IPL-11: ରାହେଣଙ୍କ ଟିମ୍‌ର ଜଣେ ଖେଳାଳି ଏକାକି ହରାଇଲେ ବିରାଟଙ୍କ ଦଳକୁ

ବିରାଟ କୋହଲିଙ୍କ ଆର୍‌ସିବିକୁ ୧୯ରନରେ ହରାଇଲା ରାହାଣେଙ୍କ ରାଜସ୍ଥାନ ରୟାଲ୍ସ। ରାସସ୍ଥାନ ରୟାଲ୍ସ ପ୍ରଥମେ ବ୍ୟାଟିଂ ନିର୍ଦ୍ଧାରିତ ୨୦ ଓଭରରେ ୨୧୭ ରନ୍‌ର ବିଶାଳ ସ୍କୋର୍‌ କରିପାରିଥିଲା। ୨୧୮ ରନ୍‌ର ଜବାବରେ ଆର୍‌ସିବି ୬ ୱିକେଟ୍‌ ହରାଇ ୧୯୮ ରନ୍‌ କରିପାରିଥିଲା। ବାଙ୍ଗାଲୋର ପକ୍ଷରୁ ଅଧିନାୟକ ବିରାଟ କୋହଲି ୩୦ ବଲରେ ୫୭ ରନ୍‌ କରିଥିବା ବେଳେ ମନ୍ଦୀପ ସିଂ ୪୭ ଓ ୱାସିଂଟନ୍‌ ସୁନ୍ଦର ୩୫ ରନର ବିସ୍ଫୋରକ ପାଳି ଖେଳିଥିଲେ ମଧ୍ୟ ଦଳକୁ ବିଜୟୀ […]

ipl-2018-rr-vs-rcb_52de3750-40b3-11e8-bfff-c0c145c8e053

ipl-2018-rr-vs-rcb_52de3750-40b3-11e8-bfff-c0c145c8e053

Rakesh Mallick
  • Published: Sunday, 15 April 2018
  • Updated: 15 April 2018, 07:54 PM IST

Sports

Latest News

ବିରାଟ କୋହଲିଙ୍କ ଆର୍‌ସିବିକୁ ୧୯ରନରେ ହରାଇଲା ରାହାଣେଙ୍କ ରାଜସ୍ଥାନ ରୟାଲ୍ସ। ରାସସ୍ଥାନ ରୟାଲ୍ସ ପ୍ରଥମେ ବ୍ୟାଟିଂ ନିର୍ଦ୍ଧାରିତ ୨୦ ଓଭରରେ ୨୧୭ ରନ୍‌ର ବିଶାଳ ସ୍କୋର୍‌ କରିପାରିଥିଲା। ୨୧୮ ରନ୍‌ର ଜବାବରେ ଆର୍‌ସିବି ୬ ୱିକେଟ୍‌ ହରାଇ ୧୯୮ ରନ୍‌ କରିପାରିଥିଲା। ବାଙ୍ଗାଲୋର ପକ୍ଷରୁ ଅଧିନାୟକ ବିରାଟ କୋହଲି ୩୦ ବଲରେ ୫୭ ରନ୍‌ କରିଥିବା ବେଳେ ମନ୍ଦୀପ ସିଂ ୪୭ ଓ ୱାସିଂଟନ୍‌ ସୁନ୍ଦର ୩୫ ରନର ବିସ୍ଫୋରକ ପାଳି ଖେଳିଥିଲେ ମଧ୍ୟ ଦଳକୁ ବିଜୟୀ କରାଇପାରିନଥିଲେ। ରାଜସ୍ଥାନ ପକ୍ଷରୁ ସଂଜୁ ସାମସନ୍‌ଙ୍କ ବ୍ୟାଟ୍‌ରୁ ପ୍ରଥମ ଇଂନିସରେ ବିସ୍ଫୋରକ ପାଳି ଦେଖିବାକୁ ମିଳିଥିଲା। ସେ ମାତ୍ର ୪୫ଟି ବଲ୍‌ରୁ ଆକର୍ଷଣୀୟ ୯୨ରନ କରି ଦଳକୁ ଏକ ବିଶାଳ ସ୍କୋରରେ ପହଞ୍ଚାଇଥିଲେ। ଏକାକି ସାମସନ୍‌ ଆର୍‌ସିବି ବୋଲର୍‌ଙ୍କୁ ନିର୍ଦ୍ଧୁମ ପ୍ରହାର କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos