OCAକୁ ସମ୍ବଳ ଚିନ୍ତା: BCCI ଅନୁଦାନ ମିଳିନଥିବାରୁ ଅନିଶ୍ଚିତତା ଭିତରେ ଜୁନିୟର କ୍ରିକେଟରଙ୍କ ଭବିଷ୍ୟତ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଅନିଶ୍ଚିତତା ମଧ୍ୟରେ ରାଜ୍ୟ ଜୁନିୟର କ୍ରିକେଟ୍ ଖେଳାଳିଙ୍କ ଭବିଷ୍ୟତ। କାରଣ ଏବର୍ଷ  ହେବନି କୌଣସି ରାଜ୍ୟସ୍ତରୀୟ ଟୁର୍ଣ୍ଣାମେଣ୍ଟ। ଅର୍ଥ ଅଭାବ କାରଣରୁ ଓସିଏ ଏଭଳି ନିଷ୍ପତ୍ତି ନେଇଛି। ରାଜ୍ୟସ୍ତରୀୟ ଟୁର୍ଣ୍ଣାମେଣ୍ଟ ଆୟୋଜନ ଲାଗି ପୂର୍ବରୁ ବିସିସିଆଇ ଆର୍ଥିକ ଅନୁଦାନ ଦେଉଥିଲା ମାତ୍ର ବିସିସିଆଇ କାର୍ଯ୍ୟରେ ସୁପ୍ରିମକୋର୍ଟ ହସ୍ତକ୍ଷେପ କରିବା ପରେ  ବଦଳି ଯାଇଛି ଚିତ୍ର। ଗତ ୨ ବର୍ଷ ହେଲା ଓସିଏ ବିସିସିଆଇଠାରୁ କୌଣସି ଅନୁଦାନ ପାଇନାହିଁ। ପୂର୍ବରୁ ମିଳିଥିବା ଅନୁଦାନ ରାଶିରେ […]

Rakesh Mallick
  • Published: Wednesday, 30 August 2017
  • Updated: 30 August 2017, 09:28 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଅନିଶ୍ଚିତତା ମଧ୍ୟରେ ରାଜ୍ୟ ଜୁନିୟର କ୍ରିକେଟ୍ ଖେଳାଳିଙ୍କ ଭବିଷ୍ୟତ। କାରଣ ଏବର୍ଷ  ହେବନି କୌଣସି ରାଜ୍ୟସ୍ତରୀୟ ଟୁର୍ଣ୍ଣାମେଣ୍ଟ। ଅର୍ଥ ଅଭାବ କାରଣରୁ ଓସିଏ ଏଭଳି ନିଷ୍ପତ୍ତି ନେଇଛି। ରାଜ୍ୟସ୍ତରୀୟ ଟୁର୍ଣ୍ଣାମେଣ୍ଟ ଆୟୋଜନ ଲାଗି ପୂର୍ବରୁ ବିସିସିଆଇ ଆର୍ଥିକ ଅନୁଦାନ ଦେଉଥିଲା ମାତ୍ର ବିସିସିଆଇ କାର୍ଯ୍ୟରେ ସୁପ୍ରିମକୋର୍ଟ ହସ୍ତକ୍ଷେପ କରିବା ପରେ  ବଦଳି ଯାଇଛି ଚିତ୍ର। ଗତ ୨ ବର୍ଷ ହେଲା ଓସିଏ ବିସିସିଆଇଠାରୁ କୌଣସି ଅନୁଦାନ ପାଇନାହିଁ। ପୂର୍ବରୁ ମିଳିଥିବା ଅନୁଦାନ ରାଶିରେ ଗତବର୍ଷ ବିଭିନ୍ନ ଟୁର୍ଣ୍ଣାମେଣ୍ଟର ଆୟୋଜନ ହୋଇଥିଲା ତେବେ ଏବର୍ଷ ଓସିଏ ପକେଟ୍ ଖାଲି।

ପ୍ରତି ସିଜିନରେ ଓଡ଼ିଶାରେ ୧୬ ବର୍ଷରୁ କମ,୧୯ ବର୍ଷରୁ କମ ଓ ୨୩ ବର୍ଷରୁ କମ ଟୁର୍ଣ୍ଣାମେଣ୍ଟ କରିଥାଏ ଓସିଏ। ତାସହ କଳାହାଣ୍ଡି କପ୍ ଭଳି ଗୁରୁତ୍ୱପୂର୍ଣ୍ଣ ଟୁର୍ଣ୍ଣାମେଣ୍ଟ କରାଯାଇ ରଣଜୀ ଟିମ୍ ଲାଗି ଖେଳାଳି ବଛା ହୁଅନ୍ତି। ଏସବୁ ଟୁର୍ଣ୍ଣାମେଣ୍ଟର ପ୍ରଦର୍ଶନ ଖେଳାଳି ଚୟନର ମାନଦଣ୍ଡ ହୋଇଥାଏ। ତେବେ ଟୁର୍ଣ୍ଣାମେଣ୍ଟ ଆୟୋଜନ ହେଉନଥିବାରୁ ଓସିଏ ପରିଚାଳନା କମିଟି, ଖେଳାଳି ଚୟନ ଲାଗି ବିକଳ୍ପ ବ୍ୟବସ୍ଥା କରିଛି। ସିଲେକସନ୍ କ୍ୟାମ୍ପ ଜରିଆରେ ବିଭିନ୍ନ ଟିମ୍ ପାଇଁ ଖେଳାଳିଙ୍କୁ ମନୋନୀତ କରାଯିବ ତେବେ ଏହାଦ୍ୱାରା ଉପଯୁକ୍ତ ଖେଳାଳି ଚୟନ ହୋଇପାରିବା ନେଇ ଆଶଙ୍କା ପ୍ରକାଶ ପାଇଛି। ଅନ୍ୟପକ୍ଷରେ ଟିମ୍‌ରେ ସାମିଲ ହେବା ଲାଗି ଲକ୍ଷ୍ୟ ରଖିଥିବା ଜୁନିୟର ଖେଳାଳି ଏଭଳି ନିଷ୍ପତ୍ତିରେ ନିରାଶ ହୋଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos