ରଣଜୀ ମ୍ୟାଚ୍‌: ଓଡ଼ିଶା ୩୪୨ରେ ଅଲ୍‌ଆଉଟ, କର୍ଣ୍ଣାଟକ ୨୪୪/୬

ranjitrophy

ନୂଆଦିଲ୍ଲୀ: ଦିଲ୍ଲୀର ପାଲମ୍‌ ଏୟାରଫୋର୍ସ କମ୍ଲେକ୍ସ ଷ୍ଟାଡିୟମରେ ଚାଲିଥିବା ରଣଜୀ ମ୍ୟାଚ୍‌ର ଆଜି ତୃତୀୟ ଦିନ ଖେଳ ଶେଷ ସୁଦ୍ଧା କର୍ଣ୍ଣାଟକ ୬ ୱିକେଟ୍‌ ହରାଇ ୨୪୪ ରନ୍‌ କରିଛି। ଏଥିସହ କର୍ଣ୍ଣାଟକ ୮୧ ରନ୍‌ର ଅଗ୍ରଣୀ ହାସଲ କରିଛି। ଆଜି ୩୧୮/୯ରୁ ଖେଳ ଆରମ୍ଭ କରିଥିବା ଓଡ଼ିଶା ୨୪ ରନ୍‌ ଯୋଡି ୩୪୨ ରନ୍‌ରେ ଅଲ୍‌ଆଉଟ୍‌ ହୋଇଯାଇଥିଲା।

ଗତକାଲି ଅପରାଜିତ ଥିବା ଓଡ଼ିଶାର ବସନ୍ତ ମହାନ୍ତି ୪୦ ରନ୍‌ କରି ଆଜି ଆଉଟ୍‌ ହୋଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ସୌରଭ ରାୱତ ୧୨ ଚୌକା ଓ ୧ ଛକା ସହାୟତାରେ ସର୍ବାଧିକ ୮୫ ରନ୍‌, ବିପ୍ଳବ ସାମନ୍ତରାୟ ୬ ଚୌକା ସହାୟତାରେ ୫୮ ଏବଂ ଅଧିନାୟକ ଗୋବିନ୍ଦ ପୋଦ୍ଦାର ୭ ଚୌକା ସହାୟତାରେ ୪୪ ରନ କରି ଆଉଟ୍‌ ହୋଇଥିଲେ।

କର୍ଣ୍ଣାଟକ ପକ୍ଷରୁ ଏସ୍‌. ଗୋପାଳ ୫ଟି ୱିକେଟ୍‌ ଅକ୍ତିଆର କରିଥିଲେ।

କର୍ଣ୍ଣାଟକର ଦ୍ୱିତୀୟ ପାଳି ଆରମ୍ଭ ଭଲ ହୋଇ ନ ଥିଲା। ଦଳ ପକ୍ଷରୁ ସମର୍ଥ ଆର. ୪୨, ରବିନ ଉଥାପ୍ପା ୩୨ ରନ୍‌ କରି ଆଉଟ୍‌ ହୋଇଛନ୍ତି। ଏମ୍‌. ଗୌତମ ୬୮ ଏବଂ ଏସ୍‌ ଗୋପାଳ ୧୧ ରନ୍‌ କରି ଅପରାଜିତ ଅଛନ୍ତି।

ଓଡ଼ିଶା ପକ୍ଷରୁ ଧୀରଜ ସିଂହ ୩ଟି ୱିକେଟ୍‌ ଅକ୍ତିଆର କରିଥିବା ବେଳେ ବସନ୍ତ ମହାନ୍ତି, ବିପ୍ଳବ ସାମନ୍ତରାୟ ଏବଂ ଗୋବିନ୍ଦ ପୋଦ୍ଦାର ଗୋଟିଏ ଲେଖାଏଁ ୱିକେଟ୍‌ ନେଇଛନ୍ତି।

କର୍ଣ୍ଣାଟକ ପ୍ରଥମ ପାଳିରେ ୧୭୯ ରନ୍‌ କରିଥିଲା।

Previous ArticleNext Article

Send this to a friend