ବିସିସିଆଇ ଭଗବାନ ନୁହଁନ୍ତି, ମୁଁ ନିଜର ହକ୍‌ ମାଗୁଛି: ଶ୍ରୀସନ୍ଥ

sreesant1

ମୁମ୍ବାଇ: ଚର୍ଚ୍ଚିତ ଫାଷ୍ଟ ବୋଲର ଶ୍ରୀସନ୍ଥକୁ ନେଇ ପୁଣି ବିବାଦ ଦେଖାଦେଇଛି। ୨୦୧୩ ରୁ ସ୍ପଟ୍‌ ଫିକ୍ସିଂ ନେଇ ସେ ଆଜୀବନ ବାସନ୍ଦ ହୋଇଥିଲେ। ଏହାପରେ ଗତ ସୋମବାର କେରଳ ହାଇକୋର୍ଟ ଶ୍ରୀସନ୍ଥଙ୍କ ଉପରେ ଲାଗିଥିବା ବାସନ୍ଦ ହଟାଇଦେଇଥିଲେ। କିନ୍ତୁ ଏହି ରାଏ ଉପରେ ବିସିସିଆଇ ପୁଣି ଅପିଲ୍‌ କରିବାକୁ ନିଷ୍ପତ୍ତି ନେଇଥିବା ବେଳେ ଏହାକୁ ନେଇ ଶ୍ରୀସନ୍ଥ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ସେ କହିଛନ୍ତି ଯେ ବିସିସିଆଇକୁ ସେ ଭିକ ଭାଗୁନାହାଁନ୍ତି, ନିଜ ହକ୍‌ ମାଗୁଛନ୍ତି। ବିସିସିଆଇ ଭଗବାନଙ୍କ ଠାରୁ ଉର୍ଦ୍ଧରେ ନୁହଁନ୍ତି ତେଣୁ ସେ ପୁଣିଥରେ ପଡିଆକୁ ଓହ୍ଲାଇବେ ବୋଲି ଆଶାବାଦୀ। ସେ ଏହାମଧ୍ୟ କହିଛନ୍ତି ଯେ ବାରମ୍ବାର ନିଜକୁ ନିର୍ଦ୍ଦୋଷ ସାବ୍ୟସ୍ତ କରିଆସୁଥିଲେ ମଧ୍ୟ ବିସିସିଆଇ କଣ ପାଇଁ ତାଙ୍କ ବିରୋଧରେ ଏମିତି କରୁଛି ତାକୁ ନେଇ ସେ ପ୍ରଶ୍ନ କରୁଛନ୍ତି।

Previous ArticleNext Article

Send this to a friend