ଓଡ଼ିଶା-ଆସାମ ରଣଜୀ ମ୍ୟାଚ୍: ପ୍ରଥମ ଇନିଂସରେ ୮୮ ରନରେ ଓଡ଼ିଶା ଦଳ ଅଲ୍ ଆଉଟ୍, ଆସାମର ଦ୍ୱିତୀୟ ଇନିଂସ ୧୩୭/୮

କଟକ: କଟକର ବାରବାଟୀ ଷ୍ଟାଡିୟମରେ ଚାଲିଥିବା ଓଡ଼ିଶା-ଆସାମ ରଣଜୀ ମ୍ୟାଚ୍ ରୋମାଞ୍ଚକର ସ୍ଥିତିରେ ପହଞ୍ଚି ଯାଇଛି। ଆସାମ ଦଳ ପ୍ରଥମ ଇନିଂସରେ ମାତ୍ର ୯୨ ରନରେ ଅଲ୍ ଆଉଟ୍ ହୋଇଯାଇଥିଲା। କିନ୍ତୁ ଓଡ଼ିଶା ଦଳ ଏହାକୁ ବି ଅତିକ୍ରମ କରିପାରିଲା ନାହିଁ। ୪ ରନ୍ ପଛରେ ଅର୍ଥାତ ୮୮ ରନରେ ଅଟକି ଗଲା ଦଳ। ଅନ୍ୟପକ୍ଷରେ ଆଜି ଦ୍ୱିତୀୟ ଇନିଂସ ଖେଳିଥିବା ଆସାମ ଦଳ ଷ୍ଟମ୍ପ୍ ଅପସାରଣ ସୁଦ୍ଧା ୧୩୭ ରନ୍ ସଂଗ୍ରହ କରିଛି। ତେବେ ୮ଟି […]

ranji

ranji

Rakesh Mallick
  • Published: Friday, 16 October 2015
  • Updated: 16 October 2015, 04:26 PM IST

Sports

Latest News

ranjiକଟକ: କଟକର ବାରବାଟୀ ଷ୍ଟାଡିୟମରେ ଚାଲିଥିବା ଓଡ଼ିଶା-ଆସାମ ରଣଜୀ ମ୍ୟାଚ୍ ରୋମାଞ୍ଚକର ସ୍ଥିତିରେ ପହଞ୍ଚି ଯାଇଛି। ଆସାମ ଦଳ ପ୍ରଥମ ଇନିଂସରେ ମାତ୍ର ୯୨ ରନରେ ଅଲ୍ ଆଉଟ୍ ହୋଇଯାଇଥିଲା। କିନ୍ତୁ ଓଡ଼ିଶା ଦଳ ଏହାକୁ ବି ଅତିକ୍ରମ କରିପାରିଲା ନାହିଁ। ୪ ରନ୍ ପଛରେ ଅର୍ଥାତ ୮୮ ରନରେ ଅଟକି ଗଲା ଦଳ। ଅନ୍ୟପକ୍ଷରେ ଆଜି ଦ୍ୱିତୀୟ ଇନିଂସ ଖେଳିଥିବା ଆସାମ ଦଳ ଷ୍ଟମ୍ପ୍ ଅପସାରଣ ସୁଦ୍ଧା ୧୩୭ ରନ୍ ସଂଗ୍ରହ କରିଛି। ତେବେ ୮ଟି ୱିକେଟ୍ ହରାଇ ଦେଇଛି। ଆହୁରି ଦୁଇ ଦିନର ଖେଳ ବାକି ଥିବା ଯୋଗୁଁ ଏହି ମ୍ୟାଚରୁ ଫଳାଫଳ ବାହାରିବା ନିଶ୍ଚିତ ହୋଇଯାଇଛି।

ଦ୍ୱିତୀୟ ଦିନରେ ଦ୍ୱିତୀୟ ଇନିଂସରେ ଆସାମ ଦଳ ୮ ୱିକେଟ୍ ହରାଇ ୧୩୭ ରନ୍ ସଂଗ୍ରହ କରିଛି। ଦଳ ପକ୍ଷରୁ ସୟିଦ ମହମ୍ମଦ ସର୍ବାଧିକ ୪୨ (୧୫୮ ବଲ୍) ସଂଗ୍ରହ କରିଛନ୍ତି। ଓପନର ପଲ୍ଲଭ କୁମାର ଦାସ ୨୧ (୩୬ ବଲ୍), ତରଜିନ୍ଦର ସିଂହ ୨୭ (୧୩୧ ବଲ୍), ଅରୁଣ କାର୍ତ୍ତିକ ୧୬ (୩୩ ବଲ୍) ଓ ସରୂପମକ ପୁରକାୟସ୍ଥ୧୦ (୨୯ ବଲ୍) ରନ୍ କରିଥିଲେ। ଦଳର ପ୍ରମୁଖ ବ୍ୟାଟ୍ସମ୍ୟାନ୍ କୁନାଲ୍ ସାଇକିଆ, ଗୋକୁଳ ଶର୍ମା ଓ ଅମିତ ବର୍ମା ପ୍ରମୁଖ ଶୂନରେ ଆଉଟ୍ ହୋଇଥିଲେ। ସୟିଦ ମହମ୍ମଦ ୪୨ ରନ୍ କରି ନଟ୍ ଆଟୋ ଥିବା ବେଳେ ଅରୂପ ଦାସ ୪ ରନ୍ କରି ଅପରାଜିତ ଅଛନ୍ତି।

ଓଡ଼ିଶା ପକ୍ଷରୁ ବସନ୍ତ ବେହେରେ ଓ ସୂର୍ଯ୍ୟକାନ୍ତ ପ୍ରଧାନ ୩ଟି ଲେଖାଏଁ ୱିକେଟ୍ ନେଇଥିବା ବେଳେ ଆଲୋକ ସାହୁ ଗୋଟିଏ ୱିକେଟ୍ ନେଇଛନ୍ତି।

ଏହା ପୂର୍ବରୁ ଆଜି ୫୨ରୁ ପ୍ରଥମ ଇନିଂସର ଖେଳ ଆରମ୍ଭ କରିଥିଲା ଓଡ଼ିଶା ଦଳ। ଗତକାଲି ୫ଟି ୱିକେଟ୍ ହରାଇ ଥିବା ଓଡ଼ିଶା ଦଳ ଆଜି ମାତ୍ର ୩୬ ରନ୍ ଯୋଡି ବାକି ତକ ୱିକେଟ୍ ହରାଇଥିଲା। ଆଜି ଅନୁରାଗ ଷଡ଼ଙ୍ଗୀଙ୍କୁ ଛାଡ଼ି ଦେଲେ ଦଳର ଅନ୍ୟ କୌଣସି ବ୍ୟାଟ୍ସମ୍ୟାନ୍ ଦୁଇ ଅଙ୍କ ଛୁଇଁ ପାରି ନଥିଲେ। ଗତକାଲି ୮୬ ବଲରେ ୭ ରନ୍ କରି ଅପରାଜିତ ଥିବା ଅନୁରାଗ ଆଜି ୨୭ ରନ୍ (୧୧୯ ବଲ୍) କରି ଆଉଟ୍ ହୋଇଥିଲେ। ସେହିଭଳି ଗତକାଲି ୨୦ଟି ବଲରୁ ୪ ରନ୍ କରି ଅପରାଜିତ ରହିଥିବା ଅଭିଳାଷ ଆଜି ମାତ୍ର ଦୁଇଟି ବଲ୍ ଖେଳିପାରିଥିଲେ। ତା’ପରେ ସେଇ ୪ ରନରେ ଆଉଟ୍ ହୋଇଯାଇଥିଲେ। ଆଲୋକ ସାହୁ ୬, ସୂର୍ଯ୍ୟକାନ୍ତ ପ୍ରଧାନ ୨, ବସନ୍ତ ମହାନ୍ତି ୭ କରି ଆଉଟ୍ ହୋଇଥିଲେ।

ଆସାମା ବିପକ୍ଷରେ ଖେଳିବା ପୂର୍ବରୁ ଓଡ଼ିଶା ଦଳ ବିଦର୍ଭ ଓ ମହାରାଷ୍ଟ୍ର ବିପକ୍ଷରେ ରଣଜୀ ମ୍ୟାଚ୍ ଖେଳି ସାରିଛି। ଉଭୟ ମ୍ୟାଚ୍ ଡ୍ରରେ ଶେଷ ହୋଇଥିଲା। ତେବେ ଫଲୋନ୍ ଦେଇ ବିଦର୍ଭ ୩ ପଏଣ୍ଟ ପାଇଥିବା ବେଳେ ପ୍ରଥମ ଇନିଂସରେ ଅଗ୍ରଣୀ ଭିତ୍ତିରେ ମହାରାଷ୍ଟ୍ର ବି ୩ ପଏଣ୍ଟ୍ ପାଇଛି। ଓଡ଼ିଶା ଦଳକୁ ଉଭୟ ମ୍ୟାଚରୁ ମାତ୍ର ୧ ପଏଣ୍ଟ୍ ଲେଖାଏଁ ମିଳିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos