ଆଇପିଏଲ୍‌ରେ ନିଆରା ରେକର୍ଡ: ଏହି ବୋଲର୍‌ ୮ ବର୍ଷ ଯାଏଁ ଗୋଟିଏ ବି ନୋ-ବଲ୍‌ ନ ପକାଇ ଖାଇଥିଲେ ସର୍ବାଧିକ ଛକା

ଚଳିତ ଆଇପିଏଲ ଦିନକୁ ଦିନ ବେଶ୍‌ ରୋମାଞ୍ଚକର ହେବାରେ ଲାଗିଛି। ବିଶ୍ୱର ବଛା ବଛା କ୍ରିକେଟ୍‌ର ଏବେ ଗୋଟିଏ ପ୍ଲାଟଫର୍ମରେ ନିଜର ଜଲ୍‌ୱା ଦେଖାଇବାରେ ସୁଯୋଗ ପାଇଛନ୍ତି। ଏପର୍ଯ୍ୟନ୍ତ ଖେଳାଯାଇଥିବା ମ୍ୟାଚ୍‌ରେ ସନରାଇଜର୍ସ ହାଇଦ୍ରାବାଦ ଆକର୍ଷଣୀୟ ପ୍ରଦର୍ଶନ କରି ପଦକ ତାଲିକାରେ ଶୀର୍ଷରେ ରହିଛି। ହାଇଦ୍ରାବାଦ ୩ଟି ମ୍ୟାଚ୍‌ରୁ ୩ଟିରେ ବିଜୟୀ ହୋଇଥିବା ବେଳେ କେକେଆର୍‌ ୪ଟି ମ୍ୟାଚ୍‌ରୁ ୨ଟିରେ ବିଜୟୀ ହୋଇ ପଦକ ତାଲିକାରେ ଦ୍ୱିତୀୟ ସ୍ଥାନରେ ରହିଛି। ଗତ କାଲି ଖେଳାଯାଇଥିବା ମ୍ୟାଚ୍‌ରେ କୋଲକାତା […]

IPL-10-4-टीमों-में-3-प्लेऑफ-की-लड़ाई-अगले-दौर-से-पहले-8-मैच-बाकी

IPL-10-4-टीमों-में-3-प्लेऑफ-की-लड़ाई-अगले-दौर-से-पहले-8-मैच-बाकी

Rakesh Mallick
  • Published: Tuesday, 17 April 2018
  • Updated: 17 April 2018, 04:47 PM IST

Sports

Latest News

ଚଳିତ ଆଇପିଏଲ ଦିନକୁ ଦିନ ବେଶ୍‌ ରୋମାଞ୍ଚକର ହେବାରେ ଲାଗିଛି। ବିଶ୍ୱର ବଛା ବଛା କ୍ରିକେଟ୍‌ର ଏବେ ଗୋଟିଏ ପ୍ଲାଟଫର୍ମରେ ନିଜର ଜଲ୍‌ୱା ଦେଖାଇବାରେ ସୁଯୋଗ ପାଇଛନ୍ତି। ଏପର୍ଯ୍ୟନ୍ତ ଖେଳାଯାଇଥିବା ମ୍ୟାଚ୍‌ରେ ସନରାଇଜର୍ସ ହାଇଦ୍ରାବାଦ ଆକର୍ଷଣୀୟ ପ୍ରଦର୍ଶନ କରି ପଦକ ତାଲିକାରେ ଶୀର୍ଷରେ ରହିଛି। ହାଇଦ୍ରାବାଦ ୩ଟି ମ୍ୟାଚ୍‌ରୁ ୩ଟିରେ ବିଜୟୀ ହୋଇଥିବା ବେଳେ କେକେଆର୍‌ ୪ଟି ମ୍ୟାଚ୍‌ରୁ ୨ଟିରେ ବିଜୟୀ ହୋଇ ପଦକ ତାଲିକାରେ ଦ୍ୱିତୀୟ ସ୍ଥାନରେ ରହିଛି। ଗତ କାଲି ଖେଳାଯାଇଥିବା ମ୍ୟାଚ୍‌ରେ କୋଲକାତା ଦିଲ୍ଲୀକୁ ୭୧ ରନରେ ପରାସ୍ତ କରିଥିଲା। ଏହି ମ୍ୟାଚ୍‌ରେ ପିୟୁଷ ଚାୱଲା ୨ ଓଭର ବୋଲିଂ କରି ୧୬ ରନ୍‌ ଦେବାସହ ଗୋଟିଏ ୱିକେଟ୍‌ ହାସଲ କରିଥିଲେ।

ଆଇପିଏଲରେ ଏମିତି କିଛି ଖେଳାଳି ଅଛନ୍ତି ଯାହାଙ୍କ ରେକର୍ଡ ବିଷୟରେ ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହେବେ। ସେଭଳି କିଛି ନିଆରା ରେକର୍ଡର ଅଧିକାରୀଙ୍କ ମଧ୍ୟରେ ପିୟୁଷ ଚାୱଲା ଅନ୍ୟତମ। ସେ ଏପର୍ଯ୍ୟନ୍ତ ଆଇପିଏଲରେ ମାତ୍ର ଗୋଟିଏ ନୋ-ବଲ୍‌ ପକାଇଛନ୍ତି। ଆଇପିଏଲ୍‌ର ୮ଟି ସିଜିନ ପର୍ଯ୍ୟନ୍ତ ପିୟୁଷ ଗୋଟିଏ ବି ନୋ-ବଲ୍‌ ପକାଇନଥିଲେ। ୨୦୧୬ରେ ସେ ଆଇପିଏଲରେ ପ୍ରଥମ ଥର ପାଇଁ ଏକ ନୋ ବଲ୍‌ ପକାଇଥିଲେ। ଏହା ସହ ପିୟୁଷଙ୍କ ନାଁକେ ଆଉ ଏକ ରେକର୍ଡ ମଧ୍ୟ ରହିଛି। ପିୟୁଷ ଆଇପିଏଲରେ ସର୍ବାଧିକ ଛକା ଖାଇଥିବା ବୋଲରଙ୍କ ଲିଷ୍ଟରେ ସର୍ବାଗେ ଅଛନ୍ତି। ତାଙ୍କ ପୂର୍ବରୁ ଏହି ରେକର୍ଡର ଅଧିକାରୀ ଥିଲେ ଅମିତ ମିଶ୍ରା। ୨୦୧୫ ଯାଏ ପିୟୁଷ ୧୦୦ରୁ ଉର୍ଦ୍ଧ ଛକା ଖାଇସାରିଥିଲେ।

ସେହିପରି ଏରୋନ ଫିଞ୍ଚଙ୍କ ନାଁରେ ଏକ ନିଆରା ରେକର୍ଡ ରହିଛି। ଫିଞ୍ଚ ଏପର୍ଯ୍ୟନ୍ତ ଆଇପିଏଲରେ ୭ଟି ଟିମ୍‌ରୁ ଖେଳିସାରିଛନ୍ତି। ଦକ୍ଷିଣ ଆଫ୍ରିକାର ବୋଲର୍‌ ଡେଲ୍‌ ଷ୍ଟେନ୍‌ ୨୦୧୩ ଆଇପିଏଲରେ ସର୍ବାଧିକ ୨୧୨ଟି ଡଟ୍‌ ବଲ୍‌ ପକାଇବାର ରେକର୍ଡ କରିଥିଲେ। ଅଷ୍ଟ୍ରେଲିଆ କ୍ରିକେଟର୍‌ ଗିଲଖ୍ରୀଷ୍ଟ  ଆଇପିଏଲ କ୍ୟାରିୟରରେ  ସେ ପ୍ରଥମ ବଲ୍‌ରେ ୱିକେଟ୍‌ ହାସଲ କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos