ପୁନେରେ ହେବ ଏସିଆନ୍ କିକବକ୍ସିଂ ଚାମ୍ପିଆନସିପ୍

ପୁନେ: ଅଗଷ୍ଟ ୧ରୁ ୯ ତାରିଖ ଯାଏଁ ପୁନେରେ ହେବ ୱାକୋ ଏସିଆନ୍ କିକବକ୍ସିଂ ଚାମ୍ପିଆନସିପ୍। ଏହି ଚାମ୍ପିଆନସିପ୍ ବାଲେୱାଡିରେ ଥିବା ଶ୍ରୀ ଶିବ ଛତ୍ରପତି ସ୍ପୋଟ୍ସ କମ୍ପ୍ଲେକ୍ସରେ ଅନୁଷ୍ଠିତ ହେଉଛି। ଏଥିରେ ୨୦ଟି ରାଷ୍ଟ୍ରର ପ୍ରତିଯୋଗୀ ଭାଗ ନେବେ। ଏହାକୁ ମହାରାଷ୍ଟ୍ର କିକବକ୍ସିଂ ଆସୋସିଏଶନ(ଏମକେବିଏ) ଓ ନ୍ୟାଶନେଲ କିକବକ୍ସିଂ ଫେଡେରେସନ ଏନ.ଜି. (ୱାକୋ ଇଣ୍ଡିଆ)ର ମିଳିତ ସହଯୋଗରେ ହେବ। ସୂଚନାଯୋଗ୍ୟ, ଦ୍ୱିତୀୟ ଥର ପାଇଁ ପୁନେରେ ଏହି ଚାମ୍ପିଆନସିପ୍ ଅନୁଷ୍ଠିତ ହେବାକୁ ଯାଉଛି। ୨୦୧୨ରେ ଏହି […]

logo_preview

logo_preview

Rakesh Mallick
  • Published: Tuesday, 21 July 2015
  • Updated: 21 July 2015, 02:43 PM IST

Sports

Latest News

ପୁନେ: ଅଗଷ୍ଟ ୧ରୁ ୯ ତାରିଖ ଯାଏଁ ପୁନେରେ ହେବ ୱାକୋ ଏସିଆନ୍ କିକବକ୍ସିଂ ଚାମ୍ପିଆନସିପ୍। ଏହି ଚାମ୍ପିଆନସିପ୍ ବାଲେୱାଡିରେ ଥିବା ଶ୍ରୀ ଶିବ ଛତ୍ରପତି ସ୍ପୋଟ୍ସ କମ୍ପ୍ଲେକ୍ସରେ ଅନୁଷ୍ଠିତ ହେଉଛି। ଏଥିରେ ୨୦ଟି ରାଷ୍ଟ୍ରର ପ୍ରତିଯୋଗୀ ଭାଗ ନେବେ। ଏହାକୁ ମହାରାଷ୍ଟ୍ର କିକବକ୍ସିଂ ଆସୋସିଏଶନ(ଏମକେବିଏ) ଓ ନ୍ୟାଶନେଲ କିକବକ୍ସିଂ ଫେଡେରେସନ ଏନ.ଜି. (ୱାକୋ ଇଣ୍ଡିଆ)ର ମିଳିତ ସହଯୋଗରେ ହେବ।

ସୂଚନାଯୋଗ୍ୟ, ଦ୍ୱିତୀୟ ଥର ପାଇଁ ପୁନେରେ ଏହି ଚାମ୍ପିଆନସିପ୍ ଅନୁଷ୍ଠିତ ହେବାକୁ ଯାଉଛି। ୨୦୧୨ରେ ଏହି ଚାମ୍ପିଆନସିପ୍ ଏହି ସହରରେ ଅନୁଷ୍ଠିତ ହୋଇଥିଲା। ଚାମ୍ପିଆନସିପରେ ପ୍ରଥମ ଷ୍ଟେଜକୁ କ୍ୱାଲିଫାଇ କରିବା ପରେ ପ୍ରତିଯୋଗୀମାନେ ଲିମା, ପେରୁରେ ଅନୁଷ୍ଠିତ ହେବକୁ ଥିବା ୱାର୍ଲ୍ଡ କମ୍ବାଟ ଗେମ୍ସ ୨୦୧୭ ଏବଂ ପୋଲାଣ୍ଡରେ ହେବାକୁ ଥିବା  ଆଇଡବ୍ଲ୍ୟୁଜିଏ ୱାର୍ଲ୍ଡ ଗେମ୍ସ ୨୦୧୭ରେ ଭାଗ ନେଇ ପାରିବେ। ତେଣୁ ଏହା ଭାରତ ସମେତ ଅନ୍ୟ ରାଷ୍ଟ୍ରଗୁଡିକ ପାଇଁ ବେଶ ଗୁରୁତ୍ୱପୁର୍ଣ୍ଣ।

 

 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos