ଲୋଧା କମିଶନଙ୍କ ରିପୋର୍ଟକୁ ଗ୍ରହଣ କଲା ବିସିସିଆଇ, ଅନୁଧ୍ୟାନ କରିବାକୁ ଗଠନ କଲା କମିଟି

ମୁମ୍ବାଇ: ଆଇପିଏଲ୍ ସ୍ପଟ୍ ଫିକ୍ସଂ ନେଇ ଲୋଧା କମିଟି ଦେଇଥିବା ରାୟର ତର୍ଜମା କରିବା ପାଇଁ ଆଜି ଆଇପିଏଲ୍ ଗଭର୍ଣ୍ଣିଂ କାଉନସିଲର ବୈଠକ ମୁମ୍ବାଇରେ ବସିଥିଲା। ବୈଠକରେ  ଲୋଧା କମିଶନଙ୍କ ରାୟକୁ ବିସିସିଆଇ ଗ୍ରହଣ କରିଥିଲା ଓ ଏହାକୁ ସଂପୂର୍ଣ୍ଣ ଭାବେ କାର୍ଯ୍ୟକାରୀ କରିବାକୁ ନିଷ୍ପତ୍ତି ନେଇଥିଲା। ତା’ସହିତ  ଲୋଧା କମିଟିକୁ ଅନୁଧ୍ୟାନ କରିବାକୁ ବସିସିଆଇ ଏକ କାର୍ଯ୍ୟକାରୀ କମିଟି ଗଠନ କରିଛି। ଗଭର୍ଣ୍ଣିଂ କାଉନସିଲକୁ ୬ ସପ୍ତାହ ମଧ୍ୟରେ ରିପୋର୍ଟ ଦେବ କାର୍ଯ୍ୟକାରୀ କମିଟି। ରାଜୀବ […]

rajivshukla

rajivshukla

Rakesh Mallick
  • Published: Sunday, 19 July 2015
  • Updated: 19 July 2015, 01:01 PM IST

Sports

Latest News

ମୁମ୍ବାଇ: ଆଇପିଏଲ୍ ସ୍ପଟ୍ ଫିକ୍ସଂ ନେଇ ଲୋଧା କମିଟି ଦେଇଥିବା ରାୟର ତର୍ଜମା କରିବା ପାଇଁ ଆଜି ଆଇପିଏଲ୍ ଗଭର୍ଣ୍ଣିଂ କାଉନସିଲର ବୈଠକ ମୁମ୍ବାଇରେ ବସିଥିଲା। ବୈଠକରେ  ଲୋଧା କମିଶନଙ୍କ ରାୟକୁ ବିସିସିଆଇ ଗ୍ରହଣ କରିଥିଲା ଓ ଏହାକୁ ସଂପୂର୍ଣ୍ଣ ଭାବେ କାର୍ଯ୍ୟକାରୀ କରିବାକୁ ନିଷ୍ପତ୍ତି ନେଇଥିଲା। ତା’ସହିତ  ଲୋଧା କମିଟିକୁ ଅନୁଧ୍ୟାନ କରିବାକୁ ବସିସିଆଇ ଏକ କାର୍ଯ୍ୟକାରୀ କମିଟି ଗଠନ କରିଛି। ଗଭର୍ଣ୍ଣିଂ କାଉନସିଲକୁ ୬ ସପ୍ତାହ ମଧ୍ୟରେ ରିପୋର୍ଟ ଦେବ କାର୍ଯ୍ୟକାରୀ କମିଟି। ରାଜୀବ ଶୁକ୍ଳାଙ୍କୁ କାର୍ଯ୍ୟକାରୀ କମିଟର ଅଧ୍ୟକ୍ଷ କରାଯାଇଛି।

ବୈଠକ ପରେ ରାଜୀବ ଶୁକ୍ଳା କହିଥିଲେ ଯେ ଲୋଧା କମିଶନଙ୍କ ରିପୋର୍ଟକୁ ବିସିସିଆଇ ଗ୍ରହଣ କରି ନେଇଛି। ଲୋଧା କମିଶନ ଅନୁଧ୍ୟାନ କରିବା ପାଇଁ ଗଠିତ କାର୍ଯ୍ୟକାରୀ କମିଟିର ଅନ୍ୟ ୫ ସଦସ୍ୟମାନଙ୍କ ସଂପର୍କରେ ଆସନ୍ତାକାଲି (ସୋମବାର) ଘୋଷଣା କରାଯିବ। ଲୋଧା କମିଶନ ଦେଇଥିବା ନିର୍ଦ୍ଦେଶକୁ କିପରି କାର୍ଯ୍ୟକାରୀ କରାଯିବ ଓ ଆଇପିଏଲକୁ ଆଗେଇ ନିଆଯିବ ତାହା ଉପରେ ବସିସିଆଇକୁ ଏହି କାର୍ଯ୍ୟକାରୀ କମିଟି ଏକ ରିପୋର୍ଟ ଦେବ। ଏଥି ମଧ୍ୟରେ ଆଇପିଏଲକୁ କିପରି ପରିଚାଳନା କରାଯିବ, କେତେ ଟିମକୁ ଖେଳା ଯାଇପାରିବ ସେ ସଂପର୍କରେ ଆଇପିଏଲର ସମସ୍ତ ଅଂଶୀଦାର, ସମସ୍ତ ରାଜ୍ୟ କ୍ରିକେଟ ଆସୋସିଏସଗୁଡ଼ିକର ସଦସ୍ୟ, ଆଇନ ବିଶେଷଜ୍ଞମାନଙ୍କ ପରାମର୍ଶ ନିଆଯିବ। ଏସବୁ କାର୍ଯ୍ୟ କରିବା ସହିତ ୬ ସପ୍ତାହ ମଧ୍ୟରେ ରିପୋର୍ଟ ଦାଖଲ କରିବାକୁ ହେବ।

ଶୁକ୍ଳା ଆହୁରି ମଧ୍ୟ କହିଛନ୍ତି ଯେ ଆଇପିଏଲ ୯ର ଆକାର ଆହୁରି ବଡ଼ ଓ ଭଲ ହେବ ବୋଲି ସେ ଆଶା ରଖିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos