ବାରବାଟୀ ଟି-୨୦: ଟସ୍‌ ହାରି ଭାରତର ବ୍ୟାଟିଂ

କଟକ (ଓଡ଼ିଶା ରିପୋର୍ଟର): ଆରମ୍ଭ ହୋଇଯାଇଛି ବାରବାଟୀ ମହାସମର। ଶ୍ରୀଲଙ୍କା ଅଧିନାୟକ ଉପୁଲ ଥରଙ୍ଗା ଓ ଭାରତୀୟ କ୍ରିକେଟ୍‌ ଟିମ୍‌ ଅଧିନାୟକ ରୋହିତ ଶର୍ମା ଟସ୍‌ କରିବାକୁ ପଡ଼ିଆକୁ ଆସିଥିଲେ। ଶ୍ରୀଲଙ୍କା ଟସ୍‌ ଜିତି ଭାରତକୁ ବ୍ୟାଟିଂ କରିବାକୁ ଆମନ୍ତ୍ରଣ କରିଛି।

ଶ୍ରୀଲଙ୍କ ବିରୋଧରେ ଭାରତ ୩ଟି ଟି-୨୦ ମ୍ୟାଚ୍‌ ଖେଳିବ। ପ୍ରଥମ ମ୍ୟାଚ ଆଜି ବାରବାଟୀରେ ହେଉଥିବା ବେଳେ ପରବର୍ତ୍ତୀ ମ୍ୟାଚ ଗୁଡ଼ିକ ଇନ୍ଦୋର ଓ ମୁମ୍ବାଇରେ ହେବ। ଟେଷ୍ଟ ଓ ଦିନିକିଆରେ ଭାରତ ସିରିଜ୍‌ ଜିତିବା ପରେ ଟି-୨୦କୁ ହାତେଇବା ପାଇଁ ଉଭୟ ଦଳ ଚେଷ୍ଟା କରିବେ।

Previous ArticleNext Article

Send this to a friend