‘ଶ୍ରେଷ୍ଠ ପାଞ୍ଚ’ରେ ରୋହିତ  

Rohit

ନୂଆଦିଲ୍ଲୀ:  ଶ୍ରୀଲଙ୍କା ବିପକ୍ଷ ସିରିଜ୍‌ର ଦ୍ୱିତୀୟ ମ୍ୟାଚ୍‌ରେ କ୍ୟାରିୟର ତୃତୀୟ ଦ୍ୱିଶତକ ମାରିଥିବା ରୋହିତ ଶର୍ମାଙ୍କ ପାଇଁ ଆଉ ଏକ ଖୁସି ଖବର। ଆଇସିସି ଦ୍ୱାରା ସଦ୍ୟ ପ୍ରକାଶିତ ଦିନିକିଆ ଅନ୍ତର୍ଜାତୀୟ ବ୍ୟାଟ୍‌ସମ୍ୟାନ୍‌ ମାନ୍ୟତା ତାଲିକାର ପଞ୍ଚମ ସ୍ଥାନରେ ସେ ରହିଛନ୍ତି। ଏହା ପୂର୍ବରୁ ସେ ସପ୍ତମ ସ୍ଥାନରେ ଥିଲେ। ମୋହାଲିରେ ଶ୍ରୀଲଙ୍କା ବିପକ୍ଷରେ ୨୦୮ ରନ୍ କରିବା ପରେ ସେ କ୍ୟାରିୟରର ସର୍ବାଧିକ ୮୨୫ ପଏଣ୍ଟରେ ପହଞ୍ଚି ଯାଇଥିଲେ। ସେ ପ୍ରଥମ ଥର ପାଇଁ ୮୦୦ ପଏଣ୍ଟ ଅତିକ୍ରମ କରିଛନ୍ତି। ଶ୍ରୀଲଙ୍କା ବିପକ୍ଷ ସିରିଜ୍ ଶେଷ ପରେ ସେ ୮୧୬ ପଏଣ୍ଟରେ ରହିଥିଲେ।

Previous ArticleNext Article

Send this to a friend