କାହିଁକି ମୋବାଇଲ୍‌ ଫ୍ଲାସ୍‌ ଲାଇଟ୍‌ରେ ଚମକିଲା କଳିଙ୍ଗ ଷ୍ଟାଡିୟମ୍‌: ଭିଡ଼ିଓ ଭାଇରାଲ୍‌

stadium copy

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ହକି ୱାର୍ଲ୍ଡ୍ ପାଇଁ ଏବେ ଚଳଚଞ୍ଚଳ ରାଜଧାନୀ ଭୁବନେଶ୍ୱର। କଳିଙ୍ଗ ଷ୍ଟାଡିୟମରେ ଏହି ପ୍ରତିଯୋଗିତା ଖେଳାଯାଉଥିବା ବେଳେ କ୍ରୀଡାପ୍ରେମୀଙ୍କ ମଧ୍ୟରେ ଅନେକ ଉତ୍କଣ୍ଠା ଦେଖିବାକୁ ମିଳିଛି। ସମସ୍ତଙ୍କ ମଧ୍ୟରେ ଏବେ ହକି କ୍ରେଜ୍‌ ଦେଖିବାକୁ ମିଳିଛି। ଗତ କାଲି ଖେଳାଯାଇଥିବା ଏକ ମ୍ୟାଚ୍‌ ଦର୍ଶକଙ୍କ ମଧ୍ୟରେ ଏପରି ଉତ୍ସାହ ଦେଖିବାକୁ ମିଳିଥିଲା ଯାହା ଖେଳାଳିଙ୍କୁ ଉତ୍ସାହିତ କରିଛି। ଗତକାଲି ଜର୍ମାନୀ ଓ ଟିମ୍‌ ଇଣ୍ଡିଆ ମଧ୍ୟରେ ଖେଳାଯାଇଥିବା ମ୍ୟାଚ୍‌ରେ ଷ୍ଟାଡିୟମରେ ଉପସ୍ଥିତ ସମସ୍ତ ଦର୍ଶକ ଖେଳାଳିଙ୍କୁ ଏକ ନିଆରା ଶୈଳୀରେ ସ୍ୱାଗତ କରିଥିଲେ। ଉଭୟ ଟିମର ଖେଳାଳି ପଡିଆକୁ ପ୍ରବେଶ କରିବା ସମୟରେ ସମସ୍ତ ଦର୍ଶକ ନିଜ ନିଜ ମୋବାଇଲର ଫ୍ଲାସ୍ ଲାଇଟ୍‌ ଅନ୍‌ କରି ଖେଳାଳିଙ୍କୁ  ସ୍ୱାଗତ କରିଥିଲେ। ଏହି ସମୟରେ ଫ୍ଲାସ୍‌ ଲାଇଟ୍‌ ଅନ୍‌ ହେବା ଫଳରେ ସାରା ଷ୍ଟାଡିୟମ ବହୁ ସୁନ୍ଦର ଦେଖାଯାଉଥିଲା। ଆକାଶର ତାରା, ସତେ ଯେମିତି ଷ୍ଟାଡିୟମରେ ଉଇଁବା ଭଳି ଲାଗୁଥିଲା।

Previous ArticleNext Article

Send this to a friend