ରାଞ୍ଚି ଟେଷ୍ଟ: ପ୍ରଥମ ଦିନରେ ସ୍ମିଥ୍‌ଙ୍କ ଶତକ,ଅଷ୍ଟ୍ରେଲିଆ ୨୯୯/୪

RANCHI TEST

ରାଞ୍ଚି: ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ତୃତୀୟ ଟେଷ୍ଟ୍‌ରେ ପ୍ରଥମ ଦିନର ଖେଳ ଶେଷ ସୁଧା ଅଷ୍ଟ୍ରେଲିଆ ୪ୱିକେଟ୍‌ ହରାଇ ୨୯୯ ରନ୍‌ ସଂଗ୍ରହ କରିଛି । ଯେଉଁଥିରେ ରହିଛି ଅଧିନାୟକ ଷ୍ଟିଭେନ୍ ସ୍ମିଥ୍‌ଙ୍କ ଅପରାଜିତ ଶତକ । ଅଷ୍ଟ୍ରେଲିଆ ପ୍ରଥମେ ଟସ୍‌ ଜିତି ବ୍ୟାଟିଂ ନିସ୍ପତି ନେଇଥିଲା । ପ୍ରାରମ୍ଭିକ ଯୋଡି ଭଲ ଆରମ୍ଭ କରିନଥିବା ବେଳେ ୧୯ରନ୍‌ କରି ଡେଭିଡ୍‌ ୱାର୍ନର୍‌ ଜାଡେଜାଙ୍କ ବଲରେ ଆଉଟ୍‌ ହୋଇ ଯାଇଥିଲେ । ପରେ ଅଧିନାୟକ ସ୍ମିଥ୍‌ ପଡିଆକୁ ଓହ୍ଲାଇଥିଲେ । ସେ ଦୀର୍ଘ ସମୟ ପଡିଆରେ ରହି ୧୧୭ ରନ କରି ଅପରାଜିତ ରହିଛନ୍ତି । ଭାରତ ପକ୍ଷରୁ ଉମେଶ ଯାଦବ ୨ଟି ଓ ଆର୍‌ ଅଶିନ୍‌ ଓ ଜାଡେଜା ଗୋଟିଏ ଲେଖାଏଁ ୱିକେଟ୍‌ ନେଇଛନ୍ତି ।

SHARE THIS

RELATED ARTICLES

LEAVE COMMENT