ବିବାହ କରି ମଧ୍ୟ ପାକିସ୍ତାନୀ ମହିଳାଙ୍କ ସହ ସମ୍ପର୍କ ରଖୁଛନ୍ତି ଏହି ଭାରତୀୟ କ୍ରିକେଟର୍‌: ଅଭିଯୋଗ ଆଣିଲେ ପତ୍ନୀ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଟିମ୍ ଇଣ୍ଡିଆର ବୋଲର୍‌ ମହମ୍ମଦ ସାମିଙ୍କ ନାଁରେ ଗୁରୁତର ଅଭିଯୋଗ। ଅଭିଯୋଗ କରିଛନ୍ତି ନିଜ ପତ୍ନୀ। ବିବାହିତ ଥାଇ ମଧ୍ୟ ମହମ୍ମଦ ସାମି ଅନ୍ୟ ମହିଳାଙ୍କ ସହ ଅନୈତିକ ସମ୍ପର୍କ ରଖିଥିବା ନେଇ ମୁହଁ ଖୋଲିଛନ୍ତି ପତ୍ନୀ ହସିନ୍‌ ଜହାନ୍‌। ଏହି ଘଟଣା ସୋସିଆଲ ମିଡ଼ିଆରେ ଭାଇରାଲ୍‌ ହେବାପରେ ଏହାକୁ ନେଇ ପ୍ରତିକ୍ରିୟା ପ୍ରକାଶ ପାଇଛି। ଶେଷରେ ଏଇ ଘଟଣାକୁ ନେଇ ମୁଁହ ଖୋଲିଛନ୍ତି ମହମ୍ମଦ ସାମି। ସାମି ଟ୍ୱିଟର୍ ମାଧ୍ୟମରେ କହିଛନ୍ତି, ଏହା […]

mohd-shami1

mohd-shami1

Rakesh Mallick
  • Published: Wednesday, 07 March 2018
  • Updated: 07 March 2018, 01:50 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଟିମ୍ ଇଣ୍ଡିଆର ବୋଲର୍‌ ମହମ୍ମଦ ସାମିଙ୍କ ନାଁରେ ଗୁରୁତର ଅଭିଯୋଗ। ଅଭିଯୋଗ କରିଛନ୍ତି ନିଜ ପତ୍ନୀ। ବିବାହିତ ଥାଇ ମଧ୍ୟ ମହମ୍ମଦ ସାମି ଅନ୍ୟ ମହିଳାଙ୍କ ସହ ଅନୈତିକ ସମ୍ପର୍କ ରଖିଥିବା ନେଇ ମୁହଁ ଖୋଲିଛନ୍ତି ପତ୍ନୀ ହସିନ୍‌ ଜହାନ୍‌। ଏହି ଘଟଣା ସୋସିଆଲ ମିଡ଼ିଆରେ ଭାଇରାଲ୍‌ ହେବାପରେ ଏହାକୁ ନେଇ ପ୍ରତିକ୍ରିୟା ପ୍ରକାଶ ପାଇଛି। ଶେଷରେ ଏଇ ଘଟଣାକୁ ନେଇ ମୁଁହ ଖୋଲିଛନ୍ତି ମହମ୍ମଦ ସାମି। ସାମି ଟ୍ୱିଟର୍ ମାଧ୍ୟମରେ କହିଛନ୍ତି, ଏହା ସମ୍ପୂର୍ଣ୍ଣ ମାତ୍ରାରେ ମିଛ କଥା। ତାଙ୍କ ବିରୋଧରେ ଏହା ଏକ  ବହୁତ ବଡ଼ ଷଢଯନ୍ତ୍ର ଓ ତାଙ୍କୁ ବଦନାମ କରିବାକୁ ଏମିତି କରାଯାଉଛି ବୋଲି ସାମି କହିଛନ୍ତି।

ଆପଣଙ୍କୁ ଜଣାଇଦେବାକୁ ଚାହୁଁଛୁ ପତ୍ନୀ ହସିନ୍‌ ଜହାନ୍‌ ତାଙ୍କ ଫେସ୍‌ବୁକ ଆକାଉଣ୍ଟରେ ପତି ମହମ୍ମଦ ସାମିଙ୍କ ନାଁରେ ଆଭିଯୋଗ କରିଥିଲେ ଯେ ତାଙ୍କ ପତି ଅନ୍ୟ ମହିଳାଙ୍କ ସହ ଅନୈତିକ ସମ୍ପର୍କ ରଖୁଛନ୍ତି। ସେ କିଛି ଫଟୋ, ଫୋନରେ ବାର୍ତ୍ତାଳାପର କିଛି ଅଡ଼ିଓ ଓ ଅନ୍ୟ କିଛି ତଥ୍ୟ ଫେସବୁକରେ ପୋଷ୍ଟ କରିଛନ୍ତି। ଫେସବୁକ୍‌ରେ ପୋଷ୍ଟ କରିଥିବା ଫଟୋଗୁଡ଼ିକ ମଧ୍ୟରୁ ପାକିସ୍ତାନର କରାଚିରେ ରହୁଥିବା ଜଣେ ପ୍ରଷ୍ଟିଚ୍ୟୁଟ୍‌ର ଫଟୋ ମଧ୍ୟ ସାମିଲ ଅଛି। ଯାହାକୁ ନେଇ ଏବେ ସୋସିଆଲ ମିଡ଼ିଆରେ ଏବେ ଚର୍ଚ୍ଚାର କେନ୍ଦ୍ର ପାଲିଟିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos