ଭାରତୀୟ ମହିଳା ଖେଳାଳିଙ୍କ କମାଲ: ୬୧ଟି ବଲ୍‌ରୁ ୧୦୨ ରନ୍‌

ଲଣ୍ଡନ: ମହିଳା କ୍ରିକେଟ୍ ସୁପର୍ ଲିଗ୍‌ରେ ଆଉ ଏକ ଚମତ୍କାର ପାଳି ଖେଳିଛନ୍ତି ଭାରତୀୟ ଓପନର୍‌ ସ୍ମୃତି ମନ୍ଧାନା। ଗତକାଲି ସେ ୬୧ଟି ବଲ୍‌ରୁ ୧୦୨ ରନ୍ କରି ତାଙ୍କ ଦଳ ୱେଷ୍ଟର୍ନ ଷ୍ଟର୍ମକୁ ୭ ୱିକେଟ୍‌ରେ ବିଜୟୀ କରାଇଥିଲେ। ତାଙ୍କ ଶତକୀୟ ପାଳି ଯୋଗୁ ତାଙ୍କ ଦଳ ୧୫୪ ରନ୍‌ର ବିଜୟ ଟାର୍ଗେଟ ଦେଇଥିବା ଲଙ୍କାସାୟାର ଥଣ୍ଡର ଦଳକୁ ସହଜରେ ପରାସ୍ତ କରିଥିଲା। ଲଙ୍କାସାୟାର ଥଣ୍ଡର ପ୍ରଥମେ ବ୍ୟାଟିଂ କରି ୭ ୱିକେଟ୍‌ରେ ୧୫୩ ରନ୍ […]

smritimandhana

smritimandhana

Ordigital Desk
  • Published: Saturday, 04 August 2018
  • Updated: 04 August 2018, 09:12 AM IST

Sports

Latest News

ଲଣ୍ଡନ: ମହିଳା କ୍ରିକେଟ୍ ସୁପର୍ ଲିଗ୍‌ରେ ଆଉ ଏକ ଚମତ୍କାର ପାଳି ଖେଳିଛନ୍ତି ଭାରତୀୟ ଓପନର୍‌ ସ୍ମୃତି ମନ୍ଧାନା।

ଗତକାଲି ସେ ୬୧ଟି ବଲ୍‌ରୁ ୧୦୨ ରନ୍ କରି ତାଙ୍କ ଦଳ ୱେଷ୍ଟର୍ନ ଷ୍ଟର୍ମକୁ ୭ ୱିକେଟ୍‌ରେ ବିଜୟୀ କରାଇଥିଲେ।

ତାଙ୍କ ଶତକୀୟ ପାଳି ଯୋଗୁ ତାଙ୍କ ଦଳ ୧୫୪ ରନ୍‌ର ବିଜୟ ଟାର୍ଗେଟ ଦେଇଥିବା ଲଙ୍କାସାୟାର ଥଣ୍ଡର ଦଳକୁ ସହଜରେ ପରାସ୍ତ କରିଥିଲା। ଲଙ୍କାସାୟାର ଥଣ୍ଡର ପ୍ରଥମେ ବ୍ୟାଟିଂ କରି ୭ ୱିକେଟ୍‌ରେ ୧୫୩ ରନ୍ କରିଥିଲା।

ଟି-ଟ୍ୱେଣ୍ଟିରେ ଏହା ହେଉଛି ମନ୍ଧାନାଙ୍କ ପ୍ରଥମ ଶତକ। ଏଥିରେ ୧୨ଟି ଚୌକା ଓ ୪ଟି ଛକା ସାମିଲ ଥିଲା। ପୂର୍ବ ୪ ପାଳିରେ ବି ସେ ଭଲ ବ୍ୟାଟିଂ କରିଥିଲେ।

ସେହି ମ୍ୟାଚ୍‌ ଗୁଡ଼ିକରେ ସେ ଯଥାକ୍ରମେ ୪୮, ୩୭, ୫୨ ଓ ୪୩ ରନ୍ କରିଥିଲେ। ତୃତୀୟ ଓ ଚତୁର୍ଥ ମ୍ୟାଚ୍‌ରେ ସେ ଅପରାଜିତ ରହିଥିଲେ।

ତୃତୀୟ ମ୍ୟାଚ୍‌ରେ ସେ ୧୯ଟି ବଲ୍‌ରେ ଅର୍ଦ୍ଧଶତକ ପୂରଣ କରିଥିଲେ। ଟୁର୍ଣ୍ଣାମେଣ୍ଟରେ ସେ ୨୮୨ ରନ୍ କରି ସମସ୍ତଙ୍କଠାରୁ ଆଗରେ ରହିଛନ୍ତି।

ଟି-ଟ୍ୱେଣ୍ଟି ମ୍ୟାଚ୍‌ରେ ଶତକ କରିବାରେ ମନ୍ଧାନା ହେଉଛନ୍ତି ଦ୍ୱିତୀୟ ଭାରତୀୟ ମହିଳା।

ତାଙ୍କ ପୂର୍ବରୁ ମିଥାଲି ରାଜ୍ ଏହି ଫର୍ମାଟ୍‌ରେ ଶତକ ହାସଲ କରି ସାରିଛନ୍ତି। ଅନ୍ତର୍ଜାତୀୟ ଟି-ଟ୍ୱେଣ୍ଟିରେ ମନ୍ଧାନା ୫ଟି ଅର୍ଦ୍ଧଶତକ ହାସଲ କରିଛନ୍ତି।

 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos