ହକି ତାରକା ସର୍ଦ୍ଦାର ସିଂ ଓ ପାରା ଆଥଲେଟ୍‌ ଦେବେନ୍ଦ୍ରଙ୍କୁ ରାଜୀବ ଗାନ୍ଧି ଖେଳରତ୍ନ: ୧୭ଜଣଙ୍କୁ ମିଳିବ ଅର୍ଜୁନ ଆୱାର୍ଡ

ନୂଆଦିଲ୍ଲୀ (ଓଡ଼ିଶା ରିପୋର୍ଟର): ଘୋଷଣା ହେଲା ଚଳିତ ବର୍ଷର କ୍ରୀଡ଼ା ପୁରସ୍କାର। ହକି ଖେଳାଳି ସର୍ଦ୍ଦାର ସିଂହ ଓ ପାରା ଆଥଲେଟ୍‌ ଦେବେନ୍ଦ୍ର ଝାଝରିଆ ପାଇବେ ରାଜୀବ ଗାନ୍ଧି ଖେଳରତ୍ନ  ପୁରସ୍କାର।  ଏହି ଦୁଇ କ୍ରୀଡ଼ାବିତଙ୍କୁ ଦେଶର ସର୍ବୋଚ୍ଚ କ୍ରୀଡ଼ା ପୁରସ୍କାର ମିଳିବ। । ଚୟନ କମିଟି ଏହି ଦୁଇ ଜଣଙ୍କୁ ଏହି ପୁରସ୍କାର ଲାଗି ବାଛିଛନ୍ତି। ଅନ୍ୟପଟେ ୧୭ ଜଣଙ୍କୁ ମିଳିବ ଅର୍ଜୁନ ପୁରସ୍କାର। ଏମାନଙ୍କ ମଧ୍ୟରେ ଅଛନ୍ତି କ୍ରିକେଟର୍‌ ଚେତେଶ୍ୱର ପୁଜାରା ଓ ହରମନପ୍ରୀତ […]

aaaaffff

aaaaffff

Rakesh Mallick
  • Published: Tuesday, 22 August 2017
  • Updated: 22 August 2017, 04:28 PM IST

Sports

Latest News

ନୂଆଦିଲ୍ଲୀ (ଓଡ଼ିଶା ରିପୋର୍ଟର): ଘୋଷଣା ହେଲା ଚଳିତ ବର୍ଷର କ୍ରୀଡ଼ା ପୁରସ୍କାର। ହକି ଖେଳାଳି ସର୍ଦ୍ଦାର ସିଂହ ଓ ପାରା ଆଥଲେଟ୍‌ ଦେବେନ୍ଦ୍ର ଝାଝରିଆ ପାଇବେ ରାଜୀବ ଗାନ୍ଧି ଖେଳରତ୍ନ  ପୁରସ୍କାର।  ଏହି ଦୁଇ କ୍ରୀଡ଼ାବିତଙ୍କୁ ଦେଶର ସର୍ବୋଚ୍ଚ କ୍ରୀଡ଼ା ପୁରସ୍କାର ମିଳିବ। । ଚୟନ କମିଟି ଏହି ଦୁଇ ଜଣଙ୍କୁ ଏହି ପୁରସ୍କାର ଲାଗି ବାଛିଛନ୍ତି। ଅନ୍ୟପଟେ ୧୭ ଜଣଙ୍କୁ ମିଳିବ ଅର୍ଜୁନ ପୁରସ୍କାର। ଏମାନଙ୍କ ମଧ୍ୟରେ ଅଛନ୍ତି କ୍ରିକେଟର୍‌ ଚେତେଶ୍ୱର ପୁଜାରା ଓ ହରମନପ୍ରୀତ କୌର।  ଗତ ମହିଳା ବିଶ୍ୱକପ୍ କ୍ରିକେଟରେ ହରମନପ୍ରୀତ ଚମତ୍କାର ପ୍ରଦର୍ଶନ କରିଥିଲେ। ସେହିପରି ୭ଜଣଙ୍କୁ ଦ୍ରୋଣାଚାର୍ଯ୍ୟ ଓ ୩ ଜଣଙ୍କୁ ଧ୍ୟାନଚାନ୍ଦ ପୁରସ୍କାର ନେଇ ମଧ୍ୟ ଘୋଷଣା ହୋଇଛି।  ଆମେ ଜଣାଇଦେବାକୁ ଚାହୁଁଛୁ ଯେ ରାଜୀବ ଗାନ୍ଧି ଖେଳରତ୍ନ  ପୁରସ୍କାର ପାଇବାକୁ ଥିବା ଖେଳାଳିଙ୍କୁ ଅର୍ଥରାଶି ୭୫ ଲକ୍ଷ ଟଙ୍କା ପାଇବାକୁ ଥିବା ବେଳେ ଅର୍ଜୁନ, ଦ୍ରୋଣାଚାର୍ଯ୍ୟ ଓ ଧ୍ୟାନଚାନ୍ଦ ପୁରସ୍କରା ପାଇଁ ଅର୍ଥରାଶି ରହିଛି ୫ ଲକ୍ଷ ଟଙ୍କା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos