ଆଜୀବନ ବାସନ୍ଦ ହୋଇପାରନ୍ତି ସ୍ମିଥ ଓ ୱାର୍ନର

ନୂଆଦିଲ୍ଲୀ: କ୍ରିକେଟ୍‌ ଦୁନିଆରେ ଚର୍ଚ୍ଚାର ବିଷୟ ପାଲଟି ଥିବା ବଲ୍‌ ଟ୍ୟାମ୍ପରିଂକୁ ନେଇ ଅଷ୍ଟ୍ରେଲିଆ ସାରା ଦୁନିଆରେ ନିନ୍ଦିତ ହେବା ପରେ ଗୋଟିଏ ପରେ ଗୋଟିଏ କଠୋର କାର୍ଯ୍ୟାନୁଷ୍ଠାନ ନେବାରେ ଲାଗିଛି। ଏହି ବିବାଦ ଅଷ୍ଟ୍ରେଲିଆ କ୍ରିକେଟ୍‌ରେ ଦାଗ ଳଗାଇ ଦେଇଛି। ଆଗକୁ ଷ୍ଟିଭ ସ୍ମିଥ ଓ ଡେଭିଡ ୱର୍ନରଙ୍କ ସମସ୍ୟା ଆହୁରି ବଢ଼ିବାକୁ ଯାଉଛି।  ଶୁଣିବାକୁ ମିଳୁଛି, ଏହି ଦୁଇ ଖେଳାଳି ଆଜୀବନ ବାସନ୍ଦ ପରି ଦଣ୍ଡର ସମ୍ମୁଖୀନ ହୋଇପାରନ୍ତି। ଯଦି ଏପରି ହେଲା, ତେବେ […]

australia

australia

Rakesh Mallick
  • Published: Monday, 26 March 2018
  • Updated: 26 March 2018, 11:20 AM IST

Sports

Latest News

ନୂଆଦିଲ୍ଲୀ: କ୍ରିକେଟ୍‌ ଦୁନିଆରେ ଚର୍ଚ୍ଚାର ବିଷୟ ପାଲଟି ଥିବା ବଲ୍‌ ଟ୍ୟାମ୍ପରିଂକୁ ନେଇ ଅଷ୍ଟ୍ରେଲିଆ ସାରା ଦୁନିଆରେ ନିନ୍ଦିତ ହେବା ପରେ ଗୋଟିଏ ପରେ ଗୋଟିଏ କଠୋର କାର୍ଯ୍ୟାନୁଷ୍ଠାନ ନେବାରେ ଲାଗିଛି। ଏହି ବିବାଦ ଅଷ୍ଟ୍ରେଲିଆ କ୍ରିକେଟ୍‌ରେ ଦାଗ ଳଗାଇ ଦେଇଛି। ଆଗକୁ ଷ୍ଟିଭ ସ୍ମିଥ ଓ ଡେଭିଡ ୱର୍ନରଙ୍କ ସମସ୍ୟା ଆହୁରି ବଢ଼ିବାକୁ ଯାଉଛି।  ଶୁଣିବାକୁ ମିଳୁଛି, ଏହି ଦୁଇ ଖେଳାଳି ଆଜୀବନ ବାସନ୍ଦ ପରି ଦଣ୍ଡର ସମ୍ମୁଖୀନ ହୋଇପାରନ୍ତି। ଯଦି ଏପରି ହେଲା, ତେବେ ଉଭୟଙ୍କ କ୍ରିକେଟ୍‌ ଜୀବନରେ ପୂର୍ଣ୍ଣଚ୍ଛେଦ ପଡ଼ିଯିବ।

ବଲ୍‌ ଟ୍ୟାମ୍ପରିଂ ଜଣାପଡ଼ିବା ପରେ କ୍ରିକେଟ୍‌ ଅଷ୍ଟ୍ରେଲିଆ, ଅଧିନାୟକ ପଦରୁ ସ୍ମିଥ ଏବଂ ଉପ ଅଧିନାୟକ ପଦରୁ ୱାର୍ନରଙ୍କୁ ହଟାଇ ଦେଇଥିଲା। ଆଇସିସି ମଧ୍ୟ ଏହି ଘଟଣାକୁ ନେଇ କଡ଼ା ଅଭିମୁଖ୍ୟ ଗ୍ରହଣ କରିଛି। ରବିବାର ଦିନ ଆଇସିସି ସ୍ମିଥଙ୍କ ଉପରେ ଗୋଟିଏ ମ୍ୟାଚ୍‌ର ବ୍ୟାନ ଲଗାଇଛି। ଫଳରେ ସ୍ମିଥ ଦକ୍ଷିଣ ଆଫ୍ରିକା ବିପକ୍ଷ ଶେଷ ଟେଷ୍ଟ ଖେଳିପାରିବେ ନାହିଁ। ଏହାସହ ତାଙ୍କ ମ୍ୟାଚ୍‌ ଫି’ ସମ୍ପୂର୍ଣ୍ଣ କାଟି ଦିଆଯାଇଛି। ସେହିପରି ବଲ୍‌ ଟ୍ୟାମ୍ପରିଂରେ ସିଧାସଳଖ ଜଡିତ କାମେରନ୍ ବାନ୍‌କ୍ରଫ୍ଟଙ୍କୁ ଆଇସିସି ୩ଟି ଡିମେରିଟ୍‌ ପଏଣ୍ଟ ଦେବା ସହ ୭୫ ପ୍ରତିଶତ ମ୍ୟାଚ୍‌ ଫି’ କାଟି ଦେଇଛି।

ସୂଚନାଯୋଗ୍ୟ, ସ୍ମିଥ ବଲ ଟ୍ୟାମ୍ପରିଂ ଅଭିଯୋଗକୁ ସ୍ୱୀକାର କରିଥିଲେ। ସେ କହିଥିଲେ, “ଏହା ଟିମ୍‌ର ଯୋଜନା ଥିଲା। ଏଥିରେ ଟିମ୍‌ର ଲିଡରସିପ୍‌ ଗ୍ରୁପ୍‌ ବି ସାମିଲ ଥିଲେ।”

ଏହାପରେ କ୍ରିକେଟ୍‌ ଅଷ୍ଟ୍ରେଲିଆ ସ୍ମିଥ ଓ ୱାର୍ନରଙ୍କୁ ଦକ୍ଷିଣ ଆଫ୍ରିକା ବିରୋଧରେ ଚାଲିଥିବା ଦ୍ୱିତୀୟ ଟେଷ୍ଟର ବାକି ଦୁଇଦିନରୁ ଅଧିନାୟକ ଏବଂ ଉପଅଧିନାୟକ ପଦରୁ ହଟାଇ ଦେଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos