ପ୍ରଶିକ୍ଷଣ ପାଇଁ ଜର୍ମାନୀ ଗସ୍ତରେ ୟୁ-୧୬ ଫୁଟବଲ ଟିମ

ନୂଆଦିଲ୍ଲୀ : ୨୦୧୭ ୟୁ-୧୭ ଫିଫା ବିଶ୍ୱକପ ପାଇଁ ଗୋଆରେ ଜୋରସୋର ପ୍ରସ୍ତୁତି କରୁଥିବା ଭାରତୀୟ ୧୬ ବର୍ଷରୁ କମ୍ ବର୍ଷର ଫୁଟବଲ ଟିମ ଅଧିକ ପ୍ରଶିକ୍ଷଣ ପାଇଁ ଦୁଇମାସ ଲାଗି ଜର୍ମାନୀ ଯିବ। ମଙ୍ଗଳବାର ସକାଳୁ ଏହି ଟିମ୍ ଜାର୍ମାନୀ ପାଇଁ ନୂଆଦିଲ୍ଲୀ ବିମାନବନ୍ଦର ଛାଡିବ। ସେଠାରୁ ଫେରିବା ପରେ ଏହି ଟିମ୍ ତାବ୍ରିଜ ସିଟିରେ ହେବାକୁ ଥିବା ଏଏଫସି ୟୁ-୧୬ କ୍ୱାଲିଫାୟରରେ ଭାଗ ନେବ। ସେଠାରୁ ଫେରିବା ପରେ ସେପ୍ଟେମ୍ବର ତୃତୀୟ ସପ୍ତାହରେ ହେବାକୁ […]

U-16-football-NewsX

U-16-football-NewsX

Rakesh Mallick
  • Published: Monday, 20 July 2015
  • Updated: 20 July 2015, 04:02 PM IST

Sports

Latest News

ନୂଆଦିଲ୍ଲୀ : ୨୦୧୭ ୟୁ-୧୭ ଫିଫା ବିଶ୍ୱକପ ପାଇଁ ଗୋଆରେ ଜୋରସୋର ପ୍ରସ୍ତୁତି କରୁଥିବା ଭାରତୀୟ ୧୬ ବର୍ଷରୁ କମ୍ ବର୍ଷର ଫୁଟବଲ ଟିମ ଅଧିକ ପ୍ରଶିକ୍ଷଣ ପାଇଁ ଦୁଇମାସ ଲାଗି ଜର୍ମାନୀ ଯିବ। ମଙ୍ଗଳବାର ସକାଳୁ ଏହି ଟିମ୍ ଜାର୍ମାନୀ ପାଇଁ ନୂଆଦିଲ୍ଲୀ ବିମାନବନ୍ଦର ଛାଡିବ।

ସେଠାରୁ ଫେରିବା ପରେ ଏହି ଟିମ୍ ତାବ୍ରିଜ ସିଟିରେ ହେବାକୁ ଥିବା ଏଏଫସି ୟୁ-୧୬ କ୍ୱାଲିଫାୟରରେ ଭାଗ ନେବ। ସେଠାରୁ ଫେରିବା ପରେ ସେପ୍ଟେମ୍ବର ତୃତୀୟ ସପ୍ତାହରେ ହେବାକୁ ଥିବା ଏଜିଏସ କପ ପାଇଁ ସ୍ପେନକୁ ଯିବ। ଭାରତରୁ ଜର୍ମାନୀକୁ ଯାଇଥିବା ୨୪ ଜଣିଆ ଟିମ୍ ଦୁଇମାସ ଧରି ଜାର୍ମାନ ଫୁଟବଲ ଆସୋସିଏଶନ ସହ ମିଶି ପ୍ରଶିକ୍ଷଣ ନେବ। ଜାର୍ମାନର ବରିଷ୍ଠ ଫୁଟବଲର ବେଏର୍ଣ୍ଣ ମୁନିଚ୍ ଓ ଆରବି ସାଲର୍ଜବର୍ଗଙ୍କ ପ୍ରତ୍ୟକ୍ଷ ତତ୍ତ୍ୱ‍ବଧାନରେ ଭାରତୀୟ ୧୬ ବର୍ଷରୁ କର୍ମ ବର୍ଷର ପୁରୁଷ ଦଳ ୧୫-୧୬ଟି ଅଭ୍ୟାସ ମ୍ୟାଚ ଖେଳିବ। ଅଖିଳ ଭାରତୀୟ ଫୁଟବଲ ଫେଡେରେସନ (ଏଆଇଏଫ୍‌ଏଫ୍)ର ସାଧାରଣ ସମ୍ପାଦକ କୁଶଲ ଦାସ ଏହାକୁ ତଦାରଖ କରିବେ ବୋଲି ଜଣାପଡିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos