ଗରିବ ଦେଶର ଏହି ଖେଳାଳିଙ୍କୁ କୋଟିପତି କରିଦେଲା IPL: କମ ବୟସରେ ବଡ଼ କାରନାମା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଫଗାନିସ୍ଥାନର ଷ୍ଟାର୍ ସ୍ପିନର୍‌ ରସିଦ ଖାନ ପୁଣି ଥରେ ଚର୍ଚ୍ଚାକୁ ଫେରିଛନ୍ତି। ସେ କ୍ରିକେଟ୍‌ ଇତିହାସର ସବୁଠୁ କମ୍‌ ବୟସର ଅଧିନାୟକ ହୋଇଥିବା ବେଳେ ବର୍ତ୍ତମାନ ସେ ଦିନିକିଆ ଓ ଟି-ଟ୍ୱେଣ୍ଟି ଆଇସିସି ମାନ୍ୟତାରେ ଏକ ନମ୍ବର ସ୍ଥାନରେ ଅଛନ୍ତି। ଏହାସହ ସବୁଠୁ କମ ବୟସରେ ଆଇସିସିର ନମ୍ବର ୱାନ୍‌ ବୋଲର୍‌ ହୋଇପାରିଛନ୍ତି ରସିଦ। ରସିଦ ଖାନ ୧୯୯୫ ମସିହାରେ ଆଫଗାନିସ୍ଥାନରେ ଜନ୍ମଗ୍ରହଣ କରିଥିଲେ। ରସିଦ ଖାନଙ୍କ ପିଲାଦିନ ଅନେକ ସଂଘର୍ଷପୂର୍ଣ୍ଣ ଥିଲା। ସେ  […]

dc-Cover-ik2877q89uh0sfef3cup56lin2-20170406092843.Medi

dc-Cover-ik2877q89uh0sfef3cup56lin2-20170406092843.Medi

Ordigital Desk
  • Published: Wednesday, 28 February 2018
  • Updated: 28 February 2018, 09:15 AM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଫଗାନିସ୍ଥାନର ଷ୍ଟାର୍ ସ୍ପିନର୍‌ ରସିଦ ଖାନ ପୁଣି ଥରେ ଚର୍ଚ୍ଚାକୁ ଫେରିଛନ୍ତି। ସେ କ୍ରିକେଟ୍‌ ଇତିହାସର ସବୁଠୁ କମ୍‌ ବୟସର ଅଧିନାୟକ ହୋଇଥିବା ବେଳେ ବର୍ତ୍ତମାନ ସେ ଦିନିକିଆ ଓ ଟି-ଟ୍ୱେଣ୍ଟି ଆଇସିସି ମାନ୍ୟତାରେ ଏକ ନମ୍ବର ସ୍ଥାନରେ ଅଛନ୍ତି। ଏହାସହ ସବୁଠୁ କମ ବୟସରେ ଆଇସିସିର ନମ୍ବର ୱାନ୍‌ ବୋଲର୍‌ ହୋଇପାରିଛନ୍ତି ରସିଦ।

ରସିଦ ଖାନ ୧୯୯୫ ମସିହାରେ ଆଫଗାନିସ୍ଥାନରେ ଜନ୍ମଗ୍ରହଣ କରିଥିଲେ। ରସିଦ ଖାନଙ୍କ ପିଲାଦିନ ଅନେକ ସଂଘର୍ଷପୂର୍ଣ୍ଣ ଥିଲା। ସେ  ଯେତେବେଳେ ଛୋଟ ଥିଲେ ଆଫଗାନିସ୍ଥାନରେ ଗୃହଯୁଦ୍ଧ ଲାଗିରହିଥିଲା। ଫଳରେ ପରିବାର ସହ ରସିଦ ଦେଶ ଛାଡ଼ି ପାକିସ୍ତାନ ଚାଲିଯାଇଥିଲେ। ପରେ ପୁଣିଥିରେ ରସିଦଙ୍କ ପରିବାର ଆଫଗାନିସ୍ଥାନ ଫେରିଆସିଥିଲା। ରସିଦ ଖାନଙ୍କ ୫ଜଣ ବଡ଼ ଭାଇ ଯେଉଁମାନେ ସମସ୍ତେ କ୍ରିକେଟ୍ ଖେଳନ୍ତି।

ରସିଦ ଆଫଗାନିସ୍ଥାନ ଭଳି ଏକ ଗରିବ ଦେଶରେ କ୍ରିକେଟ୍‌ ଖେଳନ୍ତି। ହେଲେ ଆଇପିଏଲ ରସିଦ ଖାନଙ୍କୁ କୋଟିପତି କରିଦେଇଛି। ୨୦୧୭ ନିଲାମୀରେ ରସିଦ ୪ କୋଟି ଟଙ୍କାରେ ବିକ୍ରି ହୋଇଥିଲେ। ଏବଂ ୨୦୧୮ ଆଇପିଏଲ ନିଲାମୀରେ ରସିଦ ଖାନଙ୍କୁ ହାଇଦ୍ରାବାଦ ଟିମ୍‌ ୯ କୋଟି ଟଙ୍କାରେ କିଣିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos