ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାରତକୁ ମିଳିଲା ଆଉ ଏକ ସ୍ୱର୍ଣ୍ଣ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):  ଗୋଲ୍ଡକୋଷ୍ଟ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାରତକୁ ମିଳିଲା ପୁଣି ଏକ ସ୍ଵର୍ଣ୍ଣ।  ୭୭ କେ.ଜି ପୁରୁଷ ଭାରୋତ୍ତୋଳନରେ ସତୀଶ ଶିବଲିଙ୍ଗମ୍‌ଙ୍କୁ ସ୍ୱର୍ଣ୍ଣ ପଦକ ମିଳିଛି। ଏଥିସହ ଭାରତକୁ ଏପର୍ଯ୍ୟନ୍ତ ତିନୋଟି ସ୍ୱର୍ଣ୍ଣପଦକ ମିଳିଛି। ଏହା ପୂର୍ବରୁ ଗତକାଲି ଖୁମୁକଚମ୍ ସଞ୍ଜିତା ଚାନୁ ୫୩ କେଜି ମହିଳା ଭାରୋତ୍ତୋଳନ ବର୍ଗରେ ସ୍ୱର୍ଣ୍ଣ ପଦକ ଜିତିଥିଲେ। ସେହିପରି ଗୁରୁବାର ରାଜ୍ୟଗୋଷ୍ଠୀ କ୍ରୀଡ଼ାର ପ୍ରଥମ ଦିନରେ ଭାରତ ପାଇଁ ପ୍ରଥମ ସ୍ୱର୍ଣ୍ଣ ପଦକ ଜିତିଥିଲେ ମହିଳା ଭାରୋତ୍ତୋଳନକାରୀ ମୀରା ବାଇ […]

sathish

sathish

Rakesh Mallick
  • Published: Saturday, 07 April 2018
  • Updated: 07 April 2018, 09:03 AM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):  ଗୋଲ୍ଡକୋଷ୍ଟ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାରତକୁ ମିଳିଲା ପୁଣି ଏକ ସ୍ଵର୍ଣ୍ଣ।  ୭୭ କେ.ଜି ପୁରୁଷ ଭାରୋତ୍ତୋଳନରେ ସତୀଶ ଶିବଲିଙ୍ଗମ୍‌ଙ୍କୁ ସ୍ୱର୍ଣ୍ଣ ପଦକ ମିଳିଛି। ଏଥିସହ ଭାରତକୁ ଏପର୍ଯ୍ୟନ୍ତ ତିନୋଟି ସ୍ୱର୍ଣ୍ଣପଦକ ମିଳିଛି। ଏହା ପୂର୍ବରୁ ଗତକାଲି ଖୁମୁକଚମ୍ ସଞ୍ଜିତା ଚାନୁ ୫୩ କେଜି ମହିଳା ଭାରୋତ୍ତୋଳନ ବର୍ଗରେ ସ୍ୱର୍ଣ୍ଣ ପଦକ ଜିତିଥିଲେ। ସେହିପରି ଗୁରୁବାର ରାଜ୍ୟଗୋଷ୍ଠୀ କ୍ରୀଡ଼ାର ପ୍ରଥମ ଦିନରେ ଭାରତ ପାଇଁ ପ୍ରଥମ ସ୍ୱର୍ଣ୍ଣ ପଦକ ଜିତିଥିଲେ ମହିଳା ଭାରୋତ୍ତୋଳନକାରୀ ମୀରା ବାଇ ଚାନୁ। ୪୮କେଜି ମହିଳା ବର୍ଗରେ ଚାଙ୍କୁ ଏହି ସଫଳତା ମିଳିଥିଲା। ସୂଚନାଯୋଗ୍ୟ ଭାରତ ବର୍ତ୍ତମାନ ସୁଦ୍ଧା ଚଳିତ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ତିନୋଟି ସ୍ୱର୍ଣ୍ଣ ପଦକ ସମେତ ୫ଟି ପଦକ ଜିତି ସାରିଲେଣି।

ସେପଟେ ଗୋଲ୍ଡ କୋଷ୍ଟ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଆଜି ସମସ୍ତଙ୍କ ନଜର ରହିଛି ପୁଲ ବି ପୁରୁଷ ବିଭାଗରେ ହେବାକୁ ଥିବା ଭାରତ-ପାକିସ୍ତାନ ହକି ମ୍ୟାଚ୍‌ ଉପରେ।   ଭାରତୀୟ ସମୟ ସକାଳ ୧୦ଟାରେ ଏହି ମ୍ୟାଚ୍ ଖେଳାଯିବ।  ସେହିପରି ପୁରୁଷ ବକ୍ସିଂ ୬୯ କେଜି ବର୍ଗରେ ରିଙ୍ଗକୁ  ଓହ୍ଲାଇବେ ବକ୍ସର ମନୋଜ କୁମାର।  ମହିଳା ବକ୍ସିଂ ୬୦ କେଜି ବର୍ଗରେ ରିଙ୍ଗକୁ ଓହ୍ଲାଇବେ ସରିତା ଦେବୀ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos