କ୍ରୀଡ଼ା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଓଡ଼ିଶାକୁ ସ୍ୱତନ୍ତ୍ର ପୁରସ୍କାର

ନୂଆଦିଲ୍ଲୀ (ଓଡ଼ିଶା ରିପୋର୍ଟର): ଓଡ଼ିଶା ସରକାରଙ୍କ ସହାୟତାରେ ଗତ ଜୁଲାଇ ମାସରେ ଏସୀୟ ଦୌଡ଼କୁଦ ପ୍ରତିଯୋଗିତା ସଫଳତାର ସହ ଆୟୋଜିତ ହୋଇଥିଲା।ଏହାସହ ଅନେକ ଜାତୀୟ ଓ ଅନ୍ତର୍ଜାତୀୟ ପ୍ରତିଯୋଗିତା ସଫଳତାର ସହ ଆୟୋଜନ କରିଥିବାରୁ ଓଡ଼ିଶାକୁ ମିଳିଛି ସ୍ୱତନ୍ତ୍ର ପୁରସ୍କାର। ବହୁ କମ ସମୟ ମଧ୍ୟରେ ଏସୀୟ ଦୌଡ଼କୁଦ ପ୍ରତିଯୋଗିତା ଆୟୋଜନ ବେଶ୍‌ ସୁରୁଖୁରୁରେ ହୋଇପାରିଥିବାରୁ ବିଭିନ୍ନ ଆଡୁ ଅନେକ ପ୍ରଶଂସା ମିଳିଥିଲା। ଯାହାର ସିଧାସଳଖ ଶ୍ରେୟ ରାଜ୍ୟ ସରକାରଙ୍କୁ ଯାଉଛି। ଫଳରେ କ୍ରୀଡ଼ା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ […]

Rakesh Mallick
  • Published: Tuesday, 29 August 2017
  • Updated: 29 August 2017, 08:52 PM IST

ନୂଆଦିଲ୍ଲୀ (ଓଡ଼ିଶା ରିପୋର୍ଟର): ଓଡ଼ିଶା ସରକାରଙ୍କ ସହାୟତାରେ ଗତ ଜୁଲାଇ ମାସରେ ଏସୀୟ ଦୌଡ଼କୁଦ ପ୍ରତିଯୋଗିତା ସଫଳତାର ସହ ଆୟୋଜିତ ହୋଇଥିଲା।ଏହାସହ ଅନେକ ଜାତୀୟ ଓ ଅନ୍ତର୍ଜାତୀୟ ପ୍ରତିଯୋଗିତା ସଫଳତାର ସହ ଆୟୋଜନ କରିଥିବାରୁ ଓଡ଼ିଶାକୁ ମିଳିଛି ସ୍ୱତନ୍ତ୍ର ପୁରସ୍କାର। ବହୁ କମ ସମୟ ମଧ୍ୟରେ ଏସୀୟ ଦୌଡ଼କୁଦ ପ୍ରତିଯୋଗିତା ଆୟୋଜନ ବେଶ୍‌ ସୁରୁଖୁରୁରେ ହୋଇପାରିଥିବାରୁ ବିଭିନ୍ନ ଆଡୁ ଅନେକ ପ୍ରଶଂସା ମିଳିଥିଲା। ଯାହାର ସିଧାସଳଖ ଶ୍ରେୟ ରାଜ୍ୟ ସରକାରଙ୍କୁ ଯାଉଛି।

ଫଳରେ କ୍ରୀଡ଼ା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଓଡ଼ିଶାକୁ ଆଜି ସ୍ୱତନ୍ତ୍ର ସମ୍ମାନ କେନ୍ଦ୍ର ସରକାରଙ୍କ ପକ୍ଷରୁ ଦିଆଯାଇଛି। କ୍ରୀଡ଼ା ଦିବସ ଅବସରରେ ଏହି ପୁରସ୍କାର ପ୍ରଦାନ କରାଯାଇଛି। ନୂଆଦିଲ୍ଲୀରେ ଏକ ସ୍ୱତନ୍ତ୍ର ଉତ୍ସବରେ ଓଡ଼ିଶାକୁ ରାଷ୍ଟ୍ରୀୟ ଖେଳ ପ୍ରୋତ୍ସାହନ ପୁରସ୍କାର ମିଳିଛି। ଏହି ଅବସରରେ ସମ୍ମାନ ଗ୍ରହଣ କରିଛନ୍ତି ଇଡ୍‌କୋ ସିଏମ୍‌ଡି ସଂଜୟ ସିଂହ। ନୂଆଦିଲ୍ଲୀ ଠାରେ କ୍ରୀଡା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଏକ ସ୍ୱତନ୍ତ୍ର ପୁରସ୍କାର ପ୍ରଦାନ ଉତ୍ସବରେ ଓଡ଼ିଶାକୁ ଏହି ସମ୍ମାନ ମିଳିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos