ଟି-ଟ୍ୱେଣ୍ଟି ରେକର୍ଡ: ୨ ରନ୍‌ ପାଇଁ କୋହଲିଙ୍କ ଠାରୁ ରୋହିତ ଭଲ ଅଧିନାୟକ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଉ ଦୁଇ ଦିନ ପରେ ଆଇପିଏଲର ୧୧ତମ ସିଜିନ ଆରମ୍ଭ ହେବ। ଏହାକୁ ନେଇ ସମସ୍ତ ୮ଟି ଫ୍ରାଞ୍ଚାଇଜ୍‌ ନିଜ ନିଜ ଅଧିନାୟକଙ୍କ ନେତୃତ୍ୱରେ ଜୋରଦାର କରୁଛନ୍ତି। ଆଇପିଏଲରେ ଡିଫେଣ୍ଡିଂ ଚାମ୍ପିୟନ ମୁମ୍ବାଇ ଇଣ୍ଡିଆନ୍ସର ଅଧିନାୟକ ରୋହିତ ଶର୍ମାଙ୍କ ପ୍ରଦର୍ଶନ ବେଶ ଭଲ ରହିଛି। କେବଳ ଜଣେ ଖେଳାଳି ଭାବେ ନୁହେଁ ଜେଣେ ଅଧିନାୟକ ଭାବେ ମଧ୍ୟ ତାଙ୍କ ପ୍ରଦର୍ଶନ ବେଶ ଆକର୍ଷଣୀୟ। କେବଳ ଆଇପିଏଲରେ ନୁହେଁ ଅନ୍ତର୍ଜାତାୟ ଟି-ଟ୍ୱେଣ୍ଟିରେ ମଧ୍ୟ ରୋହିତଙ୍କ ଅଧିନାୟକତ୍ୱରେ […]

mumbai-rohit_1522755837

mumbai-rohit_1522755837

Rakesh Mallick
  • Published: Wednesday, 04 April 2018
  • Updated: 04 April 2018, 04:41 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଉ ଦୁଇ ଦିନ ପରେ ଆଇପିଏଲର ୧୧ତମ ସିଜିନ ଆରମ୍ଭ ହେବ। ଏହାକୁ ନେଇ ସମସ୍ତ ୮ଟି ଫ୍ରାଞ୍ଚାଇଜ୍‌ ନିଜ ନିଜ ଅଧିନାୟକଙ୍କ ନେତୃତ୍ୱରେ ଜୋରଦାର କରୁଛନ୍ତି। ଆଇପିଏଲରେ ଡିଫେଣ୍ଡିଂ ଚାମ୍ପିୟନ ମୁମ୍ବାଇ ଇଣ୍ଡିଆନ୍ସର ଅଧିନାୟକ ରୋହିତ ଶର୍ମାଙ୍କ ପ୍ରଦର୍ଶନ ବେଶ ଭଲ ରହିଛି। କେବଳ ଜଣେ ଖେଳାଳି ଭାବେ ନୁହେଁ ଜେଣେ ଅଧିନାୟକ ଭାବେ ମଧ୍ୟ ତାଙ୍କ ପ୍ରଦର୍ଶନ ବେଶ ଆକର୍ଷଣୀୟ। କେବଳ ଆଇପିଏଲରେ ନୁହେଁ ଅନ୍ତର୍ଜାତାୟ ଟି-ଟ୍ୱେଣ୍ଟିରେ ମଧ୍ୟ ରୋହିତଙ୍କ ଅଧିନାୟକତ୍ୱରେ ଭାରତର ପ୍ରଦର୍ଶନ ଭଲ ରହିଛି।

ଆଇପିଏଲ ୨୦୧୭ର ଏକ ମ୍ୟାଚ୍‌ରେ ରୋହିତ ଶର୍ମାଙ୍କ ଅଧିନାୟକତ୍ୱରେ ମୁମ୍ବାଇ ଦିଲ୍ଲୀକୁ ୧୪୬ ରନର ଏକ ବିଶାଳ ବ୍ୟବଧାନରେ ପରାସ୍ତ କରିଥିଲା। ଯାହା ଆଇପିଏଲର ଇତିହାସର ସବୁଠୁ ବଡ଼ ବିଜୟ। ଏହି ବିଜୟ ସହ ରୋହିତ ବିରାଟ କୋହିଲଙ୍କୁ ମଧ୍ୟ ପଛରେ ପକାଇଦେଇଛନ୍ତି। ରୋହିତଙ୍କ ପୂର୍ବରୁ ଏହି ରେକର୍ଡ ବିରାଟ କୋହଲିଙ୍କ ନେତୃତ୍ୱରେ ଆରସିବି ନାଁରେ ଥିଲା। ଆରସିବି ୨୦୧୬ରେ ଗୁଜରାଟ ଲାୟନ୍ସ ବିପକ୍ଷରେ ୧୪୪ ରନ ବ୍ୟବଧାନରେ ବିଜୟୀ ହୋଇଥିଲା।

ଆଇପିଏଲ ୧୦ସିଜିନରେ ମେ ମାସ ୬ ତାରିଖରେ ଖେଳାଯାଇଥିବା ଏକ ମ୍ୟାଚ୍‌ରେ ମୁମ୍ବାଇ ପ୍ରଥମେ ବ୍ୟାଟିଂ ୨୧୨ରନ ଏକ ବିଶାଲ ସ୍କୋର କରିଥିଲା। ଜାବାବରେ ଦିଲ୍ଲୀ ଡେୟାର ଡେଭିଲ୍ସ ମାତ୍ର ୬୬ ରନ କରି ଅଲଆଉଟ୍‌ ହୋଇଯାଇଥିଲା। ମୁମ୍ବାଇ ପକ୍ଷରୁ ହରଭଜନ ସିଂ ଓ କର୍ନ ଶର୍ମା ୩ଟି ଲେଖାଏଁ ୱିକେଟ୍‌ ହାସଲ କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos