ଛାର୍‌ଖାର୍‌ ହୋଇଯିବ ଅଷ୍ଟ୍ରେଲିଆ କ୍ରିକେଟ୍‌: ବର୍ଷେ ପର୍ଯ୍ୟନ୍ତ ଅଧିନାୟକ-ଉପଅଧିନାୟକ ବାସନ୍ଦ ହେବେ, କୋଚ୍‌ଙ୍କୁ ଛୁଟି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବଲ୍‌ ଟାମ୍ପରିଂ ମାମଲାରେ ଅଷ୍ଟ୍ରେଲିଆ ଅଧିନାୟକ ସ୍ମିଥ ଓ ଉପଧିନାୟକ ୱାର୍ନରଙ୍କୁ ଗୋଟିଏ ବର୍ଷ ପାଇଁ ବାସନ୍ଦ କରିବ ଅଷ୍ଟ୍ରେଲିଆ କ୍ରିକେଟ୍‌ ବୋର୍ଡ। ଏକ ବିଶେଷ ସୂତ୍ରରୁ ଏହି ରିପୋର୍ଟ ପ୍ରକାଶ ପାଇଛି। ଦକ୍ଷିଣ ଆଫ୍ରିକା ବିପକ୍ଷରେ ଖେଳାଯାଇଥିବା କେପ୍‌ଟାଉନ୍‌ ଟେଷ୍ଟର ତୃତୀୟ ଦିନରେ ଅଷ୍ଟ୍ରେଲିଆ କ୍ରିକେଟର୍‌ କାମରେନ୍‌ ବାନ୍‌କ୍ରଫ୍ଟ ବଲ୍‌ ଟାମ୍ପରିଂ କରିଥିବା ଘଟଣା ସମ୍ନାକୁ ଆସିଥିଲା। ଘଟଣାର ଖୁଲାସା ହେବା ପରେ ସ୍ମିଥ, ୱାର୍ନର ଓ ବାନ୍‌କ୍ରଫ୍ଟ ବଲ୍‌ ଟାମ୍ପରିଂ କଥା […]

warner-smith-1-year-ban_1

warner-smith-1-year-ban_1

Ordigital Desk
  • Published: Tuesday, 27 March 2018
  • Updated: 27 March 2018, 05:28 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବଲ୍‌ ଟାମ୍ପରିଂ ମାମଲାରେ ଅଷ୍ଟ୍ରେଲିଆ ଅଧିନାୟକ ସ୍ମିଥ ଓ ଉପଧିନାୟକ ୱାର୍ନରଙ୍କୁ ଗୋଟିଏ ବର୍ଷ ପାଇଁ ବାସନ୍ଦ କରିବ ଅଷ୍ଟ୍ରେଲିଆ କ୍ରିକେଟ୍‌ ବୋର୍ଡ। ଏକ ବିଶେଷ ସୂତ୍ରରୁ ଏହି ରିପୋର୍ଟ ପ୍ରକାଶ ପାଇଛି। ଦକ୍ଷିଣ ଆଫ୍ରିକା ବିପକ୍ଷରେ ଖେଳାଯାଇଥିବା କେପ୍‌ଟାଉନ୍‌ ଟେଷ୍ଟର ତୃତୀୟ ଦିନରେ ଅଷ୍ଟ୍ରେଲିଆ କ୍ରିକେଟର୍‌ କାମରେନ୍‌ ବାନ୍‌କ୍ରଫ୍ଟ ବଲ୍‌ ଟାମ୍ପରିଂ କରିଥିବା ଘଟଣା ସମ୍ନାକୁ ଆସିଥିଲା। ଘଟଣାର ଖୁଲାସା ହେବା ପରେ ସ୍ମିଥ, ୱାର୍ନର ଓ ବାନ୍‌କ୍ରଫ୍ଟ ବଲ୍‌ ଟାମ୍ପରିଂ କଥା ସ୍ୱୀକାର କରିଥିଲେ। ଏହାପରେ ସ୍ମିଥଙ୍କୁ ଗୋଟିଏ ମ୍ୟାଚ୍‌ ବାସନ୍ଦ କରାଯିବ ସହ ତାଙ୍କୁ ଜୋରିମାନ କରାଯାଇଥିଲା। କେବଳ ଏତିକି ନୁହେଁ ସ୍ମିଥଙ୍କୁ ଅଷ୍ଟ୍ରେଲିଆ କ୍ରିକେଟ୍‌ ଦଳରୁ ଅଧିନାୟକ ପଦ ଛାଡ଼ିବାକୁ ମଧ୍ୟ ବାଧ୍ୟ କରାଯାଇଥିଲା। ଏହାର ପ୍ରଭାବ ଆଇପିଏଲ୍‌ରେ ମଧ୍ୟ ପଡ଼ିଛି। ରାଜସ୍ଥାନ ରୟାଲ୍ସ ଦଳର ନେତୃତ୍ୱ ନେବାକୁ ଯାଉଥିବା ସ୍ମିଥ୍‌ଙ୍କୁ ଅଧିନାୟକ ପଦରୁ ହଟାଇଦିଆଯାଇଛି। ସେପଟେ ଉପ ଅଧିନାୟକ ଥିବା ୱାର୍ନରଙ୍କ ଜଣାତରେ ଏହି ସବୁ ଘଟଣା ହୋଇଥିବାରୁ ୱାର୍ନରଙ୍କୁ ମଧ୍ୟ ଗୋଟିଏ ବର୍ଷ ପାଇଁ ବାସନ୍ଦ କରିବ ଅଷ୍ଟ୍ରେଲିଆ। ଏକ ଇଂରାଜି ଖବର କାଗଜରେ ଏଭଳି ଖବର ପ୍ରକାଶ ପାଇଛି। ଘଟଣାରେ କୋଚ୍‌ ଡାରେନ୍‌ ଲେହମାନ ମଧ୍ୟ ବଳି ପଡ଼ିପାରନ୍ତି। କୋଚ୍‌ ପଦରୁ ମଧ୍ୟ ସେ ହଟି ପାରନ୍ତି ବୋଲି ଚର୍ଚ୍ଚା ଚାଲିଛି। ଗଣମାଧ୍ୟମରେ ଏପରି ଖବର ପ୍ରକାଶ ପାଇବା ପରେ ଚର୍ଚ୍ଚା ଜୋର ଧରିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos