ଆଇପିଏଲ୍‌ ଖେଳୁଥିବା ନ ଥିବାରୁ ପାକିସ୍ତାନର ଟି-୨୦ ଖେଳାଳିଙ୍କ ପ୍ରଦର୍ଶନ ହ୍ରାସ ପାଉଛି: କୋଚ୍‌

mickey-arthur

ଲାହୋର : ଆଇପିଏଲ୍ ଖେଳୁ ନ ଥିବାରୁ ପାକିସ୍ତାନର ଟି-୨୦ ଖେଳାଳିଙ୍କ ପ୍ରଦର୍ଶନ ହ୍ରାସ ପାଉଛି। ବୁଧବାର ଏହା କହିଛନ୍ତି ପାକିସ୍ତାନର ନବ ନିଯୁକ୍ତ କୋଚ୍ ମିକ୍କି ଆର୍ଥର।

ରାଜନୈତିକ ବିରୋଧ ଯୋଗୁଁ ଆଇପିଏଲ୍‌ର ଦ୍ୱିତୀୟ ସଂସ୍କରଣ ପରଠାରୁ କୌଣସି ପାକିସ୍ତାନୀ ଖେଳାଳି ଏହି ଟୁର୍ଣ୍ଣାମେଣ୍ଟରେ ଭାଗ ନେଉନାହାନ୍ତି।

ୱାକର ୟୁନିସ୍‌ଙ୍କ ବଦଳରେ କୋଚ୍ ହୋଇଥିବା ଆର୍ଥର କହିଛନ୍ତି,“ଏହି ଟୁର୍ଣ୍ଣାମେଣ୍ଟରେ ପାକ୍‌ ଖେଳାଳିମାନେ ଭାଗ ନେଇଥିଲେ ସେଠାରୁ ବହୁତ କିଛି ଶିକ୍ଷା କରିପାରି ଥାନ୍ତେ। ଏଠାକୁ ବହୁ ଦେଶରୁ ଖେଳାଳିମାନେ ଆସି ଭାଗ ନେଉଥିବାରୁ ଯୁବ ଖେଳାଳିଙ୍କୁ ବହୁତ କିଛି ଶିଖିବାକୁ ମିଳିଥାଏ। ତେଣୁ ଏହି ଦୁଇ ପାରମ୍ପାରିକ ପ୍ରତିଦ୍ୱନ୍ଦୀଙ୍କ ମଧ୍ୟରେ ଥିବା ବିବାଦକୁ ଦୁଇ ଦେଶ ମିଶି ତୁଟାଇବା ଦରକାର।”

Previous ArticleNext Article

Send this to a friend