ସଚିନ, ବିରାଟ ଓ ଧୋନି ଯାହା କରି ପାରିନଥିଲେ, ତାହା କରି ଦେଖାଇଲେ ଗବ୍ବର

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍‌ ଦଳର ‘ଗବ୍ବର’ ଶିଖର ଧାୱନ ଆଜି ଜୋହାନସ୍‌ବର୍ଗରେ ଇତିହାସ ରଚିଛନ୍ତି। ଦକ୍ଷିଣ ଆଫ୍ରିକା ବିପକ୍ଷ ଚତୁର୍ଥ ଦିନିକିଆ ମ୍ୟାଚ୍‌ରେ ସେ ଏମିତି ଏକ ରେକର୍ଡ କରିଛନ୍ତି ଯାହା ପୂର୍ବରୁ କୌଣସି ଭାରତୀୟ କରି ନଥିଲେ। ୩୨ ବର୍ଷିୟ ଶିଖର ଧାୱନ କ୍ୟାରିୟରର ୧୦୦ ତମ ଦିନିକିଆ ମ୍ୟାଚ୍‌ରେ ଶତକ ମାରି ଏହି ରେକର୍ଡ କରିଛନ୍ତି। ଭାରତର ପ୍ରଥମ ବ୍ୟାଟ୍‌ସମ୍ୟାନ୍‌ ଭାବେ ସେ କରିଛନ୍ତି ଏହି ରେକର୍ଡ। ତାଙ୍କ ପୂର୍ବରୁ କୌଣସି ଭାରତୀୟ କ୍ରିକେଟର […]

dhawan creat history

dhawan creat history

Rakesh Mallick
  • Published: Saturday, 10 February 2018
  • Updated: 10 February 2018, 10:13 PM IST

Sports

Latest News

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍‌ ଦଳର ‘ଗବ୍ବର’ ଶିଖର ଧାୱନ ଆଜି ଜୋହାନସ୍‌ବର୍ଗରେ ଇତିହାସ ରଚିଛନ୍ତି। ଦକ୍ଷିଣ ଆଫ୍ରିକା ବିପକ୍ଷ ଚତୁର୍ଥ ଦିନିକିଆ ମ୍ୟାଚ୍‌ରେ ସେ ଏମିତି ଏକ ରେକର୍ଡ କରିଛନ୍ତି ଯାହା ପୂର୍ବରୁ କୌଣସି ଭାରତୀୟ କରି ନଥିଲେ। ୩୨ ବର୍ଷିୟ ଶିଖର ଧାୱନ କ୍ୟାରିୟରର ୧୦୦ ତମ ଦିନିକିଆ ମ୍ୟାଚ୍‌ରେ ଶତକ ମାରି ଏହି ରେକର୍ଡ କରିଛନ୍ତି। ଭାରତର ପ୍ରଥମ ବ୍ୟାଟ୍‌ସମ୍ୟାନ୍‌ ଭାବେ ସେ କରିଛନ୍ତି ଏହି ରେକର୍ଡ। ତାଙ୍କ ପୂର୍ବରୁ କୌଣସି ଭାରତୀୟ କ୍ରିକେଟର ଏହି ରେକର୍ଡ କରି ନଥିଲେ।

ଭାରତୀୟ ଦଳ ୧୯୭୪ରେ ପ୍ରଥମ ଦିନିକିଆ ଖେଳିଥିଲା। ଏହା ପରଠାରୁ ଟିମ୍ ଇଣ୍ଡିଆର ଅନେକ ବ୍ୟାଟ୍ସମ୍ୟାନ୍ ଶହେରୁ ଅଧିକ ମ୍ୟାଚ୍ ଖେଳିଛନ୍ତି। କିନ୍ତୁ  କୌଣସି ବ୍ୟାଟ୍‌ସମ୍ୟାନ୍‌ ନିଜର ଶହେ ତମ ୱାନ୍‌ଡେ ମ୍ୟାଚ୍‌ରେ ଶତକ ମାରି ନଥିଲେ। ଭାରତୀୟ ବ୍ୟାଟ୍‌ସମ୍ୟାନ୍‌ଙ୍କ ମଧ୍ୟରେ ଶହେତମ ଦିନିକିଆ ମ୍ୟାଚ୍‌ରେ ସର୍ବାଧିକ ରନ୍ କରିବାର ରେକର୍ଡ ସୌରଭ ଗାଙ୍ଗୁଲିଙ୍କ ନାଁରେ ଥିଲା। ସେ ୧୯୯୯ରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ୯୭ ରନ୍ କରିଥିଲେ।

ନିଜର ଶହେତମ ଦିନିକିଆ ମ୍ୟାଚ୍‌ରେ ଶତକ ହାସଲ କରିବାରେ ଧାୱନ ହେଉଛନ୍ତି  ବିଶ୍ୱର ୯ମ ଖେଳାଳି। ପ୍ରଥମେ ଏହି ରେକର୍ଡ ୱେଷ୍ଟଇଣ୍ଡିଜ୍‌ ଖେଳାଳି ଗାର୍ଡନ ଗ୍ରୀନିଜ୍‌ ୧୯୮୮ରେ ପାକିସ୍ତାନ ବିପକ୍ଷରେ କରିଥିଲେ। ସେ ୧୦୨ ରନ୍‌ର ନଟଆଉଟ୍‌ ପାଳି ଖେଳିଥିଲେ। ଏହି ତାଲିକାରେ ଥିବା ଅନ୍ୟ ଖେଳାଳିମାନେ ହେଉଛନ୍ତି କ୍ରିସ୍ କେୟନର୍ସ (ନ୍ୟୁଜିଲାଣ୍ଡ), ୟୁସୁଫ ୟୋହାନା (ପାକିସ୍ତାନ), କୁମାର ସାଙ୍ଗାକାରା (ଶ୍ରୀଲଙ୍କା), କ୍ରିସ୍ ଗେଲ୍ (ୱେଷ୍ଟଇଣ୍ଡିଜ୍‌), ଏମ୍. ଟ୍ରେସ୍କୋଥିକ୍ (ଇଂଲଣ୍ଡ), ରାମନରେଶ ସରୱନ (ୱେଷ୍ଟଇଣ୍ଡିଜ୍‌) ଓ ଡେଭିଡ୍ ୱାର୍ନର (ଅଷ୍ଟ୍ରେଲିଆ)।

ସୂଚନାଯୋଗ୍ୟ, ୨୦୧୦ରେ ବିଶାଖାପାଟଣାରେ ଅଷ୍ଟ୍ରେଲିଆ ବିପକ୍ଷରେ ଧାୱନ ଦିନିକିଆରେ ଡେବ୍ୟୁ କରିଥିଲେ। ଡେବ୍ୟୁ ମ୍ୟାଚ୍‌ରେ ସେ ଶୂନରେ ଆଉଟ୍ ହୋଇଯାଇଥିଲେ। ୧୦୦ଟି ଦିନିକିଆରୁ ସେ ୪୩୦୯ ରନ୍ ସଂଗ୍ରହ କରିଛନ୍ତି।

 

 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos