ଏସ୍‌ଆରଏଚ୍‌ ଏକ ଶୃଙ୍ଖଳିତ ଦଳ: ଭୁବନେଶ୍ୱର କୁମାର

bhuvneshwar-kumar-ipl-srh

ହାଇଦ୍ରାବାଦ: “ସନ୍‌ ରାଇଜର୍ସ ହାଇଦ୍ରାବାଦ(ଏସ୍‌ଆରଏଚ୍‌)ର ସବୁ ଖେଳାଳି ଖେଳର ନିୟମ ଭଲ ଭାବେ ଜାଣିଛନ୍ତି। ଆମ ମଧ୍ୟରେ ଉତ୍ତମ ବୁଝାମଣା ରହିଛି। କେଉଁ ପିଚ୍‌ରେ କିପରି ଖେଳାଯିବ, କେଉଁ ଖେଳାଳିର ରୋଲ କ’ଣ ରହିବ ତାହା ଟିମ୍‌ରେ ଆଲୋଚନା ହୁଏ। ଏହା ଏକ ଶୃଙ୍ଖଳିତ ଦଳ।” ଶନିବାର ଏହା କହିଛନ୍ତି ସନ୍‌ ରାଇଜର୍ସ ହାଇଦ୍ରାବାଦର ଫାଷ୍ଟ ବୋଲର ଭୁବନେଶ୍ୱର କୁମାର।

ଗତକାଲି ଗୁଜରାଟ ଲାୟନ୍ସ ବିପକ୍ଷରେ ଖେଳାଯାଇଥିବା ମ୍ୟାଚ୍‌ରେ ୫ଟି ୱିକେଟ ନେଇଥିବା ଭୁବନେଶ୍ୱର ଆହୁରି ମଧ୍ୟ କହିଛନ୍ତି, “ଦଳର ସବୁ ଖେଳାଳି ସେମାନଙ୍କର ସାମର୍ଥ୍ୟ ଓ ଦୁର୍ବଳତା ବିଷୟରେ ଅବଗତ ଅଛନ୍ତି। ଦଳରେ ଥିବା ଖେଳାଳିଙ୍କ ମଧ୍ୟରେ ସହଭାଗିତା ରହିଛି। ଉତ୍ତମ ବୁଝାମଣା ମାଧ୍ୟମରେ ଦଳ ଭଲ ପ୍ରଦର୍ଶନ ଜାରି ରଖିଛି। ଏହା ଆଗକୁ ମଧ୍ୟ ଜାରି ରହିବ।”

Previous ArticleNext Article

Send this to a friend