୨୦୧୮ ରାଜ୍ୟଗୋଷ୍ଠୀ କ୍ରୀଡାରେ ଦେଖିବାକୁ ମିଳିବ ସୁଶୀଲ କୁମାରଙ୍କ ଜଲୱା

sushil-kumar

ନୂଆଦିଲ୍ଲୀ: ୨୦୧୮ ରାଜ୍ୟଗୋଷ୍ଠୀ କ୍ରୀଡାରେ ଭାଗ ନେବେ ରେସଲର ସୁଶୀଲ କୁମାର।  ୭୪ କେଜି ବିଭାଗରେ ଜିତେନ୍ଦର କୁମାରଙ୍କୁ ହରାଇ ସେ ଏହି ସଫଳତା ପାଇଛନ୍ତି। ୨୦୧୪ ରାଜ୍ୟଗୋଷ୍ଠୀ କ୍ରୀଡା ପରଠାରୁ ସୁଶିଲ ଦଳରୁ ବାଦ ପଡିଥିଲେ। ୨୦୧୫ରେ ଆଘାତ କାରଣରୁ ସେ ଭାରତୀୟ ଦଳରେ ସ୍ଥାନ ପାଇ ନଥିଲେ। ଚଳିତବର୍ଷ ରାଜ୍ୟଗୋଷ୍ଠୀ ରେସଲିଂ ଚାମ୍ପିୟନସିପରେ ସ୍ୱର୍ଣ୍ଣପଦକ ଜିତି ସୁଶୀଲ ଫର୍ମକୁ ଫେରିଛନ୍ତି।

ରାଜ୍ୟଗୋଷ୍ଠୀ ରେସଲିଂ ଚାମ୍ପିୟନସିପରେ ସ୍ୱର୍ଣ୍ଣ ଜିତିବା ପରେ ସୁଶୀଲ ଓ ତାଙ୍କ ପ୍ରତିପକ୍ଷଙ୍କ ସମର୍ଥକମାନେ ମୁହାଁମୁହିଁ ହୋଇଥିଲେ। ଦିଲ୍ଲୀର କେଡି ଯାଦବ ଷ୍ଟାଡିୟମରେ ସମର୍ଥକମାନେ ବ୍ୟାପକ ଭଙ୍ଗାରୁଜା କରିଛନ୍ତି।

Previous ArticleNext Article

Send this to a friend