ୱିମ୍ବଲଡନ୍: ମିକ୍ସଡ୍ ଡବଲ୍ସ ଫାଇନାଲରେ ପେସ୍-ହିଙ୍ଗିସ୍

paesmatrin

ଲଣ୍ଡନ: ୱିମ୍ବଲଡନର ମିକ୍ସଡ ଫାଇନାଲରେ ପହଞ୍ଚି ଯାଇଛନ୍ତି ଭାରତୀୟ ଟେନିସ ତାରକା ଲିଆଣ୍ଡର ପେସ୍। ସୁଇଜରଲ୍ୟାଣ୍ଡର ମାର୍ଟିନା ହିଙ୍ଗିସଙ୍କୁ ସାଥୀ କରି ଖେଳୁଥିବା ପେସ୍ ମାଇକ୍ ବ୍ରାନ୍ ଓ ବେଥାନିଏ ମାଟ୍ଟେକ ସାଣ୍ଡସଙ୍କୁ ୬-୩, ୬-୪ରେ ପରାସ୍ତ କରି ଫାଇନାଲରେ ପହଞ୍ଚି ଯାଇଛନ୍ତି।

ହିଙ୍ଗିସ ଉଭୟ ମହିଳା ଡବଲ୍ସ ଓ ମିକ୍ସଡ ଡବଲ୍ସର ଫାଇନାଲରେ ପହଞ୍ଚି ଯାଇଛନ୍ତି। ଉଭୟ ବର୍ଗରେ ତାଙ୍କର ସାଥୀ ରହିଛନ୍ତି ଭାରତୀୟ। ମିକ୍ସଡ ଡବଲ୍ସରେ ପେସ୍ ତାଙ୍କର ଯୋଡ଼ି ଥିବା ବେଳେ ମହିଳା ଡବଲ୍ସରେ ତାଙ୍କର ସାଥୀ ହେଉଛନ୍ତି ସାନିଆ ମିର୍ଜା।

Previous ArticleNext Article

Send this to a friend