୧୩୫ରେ ଅଟକିଲା ଶ୍ରୀଲଙ୍କା

29611

ମୁମ୍ବାଇ: ଭାରତ-ଶ୍ରୀଲଙ୍କା ମଧ୍ୟସ୍ଥ ତୃତୀୟ ଟି-ଟ୍ୱେଣ୍ଟି ମ୍ୟାଚ୍‌ ଆଜି ମୁମ୍ବାଇର ୱାଙ୍ଖେଡେ ଷ୍ଟାଡିୟମରେ ଖେଳା ଯାଉଛି। ଭାରତ ଟସ୍ ଜିତି ପ୍ରଥମେ ଶ୍ରୀଲଙ୍କାଙ୍କୁ ବ୍ୟାଟିଂ କରିବାକୁ ଆମନ୍ତ୍ରଣ କରିଥିଲା। ଦଳ ନିର୍ଦ୍ଧାରିତ ୨୦ ଓଭରରେ ୭ ୱିକେଟ୍ ହରାଇ ୧୩୫ ରନ୍ କରିଛି। ଦଳ ପକ୍ଷରୁ ଆସେଲା ଗୁଣରତ୍ନେ ସର୍ବାଧିକ ୩୬ ରନ୍ କରିଥିବା ବେଳେ ଦସୁନ ଶନାକା ୨୯ ରନ୍ କରି ନଟ୍ ଆଉଟ୍ ରହିଥିଲେ। ଭାରତ ପକ୍ଷରୁ ହାର୍ଦ୍ଦିକ ପାଣ୍ଡ୍ୟା ୨ଟି ୱିକେଟ୍ ନେଇଥିବା ବେଳେ ଜୟଦେବ ୨ଟି ଓ ସୁନ୍ଦର, କୁଲଦୀପ ଏବଂ ମହମ୍ମଦ ସିରାଜ ଗୋଟିଏ ଲେଖାଏଁ ୱିକେଟ୍ ନେଇଛନ୍ତି।

Previous ArticleNext Article

Send this to a friend