ତାଇପେଇ ଗ୍ରାଁ ପ୍ରି: ଦ୍ୱିତୀୟ ରାଉଣ୍ଡରେ ସିନ୍ଧୁ, ଶ୍ରୀକାନ୍ତ ଓ ସମୀର

ତାଇପେଇ: ଭାରତୀୟ ଟେନିସ୍ ତାରକା ପି.ଭି ସିନ୍ଧୁ ଓ କେ ଶ୍ରୀକାନ୍ତ ସହିତ ସମୀର ବର୍ମା ତାଇପେଇ ଗ୍ରାଁ ପ୍ରି ଗୋଲ୍ଡ ବ୍ୟାଡମିଣ୍ଟନ୍ ଟୁର୍ଣ୍ଣାମେଣ୍ଟର ଦ୍ୱିତୀୟ ରାଉଣ୍ଡରେ ପ୍ରବେଶ କରିଛନ୍ତି। ମହିଳା ସିଙ୍ଗଲ୍ସରେ ବିଶ୍ୱର ୧୪ ନମ୍ବର ମାନ୍ୟତାପ୍ରାପ୍ତ ସିନ୍ଧୁ ଇଣ୍ଡୋନେସିଆର ଲିନ୍ଦାୱେନି ଫାନେତ୍ରିଙ୍କୁ ୨୧-୧୯, ୨୧-୧୯ରେ ପରାସ୍ତ କରି ଦ୍ୱିତୀୟ ରାଉଣ୍ଡରେ ପହଞ୍ଚିଛନ୍ତି। ଏହି ରାଉଣ୍ଡରେ ତାଙ୍କର ମୁକାବିଲା ତିନି ନମ୍ବର ମାନ୍ୟତାପ୍ରାପ୍ତ ଚୀନର ତାଇ ଜୁ ୟିଙ୍ଗଙ୍କ ସହିତ ହେବ। ସେହିପରି ବିଶ୍ୱର ତିନି […]

sindhu

sindhu

Rakesh Mallick
  • Published: Wednesday, 15 July 2015
  • Updated: 15 July 2015, 01:08 PM IST

Sports

Latest News

ତାଇପେଇ: ଭାରତୀୟ ଟେନିସ୍ ତାରକା ପି.ଭି ସିନ୍ଧୁ ଓ କେ ଶ୍ରୀକାନ୍ତ ସହିତ ସମୀର ବର୍ମା ତାଇପେଇ ଗ୍ରାଁ ପ୍ରି ଗୋଲ୍ଡ ବ୍ୟାଡମିଣ୍ଟନ୍ ଟୁର୍ଣ୍ଣାମେଣ୍ଟର ଦ୍ୱିତୀୟ ରାଉଣ୍ଡରେ ପ୍ରବେଶ କରିଛନ୍ତି।

ମହିଳା ସିଙ୍ଗଲ୍ସରେ ବିଶ୍ୱର ୧୪ ନମ୍ବର ମାନ୍ୟତାପ୍ରାପ୍ତ ସିନ୍ଧୁ ଇଣ୍ଡୋନେସିଆର ଲିନ୍ଦାୱେନି ଫାନେତ୍ରିଙ୍କୁ ୨୧-୧୯, ୨୧-୧୯ରେ ପରାସ୍ତ କରି ଦ୍ୱିତୀୟ ରାଉଣ୍ଡରେ ପହଞ୍ଚିଛନ୍ତି। ଏହି ରାଉଣ୍ଡରେ ତାଙ୍କର ମୁକାବିଲା ତିନି ନମ୍ବର ମାନ୍ୟତାପ୍ରାପ୍ତ ଚୀନର ତାଇ ଜୁ ୟିଙ୍ଗଙ୍କ ସହିତ ହେବ।

ସେହିପରି ବିଶ୍ୱର ତିନି ନମ୍ବର ମାନ୍ୟତାପ୍ରାପ୍ତ କେ ଶ୍ରୀକାନ୍ତ ଚାଇନିଜ୍ ତାଇପେଇର ଜୁ ୱେଇ ୱାଙ୍ଗଙ୍କୁ ୨୧-୧୭, ୨୧-୧୫ରେ ପରାସ୍ତ କରି ଦ୍ୱିତୀୟ ରାଉଣ୍ଡରେ ପ୍ରବେଶ କରିଛନ୍ତି। ମାତ୍ର ୩୪ ମିନିଟରେ ସେ ଏହି ମ୍ୟାଚକୁ ଜିତି ଯାଇଥିଲେ। ଦ୍ୱିତୀୟ ରାଉଣ୍ଡରେ ସେ ଇଣ୍ଡୋନେସିଆର ଏହସାନ ମୌଲାନା ମୁସ୍ତୋଫାଙ୍କୁ ଭେଟିବେ।

ସମୀର କଡ଼ା ସଂଘର୍ଷ ପରେ ଦ୍ୱିତୀୟ ରାଉଣ୍ଡରେ ପହଞ୍ଚି ଯାଇଛନ୍ତି। ପ୍ରଥମ ରାଉଣ୍ଡରେ ସେ ୨୦-୨୨, ୨୧-୧୩ ଓ ୨୧-୧୩ରେ ଚାଇନିଜ ତାଇପେଇର କୁଓ ପୋ ଚେଙ୍ଗଙ୍କୁ ହରାଇଛନ୍ତି। ପରବର୍ତ୍ତୀ ରାଉଣ୍ଡରେ ସେ ବିଶ୍ୱର ୧ ନମ୍ବର ମାନ୍ୟତାପ୍ରାପ୍ତ ଚୀନର ଚେନ୍ ଲଙ୍ଗଙ୍କ ସହିତ ସଂଘର୍ଷ କରିବେ।

ଅନ୍ୟପକ୍ଷରେ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ବ୍ରୋଞ୍ଜ ପଦକ ଜିତିଥିବା ଆର.ଏମ.ଭି ଗୁରୁସାଇଦତ୍ତଙ୍କ ଏହି ଟୁର୍ଣ୍ଣାମେଣ୍ଟରେ ଅଭିଯାନ ଶେଷ ହୋଇଯାଇଛି। ସେ ଇଣ୍ଡୋନେସିଆର ଶେଷାର ହିରେ ହୁସ୍ତାଭିତୋଙ୍କଠାରୁ ୨୧-୨୩, ୧୭-୨୧ରେ ହାରି ଯାଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos