ସଚିନଙ୍କ ଗୁରୁମନ୍ତ୍ର: ମସ୍ତି ସହ ପାଠ ପଢ଼ାରେ ଧ୍ୟାନ ଦିଅ

ମୁମ୍ବାଇ: ପଡ଼ିଆରେ ବ୍ୟାଟ୍‌ ଧରିଥିବା ବେଳେ ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକର ବୋଲର୍‌ଙ୍କ ପାଇଁ ଆତଙ୍କ ପାଲଟି ଯାଇଥାନ୍ତି। ହେଲେ ତାଙ୍କ ହୃଦୟ ବହୁତ କୋମଳ। ସେ ପିଲାମାନଙ୍କୁ କେତେ ଭଲ ପାଇଥାନ୍ତି, ଏକଥା କାହାକୁ ଅଛପା ନାହିଁ। ପିଲାମାନଙ୍କ ସହ ସମୟ ବିତାଇବାକୁ ସେ ଭଲ ପାଇଥାନ୍ତି। ଗତକାଲି ସଚିନ ନିଜ କୁନି କୁନି ପ୍ରଶଂସକଙ୍କୁ ଏକ ବଡ଼ ଗୁରୁମନ୍ତ୍ର ଦେଇଛନ୍ତି। କେବଳ ଖେଳ ନୁହେଁ ପାଠପଢ଼ା ମଧ୍ୟ ଜୀବନ ପାଇଁ ବହୁ ଜରୁରୀ, ତେଣୁ […]

sachin

sachin

Rakesh Mallick
  • Published: Thursday, 29 March 2018
  • Updated: 29 March 2018, 12:41 PM IST

ମୁମ୍ବାଇ: ପଡ଼ିଆରେ ବ୍ୟାଟ୍‌ ଧରିଥିବା ବେଳେ ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକର ବୋଲର୍‌ଙ୍କ ପାଇଁ ଆତଙ୍କ ପାଲଟି ଯାଇଥାନ୍ତି। ହେଲେ ତାଙ୍କ ହୃଦୟ ବହୁତ କୋମଳ। ସେ ପିଲାମାନଙ୍କୁ କେତେ ଭଲ ପାଇଥାନ୍ତି, ଏକଥା କାହାକୁ ଅଛପା ନାହିଁ। ପିଲାମାନଙ୍କ ସହ ସମୟ ବିତାଇବାକୁ ସେ ଭଲ ପାଇଥାନ୍ତି। ଗତକାଲି ସଚିନ ନିଜ କୁନି କୁନି ପ୍ରଶଂସକଙ୍କୁ ଏକ ବଡ଼ ଗୁରୁମନ୍ତ୍ର ଦେଇଛନ୍ତି। କେବଳ ଖେଳ ନୁହେଁ ପାଠପଢ଼ା ମଧ୍ୟ ଜୀବନ ପାଇଁ ବହୁ ଜରୁରୀ, ତେଣୁ ଖେଳ ସହ ପାଠପଢ଼ା ଉପରେ ଗୁରୁତ ଦେବାକୁ ସେ ପରାମର୍ଶ ଦେଇଛନ୍ତି। ସେ କହିଛନ୍ତି, “ପିଲାମାନଙ୍କ ପାଇଁ ମସ୍ତି କରିବା ବହୁତ ଜରୁରୀ। କିନ୍ତୁ ପାଠପଢ଼ା ସମୟ ଆସିଲେ ଧ୍ୟାନ କେବଳ ସେଥିରେ ହିଁ ଲଗାଅ। ଖେଳିବା ସମୟରେ ନିଜ ଖେଳ ଉପରେ ଧ୍ୟାନ ଦିଅ। ପାଠ ପଢ଼ା ଓ ଖେଳ ମଧ୍ୟରେ ତାଳମେଳ ରଖିବା ବହୁତ ଗୁରୁତ୍ୱପୂର୍ଣ୍ଣ। ଏହାଦ୍ୱାରା ତୁମେ ଶିକ୍ଷା କ୍ଷେତ୍ରରେ ଉନ୍ନତି କରିବା ସହ ନିଜ ଖେଳ ପ୍ରତିଭାକୁ ମଧ୍ୟ ବିସ୍ତାର କରିପାରିବ।”

ଗତକାଲି ସଚିନ୍‌ ଦକ୍ଷିଣ ମୁମ୍ବାଇର ସେବରୀରେ ଥିବା ଗୁରୁ ଗୋବିନ୍ଦ ତେଗବାହାଦୂର ହାଇସ୍କୁଲକୁ ଯାଇଥିବା ବେଳେ ଛାତ୍ରଙ୍କୁ ଏପରି ଉପଦେଶ ଦେଇଛନ୍ତି। ନିଜ ସଂସଦ ପାଣ୍ଡିରୁ ସଚିନ ଏହି ସ୍କୁଲରେ ଶ୍ରେଣୀଗୃହ ନିର୍ମାଣ ଓ ଉନ୍ନତୀକରଣ ପାଇଁ ଅର୍ଥ ଯୋଗାଇଛନ୍ତି।

ଏହି ଅବସରରେ ସଚିନଙ୍କୁ ସ୍କୁଲର ଛାତ୍ରମାନଙ୍କ ସହ ମସ୍ତି କରୁଥିବା ଦେଖିବାକୁ ମିଳିଥିଲା। ପିଲାମାନେ ମଧ୍ୟ ନିଜ ସ୍ୱପ୍ନର କ୍ରିକେଟରଙ୍କୁ ପାଖରେ ପାଇଁ ଆତ୍ମ ବିଭୋର ହୋଇଯାଇଥିଲେ। ସଚିନ ସେମାନଙ୍କ ସହ କଥା ହେବା ସହ ଫଟୋ ଉଠାଇ ଥିଲେ। ଏହାସହ ସେ ପିଲାମାନଙ୍କୁ ବ୍ୟାଟ, ବଲକ, ଫୁଟ୍‌ବଲ ବାଣ୍ଟି ଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos