ସଚିନ କେବେ କରିନାହାଁନ୍ତି ଏହି ସ୍କୋର, ଦ୍ରାବିଡ଼ ମାରିନାହାଁନ୍ତି ଛକା: ଜାଣନ୍ତୁ କ୍ରିକେଟ୍‌ର ନିଆରା ରେକର୍ଡ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କ୍ରିକେଟ୍‌ର ପ୍ରାୟ ସମସ୍ତ ରେକର୍ଡ ନିଜ ନାଁରେ କରିସାରିଥିବା ମାଷ୍ଟର ବ୍ଲାଷ୍ଟର୍‌ ସିଚନ ତେନ୍ଦୁଲକର ନିଜ କ୍ୟାରିୟରରେ କେବେ ୫୮ ରନର ଇଂନିସ ଖେଳିନାହାଁନ୍ତି। ଶୁଣାବାରୁ ଟିକିଏ ଅଜିବ୍‌ ଲାଗୁଥିବ କିନ୍ତୁ କଥାଟି ସତ। କ୍ୟାରିୟରରେ ୧୦୦ତମ ଶତକ ମାରିଥିବା ସଚିନ ତିନଟି ଫର୍ମାଟରେ କେବେବି ୭୫ ଓ ୫୮ ରନ ସ୍କୋର କରିନାହାଁନ୍ତି। ସଚିନ ସର୍ବାଧିକ ୧୭ ଥର ୧୫ ରନର ସ୍କୋର କରିଛନ୍ତି। ସେହିବର୍ଷ ସେ ୫ଟି ଶତକ ଓ ୫ଟି […]

11dravid1

11dravid1

Rakesh Mallick
  • Published: Friday, 16 February 2018
  • Updated: 16 February 2018, 09:59 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କ୍ରିକେଟ୍‌ର ପ୍ରାୟ ସମସ୍ତ ରେକର୍ଡ ନିଜ ନାଁରେ କରିସାରିଥିବା ମାଷ୍ଟର ବ୍ଲାଷ୍ଟର୍‌ ସିଚନ ତେନ୍ଦୁଲକର ନିଜ କ୍ୟାରିୟରରେ କେବେ ୫୮ ରନର ଇଂନିସ ଖେଳିନାହାଁନ୍ତି। ଶୁଣାବାରୁ ଟିକିଏ ଅଜିବ୍‌ ଲାଗୁଥିବ କିନ୍ତୁ କଥାଟି ସତ। କ୍ୟାରିୟରରେ ୧୦୦ତମ ଶତକ ମାରିଥିବା ସଚିନ ତିନଟି ଫର୍ମାଟରେ କେବେବି ୭୫ ଓ ୫୮ ରନ ସ୍କୋର କରିନାହାଁନ୍ତି। ସଚିନ ସର୍ବାଧିକ ୧୭ ଥର ୧୫ ରନର ସ୍କୋର କରିଛନ୍ତି। ସେହିବର୍ଷ ସେ ୫ଟି ଶତକ ଓ ୫ଟି ଅର୍ଦ୍ଧଶତକ ହାସଲ କରିଛନ୍ତି। ସେହିପରି ଟିମ୍‌ ଇଣ୍ଡିଆ ନାଁରେ ମଧ୍ୟ ଏଭଳି କିଛି ରେକର୍ଡ ରହିଛି ଯାହା ଅନ୍ୟକୌଣସି ଦେଶ କରିପାରିନାହିଁ। ଭାରତ ଗୋଟିଏ ଦେଶ ଭାବେ ୬୦ ଓଭର, ୫୦ ଓଭର ଓ ଟି-ଟ୍ୱେଣ୍ଟି ବିଶ୍ୱକପ ଚାମ୍ପିୟନ ହୋଇଛି। ଏଭଳି କରିବାରେ ଭାରତ ବିଶ୍ୱର ପ୍ରଥମ ଓ ଏକମାତ୍ର। ୧୯୮୩ରେ ଭାରତ ୬୦ ଓଭରିଆ ବିଶ୍ୱକପ ଜିତିଥିବା ବେଳେ ୨୦୧୧ରେ ୫୦ ଓଭରିଆ ବିଶ୍ୱକପ ଓ ୨୦୦୭ରେ ଟି-ଟ୍ୱେଣ୍ଟି ବିଶ୍ୱକପ କବ୍‌ଜା କରିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos