ପଞ୍ଜାବ ଆଗରେ ଶେଷ ସୁଯୋଗ: ହାରିଲେ ବିଗିଡ଼ିଯିବ ଅଙ୍କ

ଆଜି ମୁମ୍ବାଇ ଓ ପଞ୍ଜାବ ମଧ୍ୟରେ ଆଇପିଏଲର ୫୦ ତମ ମ୍ୟାଚ୍‌ ଖେଳାଯିବ। ମୁମ୍ବାଇର ୱାଙ୍ଖଡ଼େ ଷ୍ଟାଡ଼ିୟମରେ ଏହି ଗୁରୁତ୍ୱପୂର୍ଣ୍ଣ ମ୍ୟାଚ୍‌ ଖେଳାଯିବ। ଲଗାତାର ଖରାପ ପ୍ରଦର୍ଶନ ପରେ ମୁମ୍ବାଇର ପ୍ଲେଅଫ୍‌ ଖେଳିବା ସମ୍ଭାବନ ପ୍ରାୟତଃ ନାହିଁ, ତଥାବି ସାମାନ୍ୟତମ ଆଶା ବାକି ରହିଛି। ଅନ୍ୟପଟେ ଆଇପିଏଲ ଆରମ୍ଭରୁ ପଞ୍ଜାବ ମଧ୍ୟ ଆକର୍ଷଣୀୟ ପ୍ରଦର୍ଶନ କରି ଅନେକ ମ୍ୟାଚ୍‌ରେ ବିଜୟ ହାସଲ କରିଥିଲା। କିନ୍ତୁ ପରେ ଲଗାତାର ଖରାପ ପ୍ରଦର୍ଶନ ଯୋଗୁଁ ପଞ୍ଜାବ ପାଇଁ ପ୍ଲେଅଫ୍‌ ରାସ୍ତା […]

ipl-live-score

ipl-live-score

Rakesh Mallick
  • Published: Wednesday, 16 May 2018
  • Updated: 16 May 2018, 04:32 PM IST

Sports

Latest News

ଆଜି ମୁମ୍ବାଇ ଓ ପଞ୍ଜାବ ମଧ୍ୟରେ ଆଇପିଏଲର ୫୦ ତମ ମ୍ୟାଚ୍‌ ଖେଳାଯିବ। ମୁମ୍ବାଇର ୱାଙ୍ଖଡ଼େ ଷ୍ଟାଡ଼ିୟମରେ ଏହି ଗୁରୁତ୍ୱପୂର୍ଣ୍ଣ ମ୍ୟାଚ୍‌ ଖେଳାଯିବ। ଲଗାତାର ଖରାପ ପ୍ରଦର୍ଶନ ପରେ ମୁମ୍ବାଇର ପ୍ଲେଅଫ୍‌ ଖେଳିବା ସମ୍ଭାବନ ପ୍ରାୟତଃ ନାହିଁ, ତଥାବି ସାମାନ୍ୟତମ ଆଶା ବାକି ରହିଛି। ଅନ୍ୟପଟେ ଆଇପିଏଲ ଆରମ୍ଭରୁ ପଞ୍ଜାବ ମଧ୍ୟ ଆକର୍ଷଣୀୟ ପ୍ରଦର୍ଶନ କରି ଅନେକ ମ୍ୟାଚ୍‌ରେ ବିଜୟ ହାସଲ କରିଥିଲା। କିନ୍ତୁ ପରେ ଲଗାତାର ଖରାପ ପ୍ରଦର୍ଶନ ଯୋଗୁଁ ପଞ୍ଜାବ ପାଇଁ ପ୍ଲେଅଫ୍‌ ରାସ୍ତା କଷ୍ଟକର ହୋଇଯାଇଛି। ପଞ୍ଜାବ ଏପର୍ଯ୍ୟନ୍ତ ୧୨ଟି ମ୍ୟାଚ୍‌ରୁ ୬ଟିରେ ଜିତି ୧୨ ଅଙ୍କ ସହ ପଏଣ୍ଟ ଟେବୁଲରେ ୫ମ ସ୍ଥାନରେ ରହିଛି। ସେହିପରି ମୁମ୍ବାଇ ୧୨ଟି ମ୍ୟାଚ୍‌ରୁ  ୫ଟିରେ ଜିତି ୧୦ ଅଙ୍କ ସହ ପଏଣ୍ଟ ଟେବୁଲରେ ଷଷ୍ଠ ସ୍ଥାନରେ ରହିଛି।

ଏପରି ସ୍ଥିତିରେ ପଞ୍ଜାବ ଯଦି ଆଜର ମ୍ୟାଚ୍‌ରେ ଜିତୁଛି ତେବେ ପ୍ଲେଅଫ୍‌ ଖେଳିବା ସମ୍ଭାବନ ଅଧିକ ରହିଥିବା ବେଳେ ମୁମ୍ବାଇ ଆଜିର ମ୍ୟାଚ୍‌ ଜିତିଲେ ମଧ୍ୟ ପ୍ଲେଅଫ୍‌ ସମ୍ଭାବନା ସେତେଟା ନାହିଁ। ଏଭଲି ସ୍ଥିତିରେ ପଞ୍ଜାବ ପାଇଁ ଆଜିର ମ୍ୟାଚ୍‌ ବେଶ୍‌ ଗୁରୁତ୍ୱପୂର୍ଣ୍ଣ। ଯଦି ଆଜିର ମ୍ୟାଚ୍‌ ହାରୁଛି ତେବେ ପ୍ଲେଅଫ୍‌ ସ୍ୱପ୍ନ ଅଧା ରହିଯିବ। ବ୍ୟାଟିଂ ତୁଳନାରେ ପଞ୍ଜାବର ବୋଲିଂ ବିଭାଗ ଦୁର୍ବଳ ଲାଗୁଛି। ଦଳର ଇ‌ନ୍‌ଫର୍ମ ସ୍ପିନର ମୁଜିବଉର୍‌ ରେହମାନ ଆହତ କାରଣରୁ ଦଳରୁ ବାହାରେ ଅଛନ୍ତି। ସେପଟେ ମୁମ୍ବାଇ ପାଇଁ ମଧ୍ୟକ୍ରମର ବ୍ୟାଟ୍ସମ୍ୟାନ୍‌ଙ୍କ ପ୍ରଦର୍ଶନ ବେଶ୍‌ ନୌରାଶ୍ୟଜନକ ରହିଛି। ତେଣୁ ଆଜିର ମ୍ୟାଚ୍‌ରେ ପୂର୍ବ ଦୋଷ ଦୁର୍ବଳତାକୁ ସୁଧାରି କମ୍‌ବ୍ୟାକ୍‌ କରିବାକୁ ଚାହିଁବ ମୁମ୍ବାଇ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos