ଏସିଆ ଜୁନିଅର ବ୍ୟାଡ୍‌ମିଣ୍ଟନ୍‌ ଚାମ୍ପିୟନ୍‌ଶିପ୍‌: ୫୩ ବର୍ଷ ପରେ ଭାରତକୁ ପୁରୁଷ ବିଭାଗରେ ସ୍ୱର୍ଣ୍ଣ

ଜାକର୍ତ୍ତା: ଇଣ୍ଡୋନେସିଆର ଜାକର୍ତ୍ତାରେ ଚାଲିଥିବା ଏସିଆ ଜୁନିଅର ବ୍ୟାଡ୍‌ମିଣ୍ଟନ୍‌ ଚାମ୍ପିୟନ୍‌ଶିପ୍‌ରେ ଭାରତର ଲକ୍ଷ୍ୟ ସେନ୍‌ ଇତିହାସ ରଚିଛନ୍ତି। ଦୀର୍ଘ ୫୩ ବର୍ଷ ପରେ ବ୍ୟାଡ୍‌ମିଣ୍ଟନ୍‌ର ଏକକ ପୁରୁଷ ବିଭାଗରେ ସେ ସ୍ୱର୍ଣ୍ଣ ପଦକ ଜିତିଛନ୍ତି। ସେ ଆଜିର ଫାଇନାଲ୍‌ ମୁକାବିଲାରେ ଥାଇଲ୍ୟାଣ୍ଡର୍‌ ଟପ୍‌ ସିଡ୍‌ କୁନାଲାଭୁଟ୍‌ ଭିତିଦଶରନ୍‌ଙ୍କୁ ସିଧାସଳଖ ୨୧-୧୯ ଓ ୨୧-୧୮ରେ ପରାସ୍ତ କରି ଚାମ୍ପିୟନ୍‌ ହୋଇଛନ୍ତି। ଏସିଆ ଜୁନିଅର ବ୍ୟାଡ୍‌ମିଣ୍ଟନ୍‌ ଚାମ୍ପିୟନ୍‌ଶିପ୍‌ର ପ୍ରଥମ ମ୍ୟାଚ୍‌ରୁ ହିଁ ଲକ୍ଷ୍ୟ ନିଜର ଦବଦବା ପ୍ରଦର୍ଶନ କରିଥିଲେ। ସେ […]

1532249179-l

1532249179-l

Rakesh Mallick
  • Published: Sunday, 22 July 2018
  • Updated: 22 July 2018, 02:40 PM IST

ଜାକର୍ତ୍ତା: ଇଣ୍ଡୋନେସିଆର ଜାକର୍ତ୍ତାରେ ଚାଲିଥିବା ଏସିଆ ଜୁନିଅର ବ୍ୟାଡ୍‌ମିଣ୍ଟନ୍‌ ଚାମ୍ପିୟନ୍‌ଶିପ୍‌ରେ ଭାରତର ଲକ୍ଷ୍ୟ ସେନ୍‌ ଇତିହାସ ରଚିଛନ୍ତି। ଦୀର୍ଘ ୫୩ ବର୍ଷ ପରେ ବ୍ୟାଡ୍‌ମିଣ୍ଟନ୍‌ର ଏକକ ପୁରୁଷ ବିଭାଗରେ ସେ ସ୍ୱର୍ଣ୍ଣ ପଦକ ଜିତିଛନ୍ତି। ସେ ଆଜିର ଫାଇନାଲ୍‌ ମୁକାବିଲାରେ ଥାଇଲ୍ୟାଣ୍ଡର୍‌ ଟପ୍‌ ସିଡ୍‌ କୁନାଲାଭୁଟ୍‌ ଭିତିଦଶରନ୍‌ଙ୍କୁ ସିଧାସଳଖ ୨୧-୧୯ ଓ ୨୧-୧୮ରେ ପରାସ୍ତ କରି ଚାମ୍ପିୟନ୍‌ ହୋଇଛନ୍ତି। ଏସିଆ ଜୁନିଅର ବ୍ୟାଡ୍‌ମିଣ୍ଟନ୍‌ ଚାମ୍ପିୟନ୍‌ଶିପ୍‌ର ପ୍ରଥମ ମ୍ୟାଚ୍‌ରୁ ହିଁ ଲକ୍ଷ୍ୟ ନିଜର ଦବଦବା ପ୍ରଦର୍ଶନ କରିଥିଲେ। ସେ କ୍ୱାର୍ଟର ଫାଇନାଲ୍‌ରେ ବିଶ୍ୱର ଦ୍ୱିତୀୟ ସିଡ୍‌ ଲି ଶିଫେଣ୍ଡଙ୍କୁ ହରାଇଥିବା ବେଳେ ସେମିରେ ୪ର୍ଥ ସିଡ୍‌ ଇକସାନ୍‌ ରୁମ୍‌ବେଙ୍କୁ ହରାଇଥିଲେ। ଲକ୍ଷ୍ୟ ଏବେ ୬ଷ୍ଠ ସିଡ୍‌ରେ ଅଛନ୍ତି। ଏସିଆ ଜୁନିଅର ବ୍ୟାଡ୍‌ମିଣ୍ଟନ୍‌ ଚାମ୍ପିୟନ୍‌ଶିପ୍‌ରେ ଭାରତ ଶେଷଥର ପାଇଁ ୧୯୬୫ରେ ସ୍ୱର୍ଣ୍ଣ ପଦକ ଜିତିଥିଲା। ଭାରତ ପାଇଁ ଗୌତମ ଠକ୍କର ସ୍ୱର୍ଣ୍ଣ ଜିତିଥିଲେ। ୨୦୧୬ରେ ଲକ୍ଷ୍ୟ ଏସିଆ ଜୁନିଅର ବ୍ୟାଡମିଣ୍ଟନ୍‌ ଚାମ୍ପିୟନ୍‌ଶିପ୍‌ରେ ବ୍ରୋଞ୍ଜ୍‌ ପଦକ ଜିତିଥିଲେ।

ଏହାବାଦ୍‌ ଭାରତ ପାଇଁ ଏସିଆ ଜୁନିଅର ବ୍ୟାଡମିଣ୍ଟନ୍‌ ଚାମ୍ପିୟନ୍‌ଶିପ୍‌ରେ ୨୦୦୯ରେ ପ୍ରଣବ ଚୋପ୍ରା ଓ ପ୍ରଜକତା ସାୱନ୍ତ ବ୍ରୋଞ୍ଜ୍‌ ପଦକ ଜିତିଥିଲେ। ସେହିପରି ୨୦୧୧ରେ ସମୀର ବର୍ମା ରୌପ୍ୟ ଓ ପିଭି ସିନ୍ଧୁ ବ୍ରୋଞ୍ଜ ପଦକ ଜିତିଥିଲେ। ୨୦୧୨ରେ ସିନ୍ଧୁ ସ୍ୱର୍ଣ୍ଣ ଓ ସମୀର ବର୍ମା ବ୍ରୋଞ୍ଜ ଜିତିଥିଲେ।

 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos