆଗରେ ଫିକା ପଡ଼ିଯାଇଥିଲା ଦକ୍ଷିଣ ଆଫ୍ରିକାର ପ୍ରଦର୍ଶନ।  କୋହଲିଙ୍କ ଶତକ ସହାୟତାରେ ଭାରତ ମାତ୍ର ୪୫.୩ ଓଭରରେ ୪ ଓ୍ୱିକେଟ୍ ହରାଇ ବିଜୟ ଲକ୍ଷ୍ୟ ୨୭୦ ରନ୍ ସଂଗ୍ରହ କରିବାରେ ସଫଳ ହୋଇଥିଲା।

ଭାରତୀୟ ଓପ୍‌ନର ରୋହିତ ଶର୍ମା ଓ ଶିଖର ଧାଓ୍ୱନ୍ ଯଥାକ୍ରମେ ୨୦ ଓ ୩୫ ରନ୍ କରିଥିବା ବେଳେ କୋହଲି ୧୧୯ ବଲ୍‌ରୁ ୧୦ଟି ଚୌକା ସହ କରିଥିଲେ ୧୧୨ ରନ୍।  ଏହା ତାଙ୍କର ୩୩ତମ ଶତକ।  ଅଧିନାୟକ ଭାବେ ୧୧ଟି ଶତକ ହାସଲ କରିବାରେ ସେ ସୌରଭ ଗାଙ୍ଗୁଲିଙ୍କ ସମକକ୍ଷ ହୋଇଛନ୍ତି।  ଗତକାଲି ମ୍ୟାଚ୍‌ରେ ତାଙ୍କୁ ମ୍ୟାନ୍ ଅଫ୍ ଦ ମ୍ୟାଚ୍ ଘୋଷଣା କରାଯାଇଥିଲା।  ଦକ୍ଷିଣ ଆଫ୍ରିକା ବିପକ୍ଷରେ ଡର୍ବାନ୍‌ରେ ଭାରତର ଏହା ପ୍ରଥମ ବିଜୟ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos