ପାକିସ୍ତାନର ହକି ବିପର୍ଯ୍ୟୟ: ତଦନ୍ତ ନିର୍ଦ୍ଦେଶ ଦେଲେ ପ୍ରଧାନମନ୍ତ୍ରୀ

କରାଚୀ: ୨୦୧୬ ରିଓ ଅଲିମ୍ପିକ୍ ପାଇଁ ଯୋଗ୍ୟତା ଅର୍ଜନ କରିପାରିନାହିଁ ପାକିସ୍ତାନର ପୁରୁଷ ହକି ଦଳ। ପ୍ରଥମ ଥର ପାଇଁ ପାକିସ୍ତାନ ଅଲିମ୍ପିକ ଯୋଗ୍ୟତାରୁ ବଞ୍ଚିତ ହୋଇଛି। ଶୁକ୍ରବାର ନିମ୍ନ ମାନ୍ୟତା ପ୍ରାପ୍ତ ଆୟର୍ଲାଣ୍ଡ ଠାରୁ ୧-୦ ଗୋଲରେ ହାରିଯାଇଥିଲା ପାକିସ୍ତାନ। ଏସୀୟ କ୍ରୀଡା ଫାଇନାଲରେ ଭାରତଠାରୁ ହାରିଯିବାପରେ ଅଲିମ୍ପିକ ଯୋଗ୍ୟତା ହାସଲ ପାଇଁ ଏହା ଥିଲା ଏହାର ଶେଷ ସୁଯୋଗ। ଏହା ପାକିସ୍ତାନ ହକି ପାଇଁ ଲଜ୍ଜାଜନକ ବିଷୟ ହୋଇଥିବାବେଳେ ପାକିସ୍ତାନ ସରକାର ଏହି ଘଟଣାର […]

pakistan

pakistan

Rakesh Mallick
  • Published: Saturday, 04 July 2015
  • Updated: 04 July 2015, 02:31 PM IST

Sports

Latest News

କରାଚୀ: ୨୦୧୬ ରିଓ ଅଲିମ୍ପିକ୍ ପାଇଁ ଯୋଗ୍ୟତା ଅର୍ଜନ କରିପାରିନାହିଁ ପାକିସ୍ତାନର ପୁରୁଷ ହକି ଦଳ। ପ୍ରଥମ ଥର ପାଇଁ ପାକିସ୍ତାନ ଅଲିମ୍ପିକ ଯୋଗ୍ୟତାରୁ ବଞ୍ଚିତ ହୋଇଛି। ଶୁକ୍ରବାର ନିମ୍ନ ମାନ୍ୟତା ପ୍ରାପ୍ତ ଆୟର୍ଲାଣ୍ଡ ଠାରୁ ୧-୦ ଗୋଲରେ ହାରିଯାଇଥିଲା ପାକିସ୍ତାନ। ଏସୀୟ କ୍ରୀଡା ଫାଇନାଲରେ ଭାରତଠାରୁ ହାରିଯିବାପରେ ଅଲିମ୍ପିକ ଯୋଗ୍ୟତା ହାସଲ ପାଇଁ ଏହା ଥିଲା ଏହାର ଶେଷ ସୁଯୋଗ। ଏହା ପାକିସ୍ତାନ ହକି ପାଇଁ ଲଜ୍ଜାଜନକ ବିଷୟ ହୋଇଥିବାବେଳେ ପାକିସ୍ତାନ ସରକାର ଏହି ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। ପ୍ରଧାନମନ୍ତ୍ରୀ ନୱାଜ ସରିଫ୍ ଏଥିପାଇଁ ଏକ ୫ ଜଣିଆ ତଦନ୍ତ କମିଟି ଗଠନ କରିଛନ୍ତି। ଏକ ସପ୍ତାହ ମଧ୍ୟରେ ଏହି କମିଟି ରିପୋର୍ଟ ଦେବ। ତତକାଳ ସମାଧାନ ନେଇ ମଧ୍ୟ ଏହା ପ୍ରସ୍ତାବ ଦେବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos