କାହା ଚୁମାରେ ଲାଲ ପଡ଼ିଗଲା ଏହି ୩ କ୍ରିକେଟରଙ୍କ ଗାଲ ?

ମୁମ୍ବାଇ: ‘ମିଲେନିୟମ ଡଲାରର ବେବି’ଙ୍କ ଗାଲକୁ ଚୁମା ଦେଇ ନାଲି ପକାଇ ଦେଲେ। ନିଜ ସିଗନେଚର ଷ୍ଟାଇଲରେ ଦେଇ ଚାଲିଲେ ଗୋଟିଏ ପରେ ଗୋଟେ ଚୁମା। ପରେ ଦେଖିବାକୁ ମିଳିଥିଲା ବେବିଙ୍କ ଗାଲ ଲିପଷ୍ଟିକ୍‌ରେ ଲାଲ ହୋଇଯାଇଛି। ଏବେ ଭାବୁଥିବେ କାହାକୁ ଓ କିଏ ଏମିତି ଚୁମା ଦେଲା ଯେ, ଗାଲ ଲାଲ୍‌ ପଡ଼ିଗଲା। ଆପଣଙ୍କୁ ଏତେ ବୁଲେଇ ବଙ୍କାଇ ନକହି ସିଧା ସିଧା କହୁଛୁ, ଏହି ବେବି ହେଲେ ଆଫଗାନିସ୍ତାନର ଷ୍ଟାର କ୍ରିକେଟର ତଥା ସନ୍‌ରାଇଜ୍‌ […]

ipl

ipl

Rakesh Mallick
  • Published: Wednesday, 23 May 2018
  • Updated: 23 May 2018, 08:38 PM IST

Sports

Latest News

ମୁମ୍ବାଇ: ‘ମିଲେନିୟମ ଡଲାରର ବେବି’ଙ୍କ ଗାଲକୁ ଚୁମା ଦେଇ ନାଲି ପକାଇ ଦେଲେ। ନିଜ ସିଗନେଚର ଷ୍ଟାଇଲରେ ଦେଇ ଚାଲିଲେ ଗୋଟିଏ ପରେ ଗୋଟେ ଚୁମା। ପରେ ଦେଖିବାକୁ ମିଳିଥିଲା ବେବିଙ୍କ ଗାଲ ଲିପଷ୍ଟିକ୍‌ରେ ଲାଲ ହୋଇଯାଇଛି। ଏବେ ଭାବୁଥିବେ କାହାକୁ ଓ କିଏ ଏମିତି ଚୁମା ଦେଲା ଯେ, ଗାଲ ଲାଲ୍‌ ପଡ଼ିଗଲା। ଆପଣଙ୍କୁ ଏତେ ବୁଲେଇ ବଙ୍କାଇ ନକହି ସିଧା ସିଧା କହୁଛୁ, ଏହି ବେବି ହେଲେ ଆଫଗାନିସ୍ତାନର ଷ୍ଟାର କ୍ରିକେଟର ତଥା ସନ୍‌ରାଇଜ୍‌ ହାଇଦ୍ରାବଦ ଟିମ୍‌ର ସଦସ୍ୟ ‘ରସିଦ ଖାନ’। ତାଙ୍କ ଗାଲକୁ ଲାଲ ଆଉ କେହି ପକାଇ ନାହାନ୍ତି, ଏହି କାଣ୍ଡ କରିଛନ୍ତି କପିଲ ଶର୍ମାଙ୍କ ‘ଦାଦି’ ଅଲ୍ଲୀ ଅସଗର। ତେବେ ଦାଦି ତାଙ୍କୁ କପିଲ ଶର୍ମାଙ୍କ ଶୋ’ରେ ଏମିତି ଚୁମା ଦେଇ ନାହାନ୍ତି। ଏହି ଚୁମା ସେ ସୁନିଲ ଗ୍ରୋଭରଙ୍କ କ୍ରିକେଟ୍‌-କମେଡି ଶୋ’ ‘ଜିଓ ଧନ୍‌ ଧନା ଧନ୍‌’ରେ ଦେଇଛନ୍ତି। କେବଳ ରସିଦ ନୁହଁନ୍ତି, ସନ୍‌ରାଇଜ୍‌ ହାଇଦ୍ରାବାଦର ଅନ୍ୟ ଦୁଇ ସଦସ୍ୟ ୟୁସୁଫ ପଠାନ ଏବଂ ମହମ୍ମଦ ନବିଙ୍କୁ ମଧ୍ୟ ଚୁମା ଦେଇ ଲାଲ ପକାଇ ଦେଇଛନ୍ତି।

ipl‘ଦାଦି’ ପଛରେ ତିନି କ୍ରିକେଟର ଛିଡା ହୋଇଥିବା ଓ ଗାଲରେ ଲାଗିଥିବା ଚୁମାର ଚିହ୍ନ ଦେଖାଉଥିବା ଏକ ଫଟୋ ୟୁସୁଫ ନିଜ ଇନ୍‌ଷ୍ଟାଗ୍ରାମ ଆକାଉଣ୍ଟରେ ପୋଷ୍ଟ କରିଛନ୍ତି। ଯାହା ଭାଇରାଲ ହେବାରେ ଲାଗିଛି। ସନ୍‌ରାଇଜ୍‌ ହାଇଦ୍ରାବାଦର ସମର୍ଥକମାନେ ଏହାକୁ ବହୁତ ସେୟାର କରୁଥିବା ଦେଖିବାକୁ ମିଳୁଛି।

iplୟୁସୁଫ ଏଥିରେ ଉଲ୍ଲେଖ କରିଛନ୍ତି, ‘ଜିଓ ଧନ୍‌ ଧନା ଧନ୍‌’ କ୍ରିକେଟ୍‌ ସେଟ୍‌ରେ ସମସ୍ତଙ୍କୁ ଚୁମା ମିଳିଲା। ଶୋ’ର ସୁଟିଂ ବହୁତ ମଜାଦାର ଥିଲା। ଏହାସହ ୟୁସୁଫ ଅଲ୍ଲୀ ଅସଗରଙ୍କ ପ୍ରତିଭାକୁ ବହୁତ ପ୍ରଶଂସା କରିଛନ୍ତି। ରାଶିଦ, ୟୁସୁଫଙ୍କ ପୋଷ୍ଟରେ ରି-ଟ୍ୱିଟ୍‌ କରି ‘ପ୍ରକୃତରେ ସୁଟିଂ ବହୁତ ମଜାଦାର ଥିଲା’ ବୋଲି ଲେଖିଛନ୍ତି। ଏହାର ଉତ୍ତରରେ ଅଲ୍ଲୀ ଉଲ୍ଲେଖ କରିଛନ୍ତି, “ଏଥର ସୁଟିଂରେ ତିନିଗୁଣା ଅଧିକ ମଜା ଆସିଲା। ଆପଣମାନଙ୍କ ସହ ସୁଟିଂ କରି ବହୁତ ଭଲ ଲାଗିଲା। ରାଶିଦ ଭାଇ, ନବି ଭାଇ ହେଉଛନ୍ତି ୟଙ୍ଗ ଟ୍ୟାଲେଣ୍ଟ।”

ସୂଚନାଯୋଗ୍ୟ ଯେ, ରାସିଦଙ୍କୁ ସନରାଇଜ୍‌ ହାଇଦ୍ରାବାଦ ୪ କୋଟି ଟଙ୍କାରେ କିଣିଛି। ରାଶିଦ ନିଜ ବୋଲିଂରେ ଆଇପିଏଲ୍‌-୧୧ ସଂସ୍କରଣରେ ୧୫ଟି ମ୍ୟାଚ୍‌ ଖେଳି ୧୮ ୱିକେଟ ନେଇ ସାରିଲେଣି। ତାଙ୍କ ବୋଲିଂ ଆଭରେଜ ୭ ରନ୍‌ ରହିଛି। ଯାହା ଆଇପିଏଲ୍‌ ହିସାବରେ ବହୁତ ଭଲ ଆଭରେଜ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos