ଦୁଇଟି ଫର୍ମାଟ୍‌ରେ କିଙ୍ଗ ଏବେ ଟିମ୍‌ ଇଣ୍ଡିଆ: ଟି-ଟ୍ୱେଣ୍ଟିରେ ଏହି ଦେଶର ଦବ୍‌ଦବା ଜାରି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଇସିସି ଟେଷ୍ଟ ମାନ୍ୟତାରେ ୧ ନମ୍ବର ସ୍ଥାନରେ ରହିଥିବା ଟିମ୍‌ ଇଣ୍ଡିଆ ଏବେ ଦିନିକିଆ ମାନ୍ୟତାରେ ମଧ୍ୟ ପ୍ରଥମ ସ୍ଥାନ ଅଧିକାର କରିଛି। ଦକ୍ଷିଣ ଆଫ୍ରିକା ବିପକ୍ଷରେ ରବିବାର ଖେଳାଯାଇଥିବା ଦ୍ୱିତୀୟ ଦିନିକିଆ ମ୍ୟାଚରେ ଭାରତ ସହଜ ବିଜୟ ହାସଲ କରିବା ପରେ ଆଇସିସି ଦିନିକିଆ ମାନ୍ୟତାରେ ଉପରକୁ ଉଠିବା ସହ ପ୍ରଥମ ସ୍ଥାନ ଅଧିକାର କରିଛି। ପୂର୍ବରୁ ପ୍ରଥମ ଦିନିକିଆ ଜିତିବା ପରେ ଭାରତ ଓ ଦକ୍ଷିଣ ଆଫ୍ରିକା ଉଭୟ ଟିମ୍‌ ୧୨୦ […]

Team-India-620x400

Team-India-620x400

Ordigital Desk
  • Published: Tuesday, 06 February 2018
  • Updated: 06 February 2018, 09:18 AM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଇସିସି ଟେଷ୍ଟ ମାନ୍ୟତାରେ ୧ ନମ୍ବର ସ୍ଥାନରେ ରହିଥିବା ଟିମ୍‌ ଇଣ୍ଡିଆ ଏବେ ଦିନିକିଆ ମାନ୍ୟତାରେ ମଧ୍ୟ ପ୍ରଥମ ସ୍ଥାନ ଅଧିକାର କରିଛି। ଦକ୍ଷିଣ ଆଫ୍ରିକା ବିପକ୍ଷରେ ରବିବାର ଖେଳାଯାଇଥିବା ଦ୍ୱିତୀୟ ଦିନିକିଆ ମ୍ୟାଚରେ ଭାରତ ସହଜ ବିଜୟ ହାସଲ କରିବା ପରେ ଆଇସିସି ଦିନିକିଆ ମାନ୍ୟତାରେ ଉପରକୁ ଉଠିବା ସହ ପ୍ରଥମ ସ୍ଥାନ ଅଧିକାର କରିଛି। ପୂର୍ବରୁ ପ୍ରଥମ ଦିନିକିଆ ଜିତିବା ପରେ ଭାରତ ଓ ଦକ୍ଷିଣ ଆଫ୍ରିକା ଉଭୟ ଟିମ୍‌ ୧୨୦ ଅଙ୍କ ସହ ମିଳିତ ବାବେ ପ୍ରଥମ ସ୍ଥାନରେ ରହିଥିଲେ।

ସେହିପରି ଟିମ ଇଣ୍ଡିଆ ଟେଷ୍ଟରେ ଆକର୍ଷଣୀୟ ପ୍ରଦର୍ଶନ କରି ଆଇସିସି ମାନ୍ୟତାରେ ପ୍ରଥମ ସ୍ଥାନରେ ରହିଛି। ୧୨୧ ଅଙ୍କ ସହ ଟେଷ୍ଟରେ ଟିମ୍‌ ଇଣ୍ଡିଆ ପ୍ରଥମ ସ୍ଥାନରେ ଥିବା ବେଳେ ଦକ୍ଷିଣ ଆଫ୍ରିକା ୧୧୫ ଅଙ୍କ ସହ ଦ୍ୱିତୀୟ ଓ ଅଷ୍ଟ୍ରେଲିଆ ୧୦୪ ଅଙ୍କ ସହ ତୃତୀୟ ସ୍ଥାନରେ ରହିଛି।

ଟି-ଟ୍ୱେଣ୍ଟିରେ କିନ୍ତୁ ପାକିସ୍ତାନର ଦବ୍‌ଦବା ଜାରି ରହିଛି। ୧୨୬ ଅଙ୍କ ସହ ପାକିସ୍ତାନ ଏକ ନମ୍ବର ସ୍ଥାନରେ ରହିଥିବା ବେଳେ ନ୍ୟୁଜିଲାଣ୍ଡ ୧୨୩ ଅଙ୍କ ସହ ଦ୍ୱିତୀୟ ଓ ଟିମ୍ ଇଣ୍ଡିଆ ୧୧୯ ଅଙ୍କ ସହ ତୃତୀୟ ସ୍ଥାନରେ ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos