ବିସିସିଆଇକୁ ସୁପ୍ରିମକୋର୍ଟଙ୍କ ନୋଟିସ୍‌: ଲୋଧା କମିଶନଙ୍କ ସୁପାରିଶ କାହିଁକି କାର୍ଯ୍ୟକାରୀ ହୋଇନି

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର):ଲୋଧା କମିଶନଙ୍କ ସୁପାରିଶ କାହିଁକି କାର୍ଯ୍ୟକାରୀ ହୋଇନି। ବିସିସିଆଇକୁ ଏଭଳି କାରଣ ଦର୍ଶାଅ ନୋଟିସ ଜାରି କରିଛନ୍ତି ସୁପ୍ରିମକୋର୍ଟ। ଲୋଧା କମିଟି ସୁପାରିଶ କାର୍ଯ୍ୟକାରୀ ନହେବାର କାରଣ ଜଣାଇବାକୁ ସୁପ୍ରିମକୋର୍ଟ ନୋଟିସ ଜାରି କରିଛନ୍ତି। ବିସିସିଆଇ କାର୍ଯ୍ୟକାରୀ ସଂପାଦକ ଅମିତାଭ ଚୌଧୁରୀ, କୋଷାଧ୍ୟକ୍ଷ ଅନିରୁଦ୍ଧ ଚୌଧୁରୀ ଏବଂ କାର୍ଯ୍ୟକାରୀ ସଭାପତି ସିକେ ଖାନ୍ନାଙ୍କୁ ନୋଟିସ ଜାରି କରିଛନ୍ତି ସର୍ବୋଚ୍ଚ ଅଦାଲତ। ଏହି ମାମଲାର ଶୁଣାଣି ଆସନ୍ତା ସେପଟେମ୍ବର ୧୯ରେ ହେବ। ଏହି ଦିନ ବିସିସିଆଇ […]

bcci1

bcci1

Rakesh Mallick
  • Published: Wednesday, 23 August 2017
  • Updated: 23 August 2017, 08:11 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର):ଲୋଧା କମିଶନଙ୍କ ସୁପାରିଶ କାହିଁକି କାର୍ଯ୍ୟକାରୀ ହୋଇନି। ବିସିସିଆଇକୁ ଏଭଳି କାରଣ ଦର୍ଶାଅ ନୋଟିସ ଜାରି କରିଛନ୍ତି ସୁପ୍ରିମକୋର୍ଟ। ଲୋଧା କମିଟି ସୁପାରିଶ କାର୍ଯ୍ୟକାରୀ ନହେବାର କାରଣ ଜଣାଇବାକୁ ସୁପ୍ରିମକୋର୍ଟ ନୋଟିସ ଜାରି କରିଛନ୍ତି। ବିସିସିଆଇ କାର୍ଯ୍ୟକାରୀ ସଂପାଦକ ଅମିତାଭ ଚୌଧୁରୀ, କୋଷାଧ୍ୟକ୍ଷ ଅନିରୁଦ୍ଧ ଚୌଧୁରୀ ଏବଂ କାର୍ଯ୍ୟକାରୀ ସଭାପତି ସିକେ ଖାନ୍ନାଙ୍କୁ ନୋଟିସ ଜାରି କରିଛନ୍ତି ସର୍ବୋଚ୍ଚ ଅଦାଲତ।
ଏହି ମାମଲାର ଶୁଣାଣି ଆସନ୍ତା ସେପଟେମ୍ବର ୧୯ରେ ହେବ। ଏହି ଦିନ ବିସିସିଆଇ ଅଧିକାରୀଙ୍କୁ ବ୍ୟକ୍ତିଗତ ଭାବରେ ହାଜର ହେବାକୁ ସର୍ବୋଚ୍ଚ ଅଦାଲତ କହିଛନ୍ତି। ପୂର୍ବରୁ ଗତ ଜୁଲାଇ ୨୪ରେ ସୁପ୍ରିମ କୋର୍ଟ ଲୋଧା କମିଟି ସୁପାରିଶ କାର୍ଯ୍ୟକାରୀ କରିବାକୁ କହିଥିଲେ। ହେଲେ ଏହା କାର୍ଯ୍ୟକାରୀ ନେହେବା ନେଇ ବିସିସିଆଇ ପ୍ରଶାସକ କମିଟି ଅଭିଯୋଗ କରିଥିଲା। ଏହି ମାମଲାରେ ଗୋପାଳ ସୁବ୍ରମଣ୍ୟମଙ୍କ ଦଲିଲ ଉପରେ ଶୁଣାଣି କରି ସୁପ୍ରିମକୋର୍ଟ ଏହି ନିର୍ଦ୍ଦେଶ ଦେଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos