ଫିଫା ବିଶ୍ୱକପରେ ବଡ଼ ଧରଣର ବିପର୍ଯ୍ୟୟ: ଜର୍ମାନୀ, ଆର୍ଜେଣ୍ଟିନା, ପର୍ତ୍ତୁଗାଲ ପରେ ଏବେ ସ୍ପେନ୍‌ ହେଲା ବିଦା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଦୁଇ ଫୁଟବଲ ସୁପରଷ୍ଟାର ଲିଓନେଲ ମେସି ଓ କ୍ରିଷ୍ଟିଆନୋ ରୋନାଲ୍ଡୋଙ୍କ ବିଶ୍ୱକପ୍ ସ୍ୱପ୍ନ ଧୂଳିସାତ୍ ହେବା ପରେ ରବିବାର ଆଉ ଏକ ବିପର୍ଯ୍ୟୟ ଦେଖିବାକୁ ମିଳିଥିଲା ବିଶ୍ୱକପରେ। ଚଳିତ ବିଶ୍ୱକପରେ ଶକ୍ତିଶାଳୀ ଆର୍ଜେଣ୍ଟିନା ଏବଂ ପର୍ତ୍ତୁଗାଲ ପରେ ସ୍ପେନ ମଧ୍ୟ ବାଦ୍ ପଡ଼ିଛି।  ଶନିବାର ଖେଳାଯାଇଥିବା ପ୍ରି-କ୍ୱାର୍ଟର ମ୍ୟାଚରେ ଉଭୟ ଆର୍ଜେଣ୍ଟିନା ଓ ପର୍ତ୍ତୁଗାଲ ପରାଜିତ ହୋଇଥିଲେ। ଫ୍ରାନ୍ସ ୪-୩ ଗୋଲରେ ଆର୍ଜେଣ୍ଟିନାକୁ ପରାସ୍ତ କରିଥିଲା। ଫ୍ରାନ୍ସର କିଲିଆନ୍ ଏମ୍ବାପେଙ୍କ ଯାଦୁ ଦେଖିବାକୁ ମିଳିଥିଲା। […]

DhCSuuqWAAAIHbJ

DhCSuuqWAAAIHbJ

Rakesh Mallick
  • Published: Sunday, 01 July 2018
  • Updated: 02 July 2018, 08:11 AM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଦୁଇ ଫୁଟବଲ ସୁପରଷ୍ଟାର ଲିଓନେଲ ମେସି ଓ କ୍ରିଷ୍ଟିଆନୋ ରୋନାଲ୍ଡୋଙ୍କ ବିଶ୍ୱକପ୍ ସ୍ୱପ୍ନ ଧୂଳିସାତ୍ ହେବା ପରେ ରବିବାର ଆଉ ଏକ ବିପର୍ଯ୍ୟୟ ଦେଖିବାକୁ ମିଳିଥିଲା ବିଶ୍ୱକପରେ। ଚଳିତ ବିଶ୍ୱକପରେ ଶକ୍ତିଶାଳୀ ଆର୍ଜେଣ୍ଟିନା ଏବଂ ପର୍ତ୍ତୁଗାଲ ପରେ ସ୍ପେନ ମଧ୍ୟ ବାଦ୍ ପଡ଼ିଛି।  ଶନିବାର ଖେଳାଯାଇଥିବା ପ୍ରି-କ୍ୱାର୍ଟର ମ୍ୟାଚରେ ଉଭୟ ଆର୍ଜେଣ୍ଟିନା ଓ ପର୍ତ୍ତୁଗାଲ ପରାଜିତ ହୋଇଥିଲେ। ଫ୍ରାନ୍ସ ୪-୩ ଗୋଲରେ ଆର୍ଜେଣ୍ଟିନାକୁ ପରାସ୍ତ କରିଥିଲା। ଫ୍ରାନ୍ସର କିଲିଆନ୍ ଏମ୍ବାପେଙ୍କ ଯାଦୁ ଦେଖିବାକୁ ମିଳିଥିଲା। ଯାହା ଆଗରେ ନିଷ୍ପ୍ରଭ ହୋଇପଡ଼ିଥିଲେ ମେସି। ଏମ୍ବାପେ ୨ଟି ଗୋଲ୍ ଦେଇ ଫ୍ରାନ୍ସର ବିଜୟକୁ ପକ୍କା କରିଥିଲେ। ଅନ୍ୟପଟେ ଶନିବାର ଖେଳାଯାଇଥିବା ଦ୍ୱିତୀୟ ମ୍ୟାଚରେ ଉରୁଗୁଏ ୨-୧ ଗୋଲରେ ପର୍ତ୍ତୁଗାଲକୁ ପରାସ୍ତ କରିଥିଲା। ଏଡିସନ୍ କାଭାନି ୨ଟି ଗୋଲ୍ ସ୍କୋର କରି ଦଳର ବିଜୟରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ।

ସେହିପରି ରବିବାର ପେନାଲ୍ଟି ସୁଟ୍‌ଆଉଟ୍‌ ଜରିଆରେ ସ୍ପେନ୍‌କୁ ମାତ୍‌ ଦେଇଛି ଆୟୋଜକ ଋଷିଆ। ପେନାଲ୍ଟି ସୁଟଆଉଟ୍‌ରେ ସ୍ପେନକୁ ୪-୩ ଗୋଲରେ ହାରଇ ପ୍ରଥମ ଥର ପାଇଁ ବିଶ୍ୱକପ କ୍ୱାର୍ଟର ଫାଇନାଲ୍‌ରେ ପ୍ରବେଶ କରିଛି ଋଷିଆ । ୨୦୧୦ ବିଶ୍ୱକପ ବିଜେତା ସ୍ପେନ୍‌ ପରାଜୟ ସହ ବିଶ୍ୱକପରୁ ବିଦାୟ ନେଇଛି। ଏହା ପୂର୍ବରୁ ନିର୍ଦ୍ଧାରିତ ସମୟ ସୁଦ୍ଧା ଋଷିଆ ଓ ସ୍ପେନ୍ ଉଭୟ ୧-୧ ଗୋଲ୍‌ କରିଥିଲେ। ଫଳରେ ପେନାଲ୍ଟି ସୁଟଆଉଟ୍‌ ଜରିଆରେ ମ୍ୟାଚ୍‌ର ଫଳାଫଳ ବାହାରିଥିଲା। ପେନାଲ୍ଟି ସୁଟ୍‌ଆଉଟରେ ଋଷିଆର ୪ଜଣ ଖେଳାଳି ଗୋଲ୍‌ କରିବାରେ ସକ୍ଷମ ହୋଇଥିବା ବେଳେ ସ୍ପେନ୍‌ର ଖେଳାଳିଙ୍କ ବଲ୍‌କୁ କିନ୍ତୁ ରୋକି ପାରିବାରେ ସକ୍ଷମ ହୋଇଥିଲେ ଋଷିଆର ଗୋଲ୍‌ କିପର।  Image result for argentina out from world cup 2018

ଚଳିତ ବିଶ୍ୱକପରେ ପ୍ରତ୍ୟେକ ଦିନ ଗୋଟିଏ ପରେ ଗୋଟିଏ ବିପର୍ଯ୍ୟୟ ସୃଷ୍ଟି ହେଉଛି। ପ୍ରଥମେ ରାଉଣ୍ଡରୁ ଡିଫେଣ୍ଡି ଚାମ୍ପିୟନ ତଥା ଫିଫା ମାନ୍ୟତାରେ ଏକ ନମ୍ବର ଟିମ୍‌ ଜର୍ମାନୀ ବିଦା ହେବା ପରେ, ଆର୍ଜେଣ୍ଟିନା, ପର୍ତ୍ତୁଗାଲ ଏବଂ ରବିବାର ମ୍ୟାଚ୍‌ରେ ସ୍ପେନ୍ ଭଳି ଶକ୍ତିଶାଳୀ ଟିମ୍‌ ପ୍ରତିଯୋଗିତାରୁ ବିଦା ହେବା ଘଟଣାକୁ କେହି ସହଜରେ ଗ୍ରହଣ କରିପାରୁନାହାଁନ୍ତି ।Image result for rolad team portugal defeated from uruguay

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos