ରୟାଲ ଚାଲେଞ୍ଜର୍ସ ବାଙ୍ଗାଲୋରକୁ କିଣିବେ ଜିନ୍ଦଲ!

sajjan

ଅହମଦାବାଦ: ଆଇପିଏଲ୍ ଟିମ୍ ରୟାଲ ଚାଲେଞ୍ଜର୍ସ ବାଙ୍ଗାଲୋର (ଆରସିବି) କୁ କିଣିବ ଜେଏସଡବ୍ଲ୍ୟୁ ଷ୍ଟିଲ୍। କଂପାନୀର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ସଜ୍ଜନ ଜିନ୍ଦଲ ଏକ ଆଇପିଏଲ୍ ଦଳ କିଣିବେ ବୋଲି କହିବା ପରେ ଏ ନେଇ ଆଲୋଚନା ଜାରି ରହିଛି। ଜିନ୍ଦଲ କହିଥିଲ ଯେ କ୍ରିକେଟ୍ ଦେଶର ୧ ନମ୍ବର ଖେଳ। ଏଣୁ କଂପାନୀ ଏକ ଆଇପିଏଲ୍ ଦଳ କିଣିବାକୁ ଚାହୁଁଛି। ଟଙ୍କା ଏକ ପ୍ରସଙ୍ଗ ନୁହେଁ। କଂପାନୀ ଖେଳକୁ ପ୍ରୋତ୍ସାହିତ କରିବାକୁ ଚାହୁଁଛି। ତେବେ କେଉଁ ଦଳକୁ କିଣିବେ ସେ ନେଇ ଏହି ଶିଳ୍ପପତି କୌଣସି ସୂଚନା ଦେଇ ନାହାନ୍ତି।

ତାଙ୍କ କଂପାନୀ ଆରସିବିକୁ କିଣିବାକୁ ଚାହୁଁଛି କି ବୋଲି ପଚରା ଯିବାରେ ସେ ମନା କରି ନଥିଲେ କି କିଛି ସ୍ପଷ୍ଟ କରି ନଥିଲେ। ତେବେ ଏତିକି କହିଥିଲେ ଯେ ତାହା ସେମାନଙ୍କ (ଆରସିବି) ଉପରେ ନିର୍ଭର କରେ।

Previous ArticleNext Article

Send this to a friend