କ୍ରୀଡ଼ାଗ୍ରାମରେ ପ୍ରବେଶ ପାଇଁ ବାପାଙ୍କୁ ମିଳିଲା ଅନୁମତି, ସାଇନା ଖୁସ୍‌

saina_nehwal

ନୂଆଦିଲ୍ଲୀ: ଶେଷରେ ଭାରତର ଷ୍ଟାର ବ୍ୟାଡମିଣ୍ଟନ ଖେଳାଳି ସାଇନା ନେହ୍ୱାଲଙ୍କ ମୁହଁରେ ହସ ଫେରିଛି। ଏବେ ତାଙ୍କ ବାପା ହରବୀର ନେହ୍ୱାଲଙ୍କୁ କମନ୍‌ୱେଲଥ୍‌ ଗେମ୍‌ କ୍ରୀଡାଗ୍ରାମରେ ପ୍ରବେଶ କରିବାକୁ ଅନୁମତି ମିଳିଛି। ଗୋଟେଦିନ ପୂର୍ବରୁ ସାଇନା ଟ୍ୱିଟ୍‌ କରି ନିଜ ଅସନ୍ତୋଷ ଜାହିର କରିଥିଲେ। ଏଥିରେ ସେ ଲେଖିଥିଲେ- ରାଷ୍ଟ୍ରମଣ୍ଡଳ ଖେଳ ପାଇଁ ଭାରତୀୟ ଅଧିକାରୀଙ୍କ ସୂଚୀରୁ ତାଙ୍କ ବାପାଙ୍କ ନାଁ କାଟି ଦିଆଯାଇଛି।

କମନୱେଲଥ୍‌ ଗେମ୍ସରେ ଆସନ୍ତା ୫ ତାରିଖରୁ ବ୍ୟାଡମିଣ୍ଟନ ପ୍ରତିଯୋଗିତା ଆରମ୍ଭ ହେବ।

ବାପାଙ୍କୁ ଅନୁମତି ମିଳିବା ପରେ ସାଇନା ଇଣ୍ଡିଆନ ଅଲମ୍ପିକ ଆସୋସିଏସନକୁ ଧନ୍ୟବାଦ ଜଣାଇଛନ୍ତି।

Previous ArticleNext Article

Send this to a friend