ଫିଫା ୨୦୧୮: ଉଦ୍‌ଘାଟନୀ ମ୍ୟାଚ୍‌କୁ ଏକପାଖିଆ ଜିତିନେଲା ଋଷିଆ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଉଦ୍‌ଘାଟନୀ ମ୍ୟାଚ୍‌ରେ ସାଉଦି ଆରବକୁ ୫-୦ ଗୋଲ୍‌ରେ ହରାଇଲା ଆୟୋଜକ ଋଷିଆ। ସମ୍ପୂର୍ଣ୍ଣ ମ୍ୟାଚ୍‌ରେ ଆକର୍ଷଣୀୟ ଖେଳ ଦେଖାଇଥିଲେ ଋଷିଆ ଖେଳାଳି। ୨୦୧୮ ଫିଫା ବିଶ୍ୱକପରେ ପ୍ରଥମ ଗୋଲ୍‌ କରିଥିଲେ ଋଷିଆର ୟୁରି ଗାଜିନ୍‌ସ୍କି। ସେ ମ୍ୟାଚର୍‌ ୧୨ ମିନିଟରେ ଗୋଲ୍‌ କରି ଏହି ରେକର୍ଡର ଅଧିକାରୀ ହୋଇଛନ୍ତି। ଏହାପରେ ଲଗାତର ଋଷିଆ ଖେଳାଳି ସାଉଦି ଆରବ ଖେଳାଳିଙ୍କ ଉପରେ ଭାରି ପଡ଼ିଥିଲେ। ଦ୍ୱିତୀୟ ଗୋଲ୍‌ ୪୩ ମିନିଟରେ, ୩ୟ ଗୋଲ ୭୧ ମିନିଟରେ, ୪ର୍ଥ ଗୋଲ ୯୧ ମିନିଟରେ ଓ ୯୪ ମିନିଟରେ ୫ମ ଗୋଲ କରି ଋଷିଆ ୫-୦ରେ ମ୍ୟାଚ୍‌କୁ ଏକ ପାଖିଆ ଜିତିନେଇଥିଲା।

Previous ArticleNext Article

Send this to a friend