ପାକିସ୍ତାନର ଜିମ୍ବାୱେ ଗସ୍ତ ବାତିଲ

କରାଚି: ଆସନ୍ତା ମାସରେ ପାକିସ୍ତାନ କ୍ରିକେଟ ଟିମ୍ ଜିମ୍ବାୱେ ଗସ୍ତରେ ଯାଇଥାଆନ୍ତା ଓ ଏକ  ଦିବସୀୟ ସିରିଜ ଖେଳିଥାଆନ୍ତା। ତେବେ ପାରସ୍ପରିକ ବୁଝାମଣାରେ ଏହି ସିରିଜକୁ ବାତିଲ କରିଦିଆଯାଇଛି। ଆଉ ପାକିସ୍ତାନ ଜିମ୍ବାୱେରେ ଗସ୍ତରେ ଯିବ ନାହିଁ। ଆଜି ପାକିସ୍ତାନ କ୍ରିକେଟ୍ ବୋର୍ଡ ପକ୍ଷରୁ ଏହି ସୂଚନା ଦିଆଯାଇଛି। ବୋର୍ଡ ପକ୍ଷରୁ କୁହାଯାଇଛି ଯେ ସ୍ପୋନସୋରସିପ୍ ନେଇ ଜିମ୍ବାୱେ କ୍ରିକେଟ୍ ବୋର୍ଡ ସମସ୍ୟାରେ ସମ୍ମୁଖୀନ ହେଉଛି । ତେଣୁ ଆପୋଷ ବୁଝାମଣାପରେ ଏହି ସିରିଜକୁ ବାତିଲ କରିଦିଆଗଲା। […]

pcb

pcb

Rakesh Mallick
  • Published: Saturday, 25 July 2015
  • Updated: 25 July 2015, 01:58 PM IST

Sports

Latest News

କରାଚି: ଆସନ୍ତା ମାସରେ ପାକିସ୍ତାନ କ୍ରିକେଟ ଟିମ୍ ଜିମ୍ବାୱେ ଗସ୍ତରେ ଯାଇଥାଆନ୍ତା ଓ ଏକ  ଦିବସୀୟ ସିରିଜ ଖେଳିଥାଆନ୍ତା। ତେବେ ପାରସ୍ପରିକ ବୁଝାମଣାରେ ଏହି ସିରିଜକୁ ବାତିଲ କରିଦିଆଯାଇଛି। ଆଉ ପାକିସ୍ତାନ ଜିମ୍ବାୱେରେ ଗସ୍ତରେ ଯିବ ନାହିଁ। ଆଜି ପାକିସ୍ତାନ କ୍ରିକେଟ୍ ବୋର୍ଡ ପକ୍ଷରୁ ଏହି ସୂଚନା ଦିଆଯାଇଛି। ବୋର୍ଡ ପକ୍ଷରୁ କୁହାଯାଇଛି ଯେ ସ୍ପୋନସୋରସିପ୍ ନେଇ ଜିମ୍ବାୱେ କ୍ରିକେଟ୍ ବୋର୍ଡ ସମସ୍ୟାରେ ସମ୍ମୁଖୀନ ହେଉଛି । ତେଣୁ ଆପୋଷ ବୁଝାମଣାପରେ ଏହି ସିରିଜକୁ ବାତିଲ କରିଦିଆଗଲା। ତେବେ ନିକଟ ଭବିଷ୍ୟତରେ ପାକିସ୍ତାନ ଜିମ୍ବାୱେ ଯାଇ ନିଶ୍ଚିତ ଭାବେ ଏକ ସଂପୂର୍ଣ୍ଣ ସିରିଜ ଖେଳିବ।

ଶ୍ରୀଲଙ୍କାକୁ ତା’ ମାଟିରେ ପାକିସ୍ତାନ ୩-୧ରେ ଦିନିକିଆ ସିରିଜରେ ହରାଇବା ପରେ ଜିମ୍ବାୱେ ଗସ୍ତକୁ ବାତିଲ କରିଛି। ଦିନିକିଆ ସିରିଜରେ ଶ୍ରୀଲଙ୍କାକୁ ୩-୧ରେ ହରାଇବା ପରେ ଆଇସିସି ଦିନିକିଆ ମାନ୍ୟତାରେ ୮ ନମ୍ବର ସ୍ଥାନକୁ ଉନ୍ନୀତ ହୋଇଛି।

ସୂଚନାଯୋଗ୍ୟ, ଚଳିତବର୍ଷ ମେ’ ମାସରେ ଜିମ୍ବାୱେ ଟିମ୍ ପାକିସ୍ତାନ ଗସ୍ତରେ ଆସିଥିଲା ଓ ଟେଷ୍ଟମ୍ୟାଚ ଖେଳିଥିଲା। ଲାହୋର ଠାରେ ଶ୍ରୀଲଙ୍କା ଟିମ୍ ଉପରେ ଆକ୍ରମଣ କରାଯିବାର ୬ ବର୍ଷ ପରେ ପାକିସ୍ତାନକୁ ଖେଳିବାକୁ ଯିବାରେ ଜିମ୍ବାୱେ  ପ୍ରଥମ ଦଳ ବନିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos