ଭେଟନ୍ତୁ ବିଶ୍ୱର ସର୍ବାଧିକ ଦରମା ପାଉଥିବା ଏଇ ୫ କ୍ରିକେଟ୍‌ କୋଚଙ୍କୁ

ଭାରତୀୟ କ୍ରିକେଟ୍‌କୁ ଆଇପିଏଲ୍‌ ଏକ ବ୍ୟବସାୟରେ ପରିଣତ କରିଦେଇଛି। ଏହାର ଲାଭ କୋଚ୍‌ ଓ ଖେଳାଳିମାନେ ଉଠାଉଛନ୍ତି। ଏହାଦ୍ୱାରା ଅନ୍ତର୍ଜାତୀୟ ସ୍ତରର ବଡ଼ବଡ଼ ଖେଳାଳି ପେସାଦାର ଜୀବନରୁ ଅବସର ନେଇ ଆଇପିଏଲ୍‌ ନିଲାମୀରେ ଭାଗ ନେଉଛନ୍ତି। ଏପରିକି ବେଶ୍‌ ଉପାର୍ଜନ ମଧ୍ୟ କରୁଛନ୍ତି। ଏହାର ପ୍ରଭାବ ବିଭିନ୍ନ ଦେଶର କ୍ରିକେଟ୍‌ ବୋର୍ଡ଼ ଉପରେ ପଡ଼ିଛି। ତେଣୁ ବାଧ୍ୟ ହୋଇ ଖେଳାଳି ଓ କୋଚଙ୍କ ଦରମା ବଢ଼ାଇଛନ୍ତି। କିନ୍ତୁ ସମସ୍ତଙ୍କୁ ପଛରେ ପକାଇ ଭାରତୀୟ କ୍ରିକେଟ୍‌ ଟିମ୍‌ର କୋଚ୍‌ […]

ravi sastri

ravi sastri

Rakesh Mallick
  • Published: Tuesday, 27 February 2018
  • Updated: 27 February 2018, 05:41 PM IST

Sports

Latest News

ଭାରତୀୟ କ୍ରିକେଟ୍‌କୁ ଆଇପିଏଲ୍‌ ଏକ ବ୍ୟବସାୟରେ ପରିଣତ କରିଦେଇଛି। ଏହାର ଲାଭ କୋଚ୍‌ ଓ ଖେଳାଳିମାନେ ଉଠାଉଛନ୍ତି। ଏହାଦ୍ୱାରା ଅନ୍ତର୍ଜାତୀୟ ସ୍ତରର ବଡ଼ବଡ଼ ଖେଳାଳି ପେସାଦାର ଜୀବନରୁ ଅବସର ନେଇ ଆଇପିଏଲ୍‌ ନିଲାମୀରେ ଭାଗ ନେଉଛନ୍ତି। ଏପରିକି ବେଶ୍‌ ଉପାର୍ଜନ ମଧ୍ୟ କରୁଛନ୍ତି। ଏହାର ପ୍ରଭାବ ବିଭିନ୍ନ ଦେଶର କ୍ରିକେଟ୍‌ ବୋର୍ଡ଼ ଉପରେ ପଡ଼ିଛି। ତେଣୁ ବାଧ୍ୟ ହୋଇ ଖେଳାଳି ଓ କୋଚଙ୍କ ଦରମା ବଢ଼ାଇଛନ୍ତି। କିନ୍ତୁ ସମସ୍ତଙ୍କୁ ପଛରେ ପକାଇ ଭାରତୀୟ କ୍ରିକେଟ୍‌ ଟିମ୍‌ର କୋଚ୍‌ ଆଗରେ ଅଛନ୍ତି। ଆସନ୍ତୁ ନଜର ପକାଇବା କେଉଁ ଟିମ୍‌ର କୋଚ୍‌ କେତେ ଟଙ୍କା ପାରିଶ୍ରମିକା ନିଅନ୍ତି।

ରବି ଶାସ୍ତ୍ରୀ: ଭାରତୀୟ କ୍ରିକେଟ୍‌ ଟିମ୍‌ର କୋଚ ହେଉଛନ୍ତି ରବି ଶାସ୍ତ୍ରୀ। ଅନୀଲ କୁମ୍ୱେଲ କୋଚ ପଦରୁ ଇସ୍ତଫା ଦେବା ପରେ ବିସିସିଆଇ ତାଙ୍କୁ କୋଚ୍‌ ଭାବେ ଚୟନ କରିଥିଲା। ତାଙ୍କ ନେତୃତ୍ୱରେ ଦରମା ଦକ୍ଷିଣଆଫ୍ରିକାରେ ଜବରଦସ୍ତ ଖେଳ ପ୍ରଦର୍ଶନ କରିଥିଲା। ଟେଷ୍ଟ ମ୍ୟାଚ୍‌ ହାରିଥିଲେ ମଧ୍ୟ ଏକ ଦିବସୀୟ ଓ T-20 ସିରିଜ ଜିତି ନେଇଥିଲା। ତେବେ ଶାସ୍ତ୍ରୀ ବର୍ଷକୁ ୭.୪୦ କୋଟି ଟଙ୍କା ପାରିଶ୍ରମିକ ନିଅନ୍ତି।

ଡାରେନ୍‌ ଲେହେମାନ: ଡାରେନ୍‌ ଲେହେମାନ ହେଉଛନ୍ତି ଅଷ୍ଟ୍ରେଲିଆ କ୍ରିକେଟ୍‌ ଟିମ୍‌ର କୋଚ୍‌। ପ୍ରତିବର୍ଷ ସେ ୩.୫୦ କୋଟି ଟଙ୍କା ପାରିଶ୍ରମିକ ନିଅନ୍ତି। ଏହାଛଡ଼ା ସେ ଆଇପିଏଲ୍‌ରେ ମଧ୍ୟ ଭାଗ ନେଇଥିଲେ। ୨୦୦୯ ମସିହାରେ ସେ ଡେକାନ ଚାର୍ଜର ହାଇଦ୍ରାବାଦର କୋଚ୍‌ ହୋଇଥିଲେ। ସେହିବର୍ଷ ଆଇପିଏଲ୍‌ରେ ଡେକାନ ଚାମ୍ପିଅନ୍‌ ହୋଇଥିଲା।

ଟ୍ରେଭର୍‌ ବେଲିସ୍‌: ଟ୍ରେଭର୍‌ ବେଲିସ୍‌ ବର୍ଷକୁ ୩.୩୦ କୋଟି ଟଙ୍କା ପାରିଶ୍ରମିକ ନିଅନ୍ତି। ୨୦୧୧ ମସିହାରେ ସେ ଶ୍ରୀଲଙ୍କା ଦଳର କୋଚ ଥିଲେ। ତାଙ୍କ ପରାମର୍ଶରେ ଶ୍ରୀଲଙ୍କ ଭଲ ଖେଳ ପ୍ରଦର୍ଶନ କରିଥିଲା। ସେହିବର୍ଷ ଶ୍ରୀଲଙ୍କ ଦଳ ଫାଇନାଲକୁ ଯାଇପାରିଥିଲା।

ମାଇକ୍‌ ହେସନ୍‌: ମାଇକ୍‌ ହେସନ୍‌ ବର୍ଷକୁ ୧.୬୦ ଟଙ୍କା ପରିଶ୍ରମିକ ନିଅନ୍ତି। ସେ ଯେତେବେଳେ ନ୍ୟୁଜିଲାଣ୍ଡର କୋଚ ଥିଲେ ସେହି ସମୟରେ ଦଳ ଭଲ ପ୍ରଦର୍ଶନ କରିଥିଲା। ତାଙ୍କ ଉଚ୍ଚ କୁଟୀର ତାଲିମ ଖାଳାଳିଙ୍କୁ ପ୍ରେରଣା ଦେଇଥିଲା।

ମିକି ଆର୍ଥର୍‌: ପାକିସ୍ତାନର କ୍ରିକେଟ୍‌ ଟିମ୍‌ର କୋଚ୍‌ ହେଉଛନ୍ତି ମିକି ଆର୍ଥର। ସେ ବାର୍ଷିକ ୧.୪୦ କୋଟି ଟଙ୍କା ପାରିଶ୍ରମିକ ନିଅନ୍ତି। ତାଙ୍କ ନେତୃତ୍ୱରେ ୨୦୧୭ ମସିହାରେ ପାକିସ୍ତାନ ଚାମ୍ପିଅନ୍‌ ଟ୍ରଫି ଜିତିଥିଲା। ଏହି ମ୍ୟାଚରେ ଭାରତ ହାରି ଯାଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos